ବ୍ୟବସାୟ ଓ ଅର୍ଥନୀତି

କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ବଡ଼ ପଦକ୍ଷେପ, ଏଣିକି ଶ୍ରମିକଙ୍କ ପିଲାଙ୍କୁ ମିଳିବ ପାଠପଢ଼ା ସୁବିଧା

କେନ୍ଦ୍ର ସରକାର ଗରିବ ଲୋକଙ୍କ ହିତସାଧନ ପାଇଁ ଆରମ୍ଭ କରିଥିଲେ ଇ-ଶ୍ରମ ଯୋଜନା। ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଗୋଟିଏ ପ୍ଲାଟଫର୍ମରେ ଯୋଡ଼ିବା ଏହି ଯୋଜନାର ଲକ୍ଷ୍ୟ । ତେବେ ଗତ ମାର୍ଚ୍ଚ ମାସ ୧୪ ତାରିଖ ସୁଦ୍ଧା ଇ-ଶ୍ରମ ପୋର୍ଟାଲରେ ଅସଂଗଠିତ କ୍ଷେତ୍ରର ମୋଟ ୨୮.୬୬ କୋଟି ଲୋକ ଯୋଡ଼ି ହୋଇଥିଲେ । ଏନେଇ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସୂଚନା ଦେଇଥିଲେ । ୨୦୨୧ ମସିହା ଅଗଷ୍ଟ ମାସ ୨୬ ତାରିଖରେ କେନ୍ଦ୍ର ସରକାର ଏହି ପୋର୍ଟାଲର ଶୁଭାରମ୍ଭ କରିଥିଲେ ।

ଏହି ପୋର୍ଟାଲରେ ପଞ୍ଜିକୃତ ହେବା ପରେ ଶ୍ରମିକଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ସୁବିଧା ପ୍ରଦାନ କରାଯାଇଥାଏ । ଏହି ଯୋଜନାରେ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ବୀମା ପ୍ରଦାନ କରାଯାଇଥାଏ । ଏଥିସହିତ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ବୀମା ସୁବିଧା ପ୍ରଦାନ କରାଯାଇଥାଏ । ଏହି ଯୋଜନାରେ ଶ୍ରମିକଙ୍କୁ କୌଣସି ବୀମା ପାଇଁ ପ୍ରିମିୟମ ଦେବାକୁ ପଡ଼ିନଥାଏ । ଯଦି କୌଣସି ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୁଏ ବା ସେ ସଂପୂର୍ଣ୍ଣ ଭାବେ ଦିବ୍ୟାଙ୍ଗ ପାଲଟି ଯାଆନ୍ତି, ତେବେ ତାଙ୍କୁ ୨ ଲକ୍ଷ ଟଙ୍କାର ବୀମା ରାଶି ମିଳିଥାଏ । ଆଂଶିକ ଭାବେ ଦିବ୍ୟାଙ୍ଗ ହେଲେ ଉକ୍ତ ଶ୍ରମିକଙ୍କୁ ୧ ଲକ୍ଷ ଟଙ୍କାର ବୀମା ରାଶି ମିଳିଥାଏ ।

ଇ-ଶ୍ରମ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବା ପାଇଁ ହେଲେ ଆଧାର କାର୍ଡ ସହିତ ମୋବାଇଲ ନମ୍ବର ସଂଯୋଗ ହୋଇଥିବା ଆବଶ୍ୟକ । ଯାହାର ମୋବାଇଲ ନମ୍ବର ଆଧାର ଲିଙ୍କ ହୋଇନଥିବ, ସେ ନିକଟସ୍ଥ ସିଏସସି କେନ୍ଦ୍ରକୁ ଯାଇ ବାୟୋମେଟ୍ରିକ ମାଧ୍ୟମରେ ରେଜିଷ୍ଟ୍ରେସନ କରିପାରିବେ । ଯଦି ଜଣେ ପିଏମ କିଷାନ ଯୋଜନାର ଲାଭାର୍ଥୀ ହୋଇଥିବେ ତେବେ ତାଙ୍କୁ ଇ-ଶ୍ରମ ସ୍କିମରେ ଅର୍ଥ ମିଳିବ ନାହିଁ । ୧୬ରୁ ୫୯ ବର୍ଷ ବୟସର ଅସଂଗଠିତ କ୍ଷେତ୍ରର ଲୋକମାନେ ଇ-ଶ୍ରମରେ ରେଜିଷ୍ଟ୍ରେସନ କରିପାରିବେ ।

