ଚିକିତ୍ସାବେଳେ ପକେଟକୁ ଆଶ୍ବସ୍ତି ଦେଇଥାଏ ସ୍ବାସ୍ଥ୍ୟ ବୀମା, ଜାଣନ୍ତୁ ଏହାର ଫାଇଦା

କଣ ଆପଣ ସେହି ଲୋକଙ୍କ ମଧ୍ୟରେ ସାମିଲ ଅଛନ୍ତି, ଯେଉଁମାନେ ଭାବୁଛନ୍ତି ଯେ ସ୍ବାସ୍ଥ୍ୟ ବୀମା କେବଳ ବ୍ରୁଦ୍ଧ ଏବଂ ରୋଗିଣା ଲୋକଙ୍କ ପାଇଁ ହୋଇଥାଏ। ଏମିତି ଭାବିବା ଆପଣଙ୍କର ଭୁଲ। କାରଣ ମେଡିକାଲରେ ଅପ୍ରତ୍ୟାସିତ ଖର୍ଚ୍ଚ ଠାରୁ ଆରମ୍ଭ କରି ଅନେକ ରୋଗ ପାଇଁ ସ୍ବାସ୍ଥ୍ୟ ବୀମା ବରଦାନ ପ୍ରମାଣିତ ହୋଇଥାଏ। ଏହା ଆପଣଙ୍କୁ ଆପଣଙ୍କ ସମସ୍ୟା ବେଳେ କାମରେ ସାହାଯ୍ୟ କରିଥାଏ।

ଉଦାହରଣ ସ୍ବରୂପ ହଠାତ୍ ଆପଣ କୌଣସି ଏକ ରୋଗ ପାଇଁ ମେଡିକାଲରେ ଆଡମିଟ୍ ହେଲେ ଏବଂ ଏଥିପାଇଁ ଆପଣଙ୍କୁ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଏଭଳି ପରିସ୍ଥିତିରେ ଆପଣଙ୍କୁ ଚିନ୍ତା ମୁକ୍ତ କରାଇଥାଏ ସ୍ବସ୍ଥ୍ୟ ବୀମା। ୩୦୦ ଟଙ୍କା ମାମୁଲି ମାସିକ ପ୍ରିମିୟମରେ ଆପଣ ଏହାର ସୁବିଧା ପାଇପାରିବେ। ଆପଣଙ୍କୁ ଏହି ସ୍ବାସ୍ଥ୍ୟ ବୀମାକୁ ବିଲକୁଲ ଅଣଦେଖା କରିବା ଉଚିତ ନୁହେଁ। ନିଜର ସ୍ବାସ୍ଥ୍ୟ ପ୍ରତି ଆପଣଙ୍କୁ ଚିନ୍ତା କରିବା ଦରକାର। ହଠାତ୍ ଦୁର୍ଘଟଣା ସମୟରେ ଆପଣଙ୍କର ସମସ୍ତ ମେଡିକାଲ ଖର୍ଚ୍ଚ ଏହି ସ୍ବାସ୍ଥ୍ୟ ବୀମା ବହନ କରିବ।

ଆଜିର ଦୁନିଆରେ ସ୍ବାସ୍ଥ୍ୟ ବୀମା ବିଶେଷ ଭାବରେ ଜରୁରୀକାଳୀନ ପରିସ୍ଥିତିରେ ବହୁତ ମହତ୍ତ୍ବପୂର୍ଣ୍ଣ ହୋଇଥାଏ। ଗୋଟିଏ ସ୍ବାସ୍ଥ୍ୟ ବୀମା ଡାକ୍ତରଖାନାରେ ଭର୍ତ୍ତୀ ହେବାର ଖର୍ଚ୍ଚ, ଡାକ୍ତର ଫିସ୍ ଏବଂ ଔେଷଧ ଖର୍ଚ୍ଚକୁ କଭର କରିଥାଏ। ମଣିଷ ବହୁତ ଆଶାବାଦୀ ଅଟନ୍ତି। ଆମେ ସବୁବେଳେ ଚାହାନ୍ତି ଯେ ଆମର ଭବିଷ୍ୟତ ଖୁସି, ସମୃଦ୍ଧ ଏବଂ ଉତ୍ତମ ହେଉ କିନ୍ତୁ ବାସ୍ତବରେ କାଲିକୁ କେହି ଦେଖି ନାହାନ୍ତି। ଭାରତୀୟଙ୍କୁ ସ୍ବାସ୍ଥ୍ୟ ବୀମା କରିବା ଆବଶ୍ୟକ ଅଟେ। କାରଣ ଆମର ଖରାପ ଖାଦ୍ୟପେୟ ଏବଂ ଭୁଲ ଜୀବନଶୈଳୀ ପାଇଁ ଆମେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ହାର୍ଟ ଆଟାକ୍, ବ୍ଲଡ ପ୍ରେସର ଆଦି ରୋଗ ଏବେ ଲୋକଙ୍କୁ ଅନେକ ମାତ୍ରାରେ ହେଉଛି। ଏହା ଅତି ସମ୍ବେଦନଶୀଳ ହୋଇଗଲାଣି।

ଭାରତର ସ୍ବାସ୍ଥ୍ୟଗତ ଖର୍ଚ୍ଚ ଗତ କିଛି ବର୍ଷ ମଧ୍ୟରେ ଆକାଶଛୁଆଁ ହୋଇଗଲାଣି। ୱାଲର୍ଡ ହେଲଥ୍ ଓର୍ଗାନାଇଜେସନ ରିପୋର୍ଟ ଅନୁଯାୟୀ ଭାରତୀୟ ମାନେ ନିଜ ସ୍ବାସ୍ଥ୍ୟ ଖର୍ଚ୍ଚ ପ୍ରାୟ ୭୦ ପ୍ରତିଶତ କରୁଛନ୍ତି ତାହା ପୁଣି ନିଜ ପକେଟରୁ। ଅଚାନକ ଚିକିତ୍ସା କାରଣରୁ ପକେଟରୁ ଅନେନକ ଟଙ୍କା ଖର୍ଚ୍ଚ ହୋଇଯାଏ, ଯାହାର ପ୍ରଭାବ ଆପଣଙ୍କର ପରିବାର ଉପରେ ପଡିଥାଏ। ଏହି କାରଣରୁ ଆପଣଙ୍କୁ ସ୍ବାସ୍ଥ୍ୟ ବୀମା କରାଇବା ଜରୁରୀ ଅଟେ।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

24 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

26 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

33 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

42 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

42 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

59 mins ago