ମନୋରଂଜନ

‘ବିଗ୍ ବସ୍ 11’ର ବିଜେତା ଶିଳ୍ପା ସିନ୍ଦେଙ୍କ ବଡ ଖୁଲାସା, ଆର୍ଟିଷ୍ଟଙ୍କ ସମସ୍ତ ଡିମାଣ୍ଡ ପୁରଣ କରେ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ତଦନ୍ତ ଚାଲିଛି । ଏନସିବି ସାମ୍ନାରେ ବଲିଉଡ ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିର ଅନେକ ବଡ ବଡ ନାମ ଏହି ପ୍ରସଙ୍ଗରେ ପ୍ରକାଶ ପାଇଛି । ଦୀପିକା ପାଦୁକୋନ, ରକୁଲ ପ୍ରୀତ ସିଂ ଏବଂ ଶ୍ରଦ୍ଧା କପୁରଙ୍କ ସମେତ ଅନେକ ଅଭିନେତ୍ରୀଙ୍କୁ ଏପର୍ଯ୍ୟନ୍ତ ସମାନ ଦିଆଯାଇ ସାରିଲାଣି । ତେବେ ଏହି ସମୟରେ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି KWAN ର ଏକ ବଡ ଭୂମିକା ଏହି ସାମ୍ନାକୁ ଆସିଛି । ତେବେ ନିକଟରେ ‘ବିଗ୍ ବସ୍ 11’ର ବିଜେତା ତଥା ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଶିଳ୍ପା ସିନ୍ଦେ ମଧ୍ୟ ଏହି ପ୍ରସଙ୍ଗରେ ଏକ ବୟାନ ଦେଇଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ଶିଳ୍ପା କହିଛନ୍ତି, “ଯେତେବେଳେ ମୋର ‘ଭାବିଜି ଘର ପର ହେ’ କେଶ ଚାଲିଥିଲା, ସେତେବେଳେ ପୋଲିସ ଅନେକ ମେସେଜ ପାଉଥିଲା । ଆଜି ଏଠାରେ ରେଡ ତ କାଲି ସେଠାରେ । ଆଜି ରାତିରେ ପାର୍ଟି ଅଛି ରେଡ ହେବ । ମୁଁ କୌଣସି ବଲିଉଡ ସେଲିବ୍ରିଟିଙ୍କ ପକ୍ଷ ନେଉ ନାହିଁ। କିନ୍ତୁ ଏହା ପ୍ରକୃତରେ ଘଟେ । ବଲିଉଡରେ ଏହା ବହୁତ ସାଧାରଣ ଏବଂ ଏଠାରେ ଯେକୌଣସି ସେଲିବ୍ରିଟିଙ୍କ ନାମ ନେବା ସହଜ ସମସ୍ତେ ଜାଣନ୍ତି ଯେ ସେ କାମ କରନ୍ତି ସେ କରୁଥିବେ କିନ୍ତୁ ବଲିଉଡରେ ଭଲ ଲୋକ ମଧ୍ୟ ଅଛନ୍ତି । ”

ଶିଳ୍ପା ଆହୁରି କହିଛନ୍ତି, “ଯେତେବେଳେ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି ଗୁଡ଼ିକ ଜଣେ କଳାକାରଙ୍କ ପାଖକୁ ଯାଆନ୍ତି । ସେତେବେଳେ କଳାକାର ମୋତେ କେଉଁ ସୁବିଧା ଦେବେ ବୋଲି ପଚାରନ୍ତି । କିନ୍ତୁ ଏହା ବ୍ୟକ୍ତିଙ୍କ ଉପରେ ନିର୍ଭର କରେ । ଏହା ନୁହେଁ ଯେ କମ୍ପାନୀ କହିବ ଯେ ତୁମେ ଏହି ଜିନିଷ ପାଇବ । ଏହା ଜଣେ ବ୍ୟକ୍ତିର ଚାହିଦା ଉପରେ ନିର୍ଭର କରେ । ମୁଁ ଏଥିପାଇଁ ପରିଚାଳନା କମ୍ପାନୀଗୁଡ଼ିକୁ ଦାୟୀ କରିବାକୁ ଚାହେଁ ନାହିଁ । ବର୍ତ୍ତମାନ କ୍ୱୋନ୍ ବାହାରକୁ ଆସିଛି କିନ୍ତୁ ଏହା କେବଳ କ୍ୱୋନ୍ ନୁହେଁ । ଆହୁରି ଅନେକ ମ୍ୟାନେଜମେଣ୍ଟ କମ୍ପାନୀ ଅଛି ଯେଉଁମାନେ କଳାକାରଙ୍କୁ ଭାରତର ବାହାରକୁ ନେଇଗଲେ ବି ସେମାନେ ତାଙ୍କର ଯତ୍ନ ନିଅନ୍ତି । ”

KNews Bureau

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

24 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

32 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

47 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

53 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago