ବ୍ୟବସାୟ ଓ ଅର୍ଥନୀତି

ଆସନ୍ତା ପହିଲାରୁ ବଢ଼ିଯିବ ମାରୁତି ସୁଜୁକିର କାରର ଦାମ୍‌, ଯଦି କିଣିବାର ପ୍ଲାନ ଅଛି ଜଲଦି କିଣନ୍ତୁ

ଏପ୍ରିଲରୁ ଅନେକ କାରର ବଢ଼ିଯିବ ଦାମ୍‌ । ବିଭିନ୍ନ କମ୍ପାନୀର ଅନେକ ମଡେଲର ଦାମ୍‌ ହୋଇଯିବ ମହଙ୍ଗା । ତେବେ ଏହାରି ଭିତରେ ଦେଶର ଲୋକପ୍ରିୟ କାର ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ନିଜର ସମସ୍ତ ବାହନର ଦାମ୍‌ ବୃଦ୍ଧି କରିବ ବୋଲି ଘୋଷଣା କରିଛି । ଏହି ବର୍ଦ୍ଧିତ ଦାମ୍‌ ୧ ଏପ୍ରିଲ ୨୦୨୩ ଠାରୁ ଲାଗୁ ହୋଇଯିବ । ହଁ ଆଜ୍ଞା ଆସନ୍ତାମାସରୁ ମାରୁତି ସୁଜୁକି ଏହାର ସବୁ ମଡେଲ କାର ମୂଲ୍ୟ ବୃଦ୍ଧି କରିବ।

ଉଚ୍ଚ ମୁଦ୍ରାସ୍ଫୀତି ଏବଂ ନିୟାମକ ସଂସ୍ଥାର ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଖର୍ଚ୍ଚ ବଢ଼ିଯାଇଛି। ଏଥିପାଇଁ କମ୍ପାନି ଏହାର ଗାଡ଼ି ମୂଲ୍ୟ ବୃଦ୍ଧି କରିବ। ତେବେ କେଉଁ ଗାଡ଼ି ମୂଲ୍ୟ କେତେ ବୃଦ୍ଧି ହେବ ତାହା ଘୋଷଣା କରିନାହିଁ।

ଏହା ବ୍ୟତୀତ ହୋଣ୍ଡା କାର୍ସ ଇଣ୍ଡିଆ ମଧ୍ୟ ଏହାର ଆମେଜ୍ ମଡେଲ ମୂଲ୍ୟରେ ୧୨ ହଜାର ଟଙ୍କା ବୃଦ୍ଧି କରିବ। ଏପ୍ରିଲ ପହିଲାରୁ କମ୍ପାନି ଏହାକୁ କାର୍ଯ୍ୟକାରୀ କରିବ। ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଁ କମ୍ପାନି ଏଭଳି ନିଷ୍ପତ୍ତି ନେଇଛି। ପୂର୍ବରୁ ଟାଟା ମୋଟର୍ସ ମଧ୍ୟ ଏହାର ବିଭିନ୍ନ ମଡେଲ କାର ମୂଲ୍ୟ ଏପ୍ରିଲ ପହିଲାରୁ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ ବୋଲି ଘୋଷଣା କରିସାରିଛି।

ବାହନ ନିର୍ମାତା କମ୍ପାନୀ ଟାଟା ମଧ୍ୟ ନିକଟରେ ନିଜର ସମସ୍ତ କମର୍ସିଆଲ ଗାଡିର ଦାମରେ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ ବୋଲି ଘୋଷଣା କରିଦେଇଛି । ଟାଟାର ଗାଡି ଗୁଡିକର ଏହି ବର୍ଦ୍ଧିତ ଦାମ ୧ ଏପ୍ରିଲ ୨୦୨୩ ଅର୍ଥାତ୍‌ ଆସନ୍ତା ମାସ ପହିଲାରୁ ଲାଗୁ ହେବ । ଯାହାର କାରଣ ହେଉଛି ବିଏସ୬ ଫେଜ-୨ର ନୂଆ ଆରଡିଇ ନର୍ମସ । ଯାହା ୧ ଏପ୍ରିଲ ୨୦୨୩ ଠାରୁ ଲାଗୁ ହୋଇଯିବ । ଟାଟା ମଧ୍ୟ ଏହା ପୂର୍ବରୁ ଫେବୃୟାରୀ ୨୦୨୩ରେ ମେକିଙ୍ଗ କଷ୍ଟ୍‍ ବଢ଼ିବା କାରଣରୁ ନିଜର ପାସେଞ୍ଜର ଗାଡିର ଦାମରେ ୧.୨% ବୃଦ୍ଧି କରିସାରିଛି ।

ଏଥିସହିତ ଦେଶରେ ଏପ୍ରିଲ ପହିଲାରୁ ବାଇକ ଏବଂ ସ୍କୁଟର ମୂଲ୍ୟ ବଢ଼ାଇବ ବୋଲି ଦେଶର ସର୍ବବୃହତ୍ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଘୋଷଣା କରିଛି। ହିରୋର କେତେକ ଗାଡ଼ି ମୂଲ୍ୟ ୨ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବ। ବିଭିନ୍ନ ମଡେଲର ମୂଲ୍ୟ ବୃଦ୍ଧି ଭିନ୍ନ ଭିନ୍ନ ରହିବ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମାରୁତି କିଛି ଦିନ ପୂର୍ବରୁ ଗ୍ରାହକଙ୍କ ଅତି ପସନ୍ଦର ସବ୍‌-କମ୍ପାକ୍ଟ ଏସୟୁଭି ମାରୁତି ବ୍ରିଜାର ସିଏନଜି ଭ୍ୟାରିୟଣ୍ଟକୁ ଲଞ୍ଚ କରିଦେଇଛି । ଯାହା ନିଜ ସେଗମେଣ୍ଟର ଦେଶର ପ୍ରଥମ ଫ୍ୟାକ୍ଟ୍ରି ଫିଟେଡ ସିଏନଜି ଗାଡି ଅଟେ । କମ୍ପାନୀ ନିଜର ଏହି କାର ପାଇଁ ୨୫.୫୧ କିଲୋମିଟର ପ୍ରତି କିଲୋଗ୍ରାମ ସିଏନଜି ମାଇଲେଜର ଦାବି କରିଛି ।

Pritiparna

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

12 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

21 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

29 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

46 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago