ବ୍ୟବସାୟ ଓ ଅର୍ଥନୀତି

ମାତ୍ର ୩୫ ହଜାର ଟଙ୍କାରେ କିଣନ୍ତୁ Maruti Alto CNG, ଫିଚର୍ସ ରହିଛି ଦମଦାର

ମାରୁତି ଅଲ୍ଟୋକୁ ଭାରତରେ ଖୁବ ପସନ୍ଦ କରାଯାଏ। ଗ୍ରାହକଙ୍କ ପସନ୍ଦକୁ ଧ୍ୟାନରେ ରଖି କମ୍ପାନୀ ଏବେ ପୁଣିଥରେ ଲାଟେଷ୍ଟ ମଡେଲ ବାହାର କରିଛି। ଏହାର ଦାମ କମ ହୋଇଥିବା କାରଣରୁ ଏବଂ ଏହାର ମାଇଲେଜ ଭଲ ହୋଇଥିବା କାରଣରୁ ଗ୍ରାହକଙ୍କୁ ଏହା ବହୁତ ପସନ୍ଦ ଆସିଥାଏ। ଏବେ ଆପଣ maruti alto cng ଗାଡ଼ିକୁ ଖୁବ ଶସ୍ତାରେ କିଣି ପାରିବେ। ଲକ୍ଷେ ଟଙ୍କାରେ ନୁହେଁ ବରଂ ମାତ୍ର କେଇ ହଜାର ଟଙ୍କା ଦେଇ ଆପଣ ଏହାକୁ ନିଜ ଘରକୁ ଆଣିପାରିବେ। maruti alto cng ହେଉଛି ସବୁଠୁ ପପୁଲାର ମଡେଲ। ଯାହାକୁ ଆପଣ ମାତ୍ର ୩୫ହଜାର ଟଙ୍କା ଦେଇ କିଣିପାରିବେ।

Alto 800 cng emi:

maruti alto 800 cng ମଡେଲର ଦାମ ରହିଛି ୪.୮୯ ଲକ୍ଷ ଟଙ୍କା। ଯଦି ଆପଣ ୩୫ହଜାର ଟଙ୍କା ଦେଇ ଡାଉନପେମେଣ୍ଟ କରୁଛନ୍ତି ତେବେ ଇଏମଆଇ ହିସାବରେ ଆପଣଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ୮% ସୁଧରେ ୧୦,୧୯୯ ଟଙ୍କା ଦେଇ ସୁଝିବାକୁ ହେବ।

ତେବେ ଏହାର ଫିଚର ଓ ଡିଜାଇନ କିନ୍ତୁ ଦମଦାର ରହିଛି। ଏଥିରେ ୫ସିଟର ହ୍ୟାଚବ୍ୟାକ ୭୯୬ ସିସି ର ଇଞ୍ଜିନ ଲଗାଯାଇଛି। ଯାହା ୪୭.୩୩ ବିଏଚପି ପର୍ଯ୍ୟନ୍ତ ପାଓ୍ଵାର ଜେନେରେଟ କରିଥାଏ। ଭାରତର ଏହା ସବୁଠୁ ଶସ୍ତା ସିଏନଜି କାର। ଯାହା 31.59kmpl ମାଇଲେଜ ଦେଇଥାଏ। ଏବଂ ଅଲ୍ଟୋ ୮୦୦ ରେ 22.05kmpl ର ମାଇଲେଜ ରହିଛି।

maruti alto 800 ର ଦୁଇଟି ଭାରିଏଣ୍ଟ ରହିଛି। ଏଲଏକ୍ସଆଇ ଓ ଏଲଏକଆଇ ( ଓ) ରେ ସିଏନଜି ପାଓ୍ଵରଟ୍ରେନ ର ଅପସନ ମିଳୁଛି। ମାରୁତି ସୁଜୁକି ଅଲ୍ଟୋ 800 ସିଏନଜି ଏଲଏକ୍ସଆଇ ଭାରିଏଣ୍ଟର ବଡ଼ି କଲରର ବମ୍ପର୍ସ, ବଡ଼ି କଲର ଡୋର ହ୍ୟାଣ୍ଡେଲ , ଷ୍ଟିୟରିଂ ହ୍ଵିଲରେ ସିଲଭର ଏକ୍ସେଣ୍ଟ ସହ ଦୁଆଲ ଟୋନ ଇଣ୍ଟେରିୟର, ଏସି ଓ୍ଵିଥ ହିଟର , ପାଓ୍ଵର ଷ୍ଟିୟରିଂ ସହ ଫ୍ରଣ୍ଟ ପାଓ୍ଵାର ଓ୍ଵିଣ୍ଡୋ ସୁବିଧା ରହିଛି।

ଅଲ୍ଟ୍ରା ଏଲଏକ୍ସଆଇ ଏସ ସିଏନଜି ମଡେଲରେ ସେଫ୍ଟି ଫିଚର୍ସ ରେ ଡ୍ରାଇଭର ସାଇଡ ଏୟାରବ୍ୟାଗ, ରିଭର୍ସ ପାର୍କିଂ ସେଂସର, ଇବିଡି ସହ ଏବିଏସ୍‌ , ସ୍ପିଡ ଆଲର୍ଟ ସିଷ୍ଟମ ଏବଂ ସିଟ ବେଲ୍ଟ ରିମାଣ୍ଡର ସାମିଲ ରହିଛି। ଏହାସହ ଫ୍ରଣ୍ଟ ପ୍ୟାସେଞ୍ଜର ଏୟାରବ୍ୟାଗ ମଧ୍ୟ ରହିଛି।

D Sonali

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

19 mins ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

3 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

4 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

4 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

6 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

7 hours ago