ନିକଟରେ ମହିନ୍ଦ୍ରା ନୂଆ XUV 3XO ସବ୍-କମ୍ପାକ୍ଟ ଏସୟୁଭି ବିଷୟରେ ଅନେକ ସୂଚନା ସେୟାର କରାଯାଇଛି ଏବଂ ଏହା ଏପ୍ରିଲ ୨୯ରେ ଭାରତୀୟ ବଜାରରେ ଲଞ୍ଚ ହେବ । ଏଥର କମ୍ପାନୀ ଏହାର ଇଣ୍ଟେରିୟର ଫିଚର୍ସ ଏବଂ ପରଫର୍ମାନ୍ସ ବିଷୟରେ ସୂଚନା ସେୟାର କରିଛି । ଲାଟେଷ୍ଟ ଟିଜର ନିଶ୍ଚିତ କରିଛି ଯେ ନୂଆ ମହିନ୍ଦ୍ରା XUV 3XO ଏକ ୬-ସ୍ପିଡ୍ ଟର୍କ କନଭର୍ଟର ଅଟୋମେଟିକ ଗିଅରବକ୍ସ ସହିତ ଆସିବ, ଯାହା ଡିଜେଲ ଇଞ୍ଜିନ ସହିତ ଉପଲବ୍ଧ ପୁରୁଣା AMT ୟୁନିଟ୍ କୁ ବଦଳାଇବ ।
କମ୍ପାନୀ ଦାବି କରିଛି ଯେ ଏହା ୨୦.୧ kmpl ମାଇଲେଜ ଦେବାକୁ ସକ୍ଷମ ହେବ । ଯଦିଓ ଇଞ୍ଜିନ-ଗିଅରବକ୍ସ କମ୍ବିନେସନ ଯାହା ସହିତ ଏହି ମାଇଲେଜ୍ ଉପଲବ୍ଧ ହେବ ତାହା ପ୍ରକାଶ କରାଯାଇ ନାହିଁ, କିନ୍ତୁ ଡିଜେଲ-ଅଟୋମେଟିକ କମ୍ବିନେସନ ସହିତ ଏହି ମାଇଲେଜ୍ ଉପଲବ୍ଧ ହେବାର ସମ୍ଭାବନା ଅଛି ।
ପାୱାର୍ ଟ୍ରେନ୍:
ପାୱାର୍ ଟ୍ରେନ୍ ବିଷୟରେ କହିବାକୁ ଗଲେ, ନୂଆ ମହିନ୍ଦ୍ରା XUV 3XO 110PS, 1.2L ଟର୍ବୋ ପେଟ୍ରୋଲ, 130PS, 1.2L TGDi ଟର୍ବୋ ପେଟ୍ରୋଲ ଏବଂ 117PS, 1.5L ଡିଜେଲ ଇଞ୍ଜିନ ଅପ୍ସନ ସହିତ ଉପଲବ୍ଧ ହେବ । 1.2 ଲିଟର ଟର୍ବୋ ପେଟ୍ରୋଲ ଏବଂ 1.5 ଲିଟର ଡିଜେଲ ୟୁନିଟ୍ ମଧ୍ୟ ଯଥାକ୍ରମେ ୬-ସ୍ପିଡ୍ AMT ଏବଂ ଏକ ନୂଆ ୬-ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ସହିତ କିଣାଯାଇପାରିବ ।
ଏହା ବ୍ୟତୀତ ଅଫିସିଆଲ୍ ଟିଜର ପ୍ରକାଶ କରିଛି ଯେ ନୂଆ XUV 3XO SUV ୪.୫ ସେକେଣ୍ଡରେ ୦ ରୁ ୬୦ କିଲୋମିଟର ସ୍ପିଡରେ ତ୍ୱରାନ୍ୱିତ ହେବ । ଏହି ସବକମ୍ପାକ୍ଟ SUV ର ତିନୋଟି ଡ୍ରାଇଭ୍ ମୋଡ୍ ଅଛି; ଜିପ୍, ଜାପ୍ ଏବଂ ଜୁମ୍ ସହିତ ଆସିବ ।
ଇଣ୍ଟେରିୟର ଏବଂ ଫିଚର୍ସ:
ନୂଆ ମହିନ୍ଦ୍ରା ଏସୟୁଭିର ଇଣ୍ଟେରିୟରରେ ଏକ ନୂଆ ଡ୍ୟାସବୋର୍ଡ ରହିବ, ଯେଉଁଥିରେ ଦୁଇଟି ୧୦.୨୫-ଇଞ୍ଚ ସ୍କ୍ରିନ ରହିବ, ଗୋଟିଏ ଇନଫୋଟେନମେଣ୍ଟ ସିଷ୍ଟମ ପାଇଁ ଏବଂ ଅନ୍ୟଟି ଡ୍ରାଇଭର ଡିସପ୍ଲେ ପାଇଁ । ଏହା ସହିତ କ୍ଲାଇମେଟ କଣ୍ଟ୍ରୋଲ ପ୍ୟାନେଲକୁ ମଧ୍ୟ ଅପଡେଟ କରାଯିବ ।
କୌତୁହଳର ବିଷୟ, XUV 3XO ଏହାର ସେଗମେଣ୍ଟରେ ପ୍ରଥମ ଏସୟୁଭି ହେବ ଯେଉଁଥିରେ ପାନୋରାମିକ୍ ସନ୍ ରୁଫ୍ ମିଳିବ । ଏହା ପୁସ୍ ବଟନ୍ ଷ୍ଟାର୍ଟ / ଷ୍ଟପ୍, ଡୁଆଲ୍ ଜୋନ୍ ଏସି, ରିୟର ଏସି ଭେଣ୍ଟ, କ୍ରୁଜ୍ କଣ୍ଟ୍ରୋଲ୍, ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍ ଏବଂ ୱାୟରଲେସ ଫୋନ୍ ଚାର୍ଜିଂ ମଧ୍ୟ ପାଇବ ।
ସେପ୍ଟି ଫିଚର୍ସ:
ସେପ୍ଟି ପାଇଁ ଏଥିରେ ୬ ଟି ଏୟାରବ୍ୟାଗ, ABS ସହିତ EBD, ଇଲେକ୍ଟ୍ରୋନିକ୍ସ ସ୍ଟାବିଲିଟି କଣ୍ଟ୍ରୋଲ ଏବଂ ଅନ୍ୟାନ୍ୟ ଫିଚର୍ସ ରହିବ । ଯଦିଓ ଫିଚର୍ସଗୁଡିକର ଡାଟା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, କିନ୍ତୁ ରିପୋର୍ଟ ଅନୁଯାୟୀ, ନୂଆ ମହିନ୍ଦ୍ରା XUV 3XO ୩୬୦ ଡିଗ୍ରୀ କ୍ୟାମେରା ଏବଂ ADAS ଟେକ୍ନୋଲୋଜି ସହିତ ଆସିପାରେ ।
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…