ଝିଅ ବିବାହ ପାଇଁ ଚିନ୍ତିତ ? ତେବେ LICର ଏହି ପଲିସିରେ ଆଜିଠୁ ଜମା କରନ୍ତୁ ମାତ୍ର ୧୨୧ ଟଙ୍କା

ଘରେ ଝିଅ ଜନ୍ମ ହେଲା ମାତ୍ରେ ଝିଅର ଉଜ୍ୱଳ ଭବିଷ୍ୟତ କଥା ବାପା ମା’ ମନରେ ଚିନ୍ତା କରନ୍ତି । ଏଥିପାଇଁ ଭଲ ଇନଭେଷ୍ଟମେଣ୍ଟ ପଲିସି ମଧ୍ୟ ନେବାକୁ ପ୍ଲାନିଙ୍ଗ୍ କରନ୍ତି । ଆଜି ଆମେ ଏଲଆଇସିର ଏଭଳି ଏକ ପଲିସି ବିଷୟରେ କହିବାକୁ ଯାଉଛୁ ଯାହାକୁ ଏଲଆଇସି କେବଳ ଝିଅ ବିବାହ କରିବା ପାଇଁ ହିଁ ହୋଇଛି । ଏଲଆଇସି ତରଫରୁ ଏହି ପଲିସିର ନାଁ କନ୍ୟାଦାନ ଯୋଜନା ରଖାଯାଇଛି । ଏହି ଯୋଜନାରେ ୧୨୧ ଟଙ୍କା ପ୍ରତିଦିନ ହିସାବରେ ପାଖାପାଖି ୩୬୦୦ ଟଙ୍କା ମାସିକ ପ୍ରିମିୟମରେ ଏହି ପ୍ଲାନ୍ ଆପଣଙ୍କୁ ମିଳିପାରେ । କିନ୍ତୁ ଯଦି ଆପଣ କମ୍ କିମ୍ବା ଅଧିକ ପ୍ରିମିୟମ୍ କରିବାକୁ ଚାହାଁନ୍ତି ତେବେ ମଧ୍ୟ କରିପାରିବେ ।

ଯଦି ପ୍ରତିଦିନ ୧୨୧ ଟଙ୍କା ଜମା କରୁଛନ୍ତି ତେବେ ୨୫ ବର୍ଷରେ ୨୭ ଲକ୍ଷ ଟଙ୍କା ଆପଣଙ୍କୁ ମିଳିବ । ଆଉ ଯଦି ପଲିସି ଅନ୍ତ ହେବା ପୂର୍ବରୁ ଆପଣଙ୍କ ମୃତ୍ୟୁ ଘଟିଯାଏ ତେବେ ପରିବାରକୁ ପ୍ରିମିୟମ୍ ଭରିବାକୁ ପଡିବ ନାହିଁ ଏବଂ ତାଙ୍କୁ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ବି ଦିଆଯିବ । ଏହାଛଡା ୨୫ ବର୍ଷ ସମ୍ପୁର୍ଣ୍ଣ ହେବା ପରେ ପଲିସିର ନୋମିନିକୁ ୨୭ ଲକ୍ଷ ଟଙ୍କା ମିଳିବ ।

ଏହା ସହ ପଢ଼ନ୍ତୁ : ପିଏଫ୍ ଖାତାରୁ କିପରି ଉଠାଇବେ ଟଙ୍କା, ଜାଣିବା ପାଇଁ ଫଲୋ କରନ୍ତୁ ଏହି ଟିପ୍ସ

କେଉଁ ବୟସରେ ମିଳିବ ଏହି ପଲିସି :

ଏହି ପଲିସି ନେବା ପାଇଁ ନ୍ୟୁନତମ ବୟସ ୩୦ ହେବା ଦରକାର ଏବଂ କନ୍ୟା ବୟସ ୧ ବର୍ଷ ହେବା ଆବଶ୍ୟକ । ଏହି ପ୍ଲାନ୍ ୨୫ ବର୍ଷରେ ମିଳୁଥିବା ବେଳେ ପ୍ରିମିୟମ୍ ୨୨ ବର୍ଷ ଦେବାକୁ ପଡିବ ।

ପଲିସି ଉପରେ ନଜର ପକାନ୍ତୁ :

-୨୨ ବର୍ଷ ପାଇଁ ପ୍ରିମିୟମ୍ ଦେବାକୁ ପଡିବ ।

-ପ୍ରତିଦିନ ୧୨୧ ଟଙ୍କା କିମ୍ବା ମାସିକ ୩୬୦୦ ଟଙ୍କା ଦେବାକୁ ହେବ । ମଝିରେ ଯଦି ବୀମାଧାରକଙ୍କ ମୃତ୍ୟୁ ହୋଇଯାଏ ତେବେ ପରିବାରକୁ ପ୍ରିମିୟମ୍ ଭରିବା ପାଇଁ ପଡିବ ନାହିଁ ।

-ଝିଅକୁ ପଲିସିର ଅନ୍ୟ ବର୍ଷରେ ବାର୍ଷିକ ୧ ଲକ୍ଷ ଟଙ୍କା ମିଳିବ ।

-ପଲିସି ସମ୍ପୁର୍ଣ୍ଣ ହେବା ପରେ ନୋମିନିକୁ ମିଳିବ ୨୭ ଲକ୍ଷ ଟଙ୍କା ।

-ଏହି ପଲିସି କମ୍ କିମ୍ବା ଅଧିକ ପ୍ରିମିୟମର ମଧ୍ୟ ନେଇହେବ ।

Pritiparna

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

13 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

46 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

48 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

54 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago