ବ୍ୟବସାୟ ଓ ଅର୍ଥନୀତି

ମାରୁତି ସୁଜୁକିର ଏହି କାର ଏବେ ବି ଭାରତରେ କରୁଛି ଧମାଲ, ଏବେ ଯାଏଁ ହେଲାଣି ୮ ଲକ୍ଷ ୟୁନିଟ୍‌

ମାରୁତି ସୁଜୁକି ଆଉ ଏକ ବଡ଼ ଉପଲବ୍ଧି ନିଜ ନାଁରେ କରିଛି। କମ୍ପାନୀର ଲୋକପ୍ରିୟ ହେଚ୍‌ବ୍ୟାକ୍‌ କାର Baleno ଖୁବ୍‌ ସୁନ୍ଦର ପ୍ରଦର୍ଶନ କରିଛି। ମାତ୍ର ୫ ବର୍ଷରେ ହିଁ ଏହି କାରର ୮ ଲକ୍ଷରୁ ଅଧିକ ୟୁନିଟ୍‌ ବିକ୍ରି ହୋଇ ନୂଆ ରେକର୍ଡ କରିଛି। ଏହି କାରକୁ ୨୦୧୫ ମସିହାରେ ଲଞ୍ଚ୍‌ କରାଯାଇଥିଲା। ଭାରତରେ ଗ୍ରାହକ ଏହି କାରକୁ ଖୁବ୍‌ ପସନ୍ଦ କରୁଛନ୍ତି। ପ୍ରଥମେ ପ୍ରଥମେ ବହୁଳ ଭାବେ ଏହି କାର ବିକ୍ରି ହେଉଥିଲା। କମ୍ପାନୀ ଦାବି କରି କହିଛି ଯେ ଲଞ୍ଚ୍‌ ପରେ ୫୯ ମାସରେ କମ୍ପାନୀ ୮ ଲକ୍ଷ ୟୁନିଟ୍‌ ବିକ୍ରି କରିଛି।

ବର୍ତ୍ତମାନ ସମୟରେ ମଧ୍ୟ ଲୋକମାନେ ଏହି କାରକୁ ବେଶ୍‌ ପସନ୍ଦ କରୁଛନ୍ତି। ପ୍ରତିମାସରେ ଏହି କାରର ୧୫,୦୦୦ ୟୁନିଟ୍‌ ବିକ୍ରି ହୋଇଛି। ସୂଚନାଯୋଗ୍ୟ ଯେ ଚଳିତ ସେପ୍ଟେମ୍ବର ମାସରେ ଏହି କାରର ୧୯,୪୩୩ ୟୁନିଟ୍‌ ବିକ୍ରି ହୋଇଛି। ମାରୁତି ସୁଜୁକି ବାଲେନୋର ମ୍ୟାନୁଫ୍ୟାକଚର ଭାରତରେ ହିଁ ହୁଏ। କିନ୍ତୁ ଏହାକୁ ଅଷ୍ଟ୍ରେଲିଆ, ୟୁରୋପ, ଲାଟିନ୍‌ ଆମେରିକା, ଆଫ୍ରିକା, ମିଡିଲ ଇଷ୍ଟ ଓ ଦକ୍ଷିଣ ଆଫ୍ରିକାରେ ଏକ୍ସପୋର୍ଟ କରାଯାଉଛି।

ମାରୁତି ସୁଜୁକି ବାଲେନୋର ଦାମ୍‌ ୫.୬୪ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୮.୯୬ ଲକ୍ଷ ପର୍ଯ୍ୟନ୍ତ ରହିଛି। ଏହି କାର ୧.୨ ଲିଟର VVT  ପେଟ୍ରୋଲ ଓ ୧.୨ ଲିଟର ଡୁଆଲଜେଟ୍‌ VVT ସ୍ମାର୍ଟ ହାଇବ୍ରିଡ୍‌ ପେଟ୍ରୋଲ ଇଞ୍ଜିନ୍‌ ଅପସନ୍‌ ସହ ଆସୁଛି। କାରର ୧.୨ ଲିଟର VVT  ପେଟ୍ରୋଲ ଇଞ୍ଜିନ୍‌ 83PS ର ପାଓ୍ଵାର ଓ 113Nm ର ପିକ୍‌ ଟର୍କ ଜେନେରେଟ୍‌ କରିଥାଏ।

WCW 11

Recent Posts

କଟକରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

3 seconds ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

25 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

35 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago