Below header

ଝିଅ ବିବାହ ପାଇଁ ଚିନ୍ତିତ ? ତେବେ LICର ଏହି ପଲିସିରେ ଆଜିଠୁ ଜମା କରନ୍ତୁ ମାତ୍ର ୧୨୧ ଟଙ୍କା

ଘରେ ଝିଅ ଜନ୍ମ ହେଲା ମାତ୍ରେ ଝିଅର ଉଜ୍ୱଳ ଭବିଷ୍ୟତ କଥା ବାପା ମା’ ମନରେ ଚିନ୍ତା କରନ୍ତି । ଏଥିପାଇଁ ଭଲ ଇନଭେଷ୍ଟମେଣ୍ଟ ପଲିସି ମଧ୍ୟ ନେବାକୁ ପ୍ଲାନିଙ୍ଗ୍ କରନ୍ତି । ଆଜି ଆମେ ଏଲଆଇସିର ଏଭଳି ଏକ ପଲିସି ବିଷୟରେ କହିବାକୁ ଯାଉଛୁ ଯାହାକୁ ଏଲଆଇସି କେବଳ ଝିଅ ବିବାହ କରିବା ପାଇଁ ହିଁ ହୋଇଛି । ଏଲଆଇସି ତରଫରୁ ଏହି ପଲିସିର ନାଁ କନ୍ୟାଦାନ ଯୋଜନା ରଖାଯାଇଛି । ଏହି ଯୋଜନାରେ ୧୨୧ ଟଙ୍କା ପ୍ରତିଦିନ ହିସାବରେ ପାଖାପାଖି ୩୬୦୦ ଟଙ୍କା ମାସିକ ପ୍ରିମିୟମରେ ଏହି ପ୍ଲାନ୍ ଆପଣଙ୍କୁ ମିଳିପାରେ । କିନ୍ତୁ ଯଦି ଆପଣ କମ୍ କିମ୍ବା ଅଧିକ ପ୍ରିମିୟମ୍ କରିବାକୁ ଚାହାଁନ୍ତି ତେବେ ମଧ୍ୟ କରିପାରିବେ ।

girlଯଦି ପ୍ରତିଦିନ ୧୨୧ ଟଙ୍କା ଜମା କରୁଛନ୍ତି ତେବେ ୨୫ ବର୍ଷରେ ୨୭ ଲକ୍ଷ ଟଙ୍କା ଆପଣଙ୍କୁ ମିଳିବ । ଆଉ ଯଦି ପଲିସି ଅନ୍ତ ହେବା ପୂର୍ବରୁ ଆପଣଙ୍କ ମୃତ୍ୟୁ ଘଟିଯାଏ ତେବେ ପରିବାରକୁ ପ୍ରିମିୟମ୍ ଭରିବାକୁ ପଡିବ ନାହିଁ ଏବଂ ତାଙ୍କୁ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ବି ଦିଆଯିବ । ଏହାଛଡା ୨୫ ବର୍ଷ ସମ୍ପୁର୍ଣ୍ଣ ହେବା ପରେ ପଲିସିର ନୋମିନିକୁ ୨୭ ଲକ୍ଷ ଟଙ୍କା ମିଳିବ ।

ଏହା ସହ ପଢ଼ନ୍ତୁ : ପିଏଫ୍ ଖାତାରୁ କିପରି ଉଠାଇବେ ଟଙ୍କା, ଜାଣିବା ପାଇଁ ଫଲୋ କରନ୍ତୁ ଏହି ଟିପ୍ସ

କେଉଁ ବୟସରେ ମିଳିବ ଏହି ପଲିସି :

ଏହି ପଲିସି ନେବା ପାଇଁ ନ୍ୟୁନତମ ବୟସ ୩୦ ହେବା ଦରକାର ଏବଂ କନ୍ୟା ବୟସ ୧ ବର୍ଷ ହେବା ଆବଶ୍ୟକ । ଏହି ପ୍ଲାନ୍ ୨୫ ବର୍ଷରେ ମିଳୁଥିବା ବେଳେ ପ୍ରିମିୟମ୍ ୨୨ ବର୍ଷ ଦେବାକୁ ପଡିବ ।

baby

ପଲିସି ଉପରେ ନଜର ପକାନ୍ତୁ :

-୨୨ ବର୍ଷ ପାଇଁ ପ୍ରିମିୟମ୍ ଦେବାକୁ ପଡିବ ।

-ପ୍ରତିଦିନ ୧୨୧ ଟଙ୍କା କିମ୍ବା ମାସିକ ୩୬୦୦ ଟଙ୍କା ଦେବାକୁ ହେବ । ମଝିରେ ଯଦି ବୀମାଧାରକଙ୍କ ମୃତ୍ୟୁ ହୋଇଯାଏ ତେବେ ପରିବାରକୁ ପ୍ରିମିୟମ୍ ଭରିବା ପାଇଁ ପଡିବ ନାହିଁ ।

girl-ଝିଅକୁ ପଲିସିର ଅନ୍ୟ ବର୍ଷରେ ବାର୍ଷିକ ୧ ଲକ୍ଷ ଟଙ୍କା ମିଳିବ ।

-ପଲିସି ସମ୍ପୁର୍ଣ୍ଣ ହେବା ପରେ ନୋମିନିକୁ ମିଳିବ ୨୭ ଲକ୍ଷ ଟଙ୍କା ।

-ଏହି ପଲିସି କମ୍ କିମ୍ବା ଅଧିକ ପ୍ରିମିୟମର ମଧ୍ୟ ନେଇହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.