ତେବେ ଏହା ମଧ୍ୟରେ ଇ-ଶ୍ରମ ଯୋଜନାରେ ପଞ୍ଜୀକୃତ ହୋଇଥିବା ଶ୍ରମିକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏଣିକି ପ୍ରବାସୀ ଶ୍ରମିକଙ୍କୁ ନିଜର ପିଲାଙ୍କ ପାଠପଢ଼ା ପାଇଁ ଆଉ ଚିନ୍ତା କରିବାର ଆବଶ୍ୟକ ନାହିଁ । ଏଣିକି ଶ୍ରମିକଙ୍କୁ ଏକ ଖାସ୍ ସୁବିଧା ମିଳିବ । ଫଳରେ ସେମାନଙ୍କର ସନ୍ତାନଙ୍କର ପାଠପଢ଼ାରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ । କେନ୍ଦ୍ର ସରକାର ନିକଟରେ ଇ-ଶ୍ରମ ପୋର୍ଟାଲରେ ନୂଆ ଫିଚର୍ସ ଯୋଡ଼ିଛନ୍ତି । ପ୍ରବାସୀ ଶ୍ରମିକଙ୍କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଫଳରେ ଏଣିକି ପ୍ରବାସୀ ଶ୍ରମିକଙ୍କ ପରିବାରର ମହିଳା ସଦସ୍ୟଙ୍କୁ ଅନେକ ସରକାରୀ ଯୋଜନାର ଫାଇଦା ମିଳିବା ସହ ମୋନଙ୍କର ପିଲାଙ୍କର ପଢ଼ାଲେଖାରେ ବାଧା ସୃଷ୍ଟି ହେବ ନାହିଁ । କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆଜି ପୋର୍ଟାଲରେ ଏହି ନୂଆ ଅପଡେଟ୍ କରିଛନ୍ତି ।

ଇ-ଶ୍ରମ ପୋର୍ଟାଲରେ କେମିତି କରିବେ ରେଜିଷ୍ଟ୍ରେସନ୍‌

  • ସର୍ବପ୍ରଥମେ ଆପଣଙ୍କୁ ଇ-ଶ୍ରମ ପୋର୍ଟାଲର ଅଫିସିଆଲ େଓ୍ଵବସାଇଟକୁ ଯିବାକୁ ହେବ ।
  • େଓ୍ଵବସାଇଟ ଖୋଲିବା ପରେ ଆପଣଙ୍କୁ ର କଲମ୍‌ ଦେଖାଯିବ । ଏଠାରେ ଆପଣଙ୍କୁ ନିଜ ଆଧାର ଲିଙ୍କ ମୋବାଇଲ ନମ୍ବର ଦେଇ କାପଚା କୋଡ ଦେବାକୁ ହେବ । ଏହାପରେ ତଳକୁ ଆସି ସେଣ୍ଡ ଓଟିପି ଉପରେ କ୍ଲିକ କରିବାକୁ ହେବ ।
  • ଓଟିପି ଦେବା ପରେ ଇ-ଶ୍ରମ ରେଜିଷ୍ଟ୍ରେସନ ଫର୍ମ ଖୋଲିଯିବ । ଯେଉଁଠାରେ ଆପଣଙ୍କୁ ନିଜ ପର୍ସନାଲ ଡିଟେଲ୍ସ, ଏଜୁକେସନାଲ ଡିଟେଲ୍ସ, ଘରର ଠିକଣା, ଆପଣଙ୍କ କାମର ଡିଟେଲସ ଏବଂ ବ୍ୟାଙ୍କ ଡିଟେଲ୍ସ ଦେବାକୁ ହେବ ।
  • ଏହି ସମସ୍ତ ଡିଟେଲ୍ସ ଦେବା ପରେ ଆପଣଙ୍କୁ ସମସ୍ତ ଡିଟେଲ୍ସକୁ ଚେକ କରିବାକୁ ହେବ । ଏବଂ ତଳକୁ ଆସି ନିୟମ ଏବଂ ସର୍ତ୍ତକୁ ଚେକ ବକ୍ସ ଉପରେ କ୍ଲିକ କରି ସବମିଟ୍‌ ବଟନ୍‌ ଉପରେ କ୍ଲିକ କରିବାକୁ ହେବ ।
  • ସବମିଟ୍‌ କରିବା ପରେ ଆପଣଙ୍କ ସ୍କ୍ରୀନ ଉପରେ ଆପଣଙ୍କୁ ୟୁଏଏନ କାର୍ଡ ଅର୍ଥାତ୍‌ ଇ-ଶ୍ରମ କାର୍ଡ ବନିଯିବ । ଯାହାର ପ୍ରିଣ୍ଟ ଆଉଟ ବି ବାହାର କରିପାରିବେ ।
Pritiparna

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଆର୍ଥିକ ସଙ୍କଟ ଦୂର ହେବ, ପରିବାର ସହିତ ଖୁସିର ସମୟ କାଟିବେ

ମେଷ: ଆଜି ନିଜ ଉପରେ ଆତ୍ମବିଶ୍ୱାସ ରଖିବେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । କୌଣସି କାମ…

23 mins ago

ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…

2 hours ago

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

2 hours ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

2 hours ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

4 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

4 hours ago