ବ୍ୟବସାୟ ଓ ଅର୍ଥନୀତି

ବିନା ଡାଉନ୍‌ ପେମେଣ୍ଟରେ ଘରକୁ ନେଇ ଯାଆନ୍ତୁ ବ୍ରିଜା, ବଲେନୋ ଓ ସିଆଜ୍‌ କାର୍‌, କେବଳ ‘ସବ୍‌ସ୍କ୍ରାଇବ’ କରିବାକୁ ହେବ ଏହି ସେବା

ଯଦି ଆପଣ ମାରୁତି ସୁଜୁକି କାର୍‌ ଏରିନା କିମ୍ବା ନେକ୍ସା ସୋରୁମ୍‌ରୁ କାର୍‌ କିଣିବାକୁ ଚାହୁଁଛନ୍ତି,ତେବେ ମାରୁତି ଗ୍ରାହାକଙ୍କ ପାଇଁ ଆଣିଛି ଅନେକ ବିକଳ୍ପ । ଏହାଛଡା ଆପଣ କାର୍‌ ନକିଣି ମଧ୍ୟ ହୋଇପାରିବେ କାର୍‌ ମାଲିକ । କେବଳ ଏଥିପାଇଁ ଆପଣଙ୍କୁ ମାରୁତିର ‘ସବ୍‌ସ୍କ୍ରିକ୍‌ପ୍‌ସନ୍‌’ ସେବା ନେବାକୁ ପଡ଼ିବ । ମାରୁତି ୬ଟି ସହରର ଗ୍ରାହକଙ୍କ ପାଇଁ ଆଣିଛି ଏମିତି ସୁବିଧା ।

କେଉଁଠି ଓ କେଉଁ ଗ୍ରାହକଙ୍କ ପାଇଁ ରହିଛି ଏହି ଯୋଜନା

ଏହି ଯୋଜନା କେବଳ ଏହି ଗ୍ରାହକଙ୍କ ପାଇଁ ଯେଉଁମାନଙ୍କର ଟ୍ରାନ୍ସଫରେବଲ୍‌ ଜବ୍‌ କିମ୍ବା ପ୍ରତି ୬ ମାସରେ ଜବ୍‌ ପରିବର୍ତ୍ତନ ହେଉଥବ । କିମ୍ବା ଯେଉଁ ଗ୍ରାହକ ଡାଉନ୍‌ପେମେଣ୍ଟ ଦେଇପାରିବେନି ସେମାନଙ୍କୁ ଦୃଷ୍ଟିରେ ରଖି ମାରୁତି ଏହି ଯୋଜନା କରିଛନ୍ତି । ମାରୁତି ପ୍ରଥମେ ଏହି ଯୋଜନା ଦିଲ୍ଲୀ, ନୋଏଡା, ଗାଜିଆବାଦ,ଫରିଦାବାଦ, ଗୁରୁଗାଁଓ ଓ ବେଙ୍ଗାଲୁର ଭଳି ସହରରେ ଆରମ୍ଭ କରିଛନ୍ତି । ଏହି ଯୋଜନାରେ ବଲେନୋ, ବ୍ରିଜା ଓ ସିୟାଜ୍‌ ଗାଡି ରହିଛି । ସିୟାଜ୍‌ ବଦଳରେ XL6 ମଧ୍ୟ ନେଇପାରିବେ । ଏହି ଯୋଜନାରେ ଗୋଟିଏ ଲାଭ ହେଉଛି ଆପଣଙ୍କ ସବ୍‌ସ୍କ୍ରିପନ୍‌ ଶେଷ ହେବା ପରେ ଆପଣ ଚାହିଁଲେ ଅନ୍ୟ କାର୍‌ ନେଇପାରିବେ ।

କେତେ ଟଙ୍କା ଦେବାକୁ ପଡ଼ିବ

ଗ୍ରାହକ ଏହି ସେବାରେ ୧୨ ମାସରୁ ୪୮ ମାସ ପର୍ଯ୍ୟନ୍ତ ସବ୍‌ସ୍କ୍ରିପ୍‌ସନ୍‌ ନେଇପାରିବେ । ଦିଲ୍ଲୀରେ ୪୮ ମାସ ପାଇଁ ମାସିକ ଶୁଳ୍କ (କର ସହିତ) ୧୪,୪୬୩ ଟଙ୍କା ରହିଛି । ଏଥିରେ ଇନ୍‌ସ୍ୟୁରାନ୍ସ,ରେଜିଷ୍ଟ୍ରେସନ୍‌ ର ଝମ୍ବିଲା ନାହିଁ । କମ୍ପାନୀ ଏହି ସୁବିଧା ଆଗାମୀ ୨-୩ ବର୍ଷରେ ପ୍ରାୟ ୪୦ରୁ ୬୦ ସହରରେ ଲାଗୁ କରିବ ବୋଲି କହିଛି ।

Niharanjan

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

30 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

38 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

54 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

59 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago