ପ୍ରଧାନମନ୍ତ୍ରୀଙ୍କୁ କିଛି ଅଭିଯୋଗ କରିବାର ଅଛିକି ? ଜାଣନ୍ତୁ କେମିତି କରିବେ

ଏମିତି ଏକ ସମୟ ଥିଲା ଦେଶର ପ୍ରଧାନମନ୍ତ୍ରୀ ଝଲକ ଟିକିଏ ପାଇବାକୁ ସାଧାରଣ ଲୋକଙ୍କୁ ବର୍ଷ ବର୍ଷ ଲାଗି ଯାଉଥିଲା । ହେଲେ ଟେଲିଭିଜନ୍‌ ଆସିବା ପରେ ଏହା ଅତି ସହଜ ଓ ସାଧାରଣ ହୋଇଗଲା । ତେବେ ଅନେକ ଜାଣି ନଥିବେ ଯେ ଆପଣମାନେ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଯୋଗାଯୋଗ କରି ପାରିବେ ଓ ଆଶ୍ୟକ ପଡ଼ିଲେ ତାଙ୍କ ନିକଟରେ ଅଭିଯୋଗ ମଧ୍ୟ ପହଞ୍ଚାଇ ପାରିବେ । ବିଶେଷ କରି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା ଅତି ସହଜ ହୋଇଯାଇଛି । ଆସନ୍ତୁ ଜାଣିବା କିଭଳି ଆପଣମାନେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରି ପାରିବେ ।
୧-ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ବା ପିଏମ୍‌ଓ ର ଏକ େଓ୍ଵବ୍‌ସାଇଟ୍‌ ରହିଛି । ଅନ୍‌ଲାଇନ୍‌ରେ ଏହି େଓ୍ଵବ୍‌ସାଇଟ୍‌ ଜରିଆରେ ଆପଣମାନେ ଅଭିଯୋଗ ସହିତ ପ୍ରଧାନମନ୍ତ୍ରୀଙ୍କୁ ଯେକୌଣସି ବାର୍ତ୍ତା ମଧ୍ୟ ପଠାଇ ପାରିବେ । ଏହି େଓ୍ଵବ୍‌ସାଇଟ୍‌ ହେଉଛି www.pmindia.gov.in/en/interact-with-hon’ble-pm. ଏହି ଲିଙ୍କରେ ପ୍ରଥମେ ରେଜିଷ୍ଟ୍ରେସନ୍‌ କରିବାକୁ ପଡ଼ିବ । ଏହା ପରେ ପ୍ରଧାନମନ୍ତ୍ରୀଙ୍କ ସହିତ ଯୋଗାଯୋଗ ହୋଇ ପାରିବ ।
୨-ସୂଚନା ଅଧିକାର ନିୟମ ଅନୁସାରେ ଆପଣ ପିଏମ୍‌ଓରୁ ନିଜ ପ୍ରଶ୍ନର ଉତ୍ତର ମଧ୍ୟ ପାଇ ପାରିବେ । ଏଥିପାଇଁ ଅନ୍‌ଲାଇନ୍‌ରେ ଆପଣଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡ଼ିବ । ଫର୍ମ ସହ ୧୦ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ Section officer, PMO’ ଠିକଣାରେ ଦେବାକୁ ହେବ ।
୩-ଆହୁରି ମଧ୍ୟ ଚିଠି ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯୋଗାଯୋଗ କରାଯାଇ ପାରିବ । ଯୋଗାଯୋଗର ଠିକଣା ହେଲା, South Block, New Delhi-110011.
Phone number: – 011-23014547.
୪-ଆହୁରି ମଧ୍ୟ Mygov.nic.in. ମାଧ୍ୟମରେ ମଧ୍ୟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଯୋଗାଯୋଗ କରାଯାଇ ପାରିବ । ତେବେ ଏଥିଲାଗି ପ୍ରଥମେ ଆପଣଙ୍କୁ ରେଜିଷ୍ଟ୍ରେସନ୍‌ କରିବାକୁ ହେବ । ଏହି େଓ୍ଵବ୍‌ ପେଜ୍‌ http:/Pgportal.gov/pmocitizen/grievancepmo/aspx ଜରିଆରେ ଆପଣ ଆଗକୁ ବଢ଼ି ପାରିବେ ।
୫-ନମୋ ଆପ୍‌ ଓ ପିଏମ୍‌ଓ ଆପ୍‌ ଜରିଆରେ ମଧ୍ୟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରାଯାଇ ପାରିବ ।
୬- ସେହିଭଳି ଫାକ୍ସ ଜରିଆରେ ମଧ୍ୟ ଆପଣ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଅଭିଯୋଗ କିମ୍ବା ବାର୍ତ୍ତା ଆଦି ପଠାଇ ପାରିବେ । fax no 0091-11-23019545 or 0091-11-23016857.
୭-ଆହୁରି ମଧ୍ୟ Narendramodi1234@gmail.com ଜରିଆରେ ମେଲ୍‌ ଏବଂ ttp:/twitter.com/pmoindiaରେ ଟ୍ଵିଟ୍‌ କରି ପାରିବେ ।
୮-ଅନ୍ୟ େଓ୍ଵବ୍‌ସାଇଟ୍‌ରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇ ପାରିବ ।
At Instagram Narendra Modi: https://instagram.com/narendramodi
At Linkedin Narendra Modi: https: //in.linkedin.com/in/narendramodi
Download Narendra Modi Android App: https://play.google.com/store/apps/details?id=com.narendramodiapp&hl=en
Narendra Modi Tumbler account: narendra-modi.tumblr.com
Narendra Modi Google plus account: plus.google.com/+NarendraModi
Narendra Modi stumbleupon account: stumbleupon.com/stumbler/narendramodi
Narendra Modi flicker account: flickr.com/photos/92359345@N07

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

22 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

24 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

30 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

39 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

39 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

57 mins ago