ଗାଡ଼ି ପ୍ରେମୀଙ୍କ ପାଇଁ ଖୁସି ଖବର। ନାମୀଦାମୀ ମର୍ସିଡିଜ ନିଜର ଏଏମଜି ଏସଏଲ ୫୫ ରୋଡଷ୍ଟାର ମଡେଲକୁ ଲଞ୍ଚ କରିଛି । ଯାହାର ଦାମ ରହିଛି ୨.୩୫ କୋଟି ଟଙ୍କା। ଏହା ଏକ୍ସ ସୋ ରୁମ ପାନ୍‌ ଇଣ୍ଡିଆ ର ଦାମ ରଖାଯାଇଛି। ସୂଚନା ଅନୁସାରେ ପ୍ରତିଷ୍ଠିତ ଏସଏଲ ନେମପ୍ଲେଟ ୨୦୧୨ ପର୍ଯ୍ୟନ୍ତ ବିକ୍ରି ଥିଲା। ଏହାପରେ ଷଷ୍ଠ ପିଢ଼ି ମଡେଲରେ ଭାରତକୁ ଅଣାଯାଇନଥିଲା।

ଏବେ କାର ନିର୍ମାତା କମ୍ପାନୀ ୧୧ ବର୍ଷ ପରେ ଭାରତରେ ଏସଏଲ ନେମପ୍ଲେଟ କୁ ପୁଣି ଥରେ ଆଣିଛନ୍ତି। କମ୍ପାନୀ ଦୁଇଟି ଡୋର ଥିବା ଏହି ଏସଏଲ କେବ୍ରିୟୋଲେଟ ପାଇଁ ବୁକିଂ ଆରମ୍ଭ କରାଯାଇଛି। ଏଏମଜି ଏସଏଲ ୫୫ ରୋଡଷ୍ଟାର ଭାରତରେ ଇ-କ୍ଲାସ କେବ୍ରିୟୋଲେଟ ପରେ କମ୍ପାନୀର ଦ୍ୱିିତୀୟ କନ୍ଵର୍ଟିବଲ କାର ।

ଏଥିରେ ହାଇ ପରର୍ଫମାନ୍ସ ଟାୟର୍ସ ସହିତ ୨୧ ଇଞ୍ଚ ଏଏମଜି ସ୍ପେକ ଆଲାଓ ହ୍ଵିଲ୍ସ ଦିଆଯାଇଛି। ଏଥିରେ ସଫ୍ଟ ଟପ ମିଳୁଛି। ଯେଉଁଥିରେ ୬୦ କିମି ପ୍ରତି ଘଣ୍ଟାକୁ ସ୍ପିଡ଼ ରହିଛି। ୧୫ ସେକେଣ୍ଡରେ ଏହା ଭଲ ସ୍ପିଡ଼ ଧରିଥାଏ। ଅନ୍ୟ ମର୍ସିଡ଼ିଜ ଏଏମଜି କାର ଭଳି ଏସଏଲ ୫୫ ସ୍ପୋର୍ଟି ଟଚ ସହିତ ଲଗଜରୀ ମିଳୁଛି। ଏଥିରେ ହିଟିଂ ଫଙ୍କସନ ର ଥ୍ରୀ ସ୍ପୋକ ଏଏମଜି ଷ୍ଟିୟରିଂ ହ୍ଵିଲ, ସ୍ପୋର୍ଟି ଆଲୁମିନିୟମ ପ୍ୟାଡେଲ , ଟରବାଇନ ପ୍ରେରିତ ଏସି େଓ୍ଵଣ୍ଟ , ସେଣ୍ଟର କନସୋଲ ରେ କାର୍ବନ ଫାଇବର ଇନସର୍ଟ ଓ ବୈକଳ୍ପିକ ନପ୍ପା ଲେଦର ସିଟ, ଅପହେଲଷ୍ଟ୍ରୀ ମିଳୁଛି। ଏସଏଲ ରେ ୨+୨ ସିଟିଂ କନଫିଗରେସନ ରହିଛି।

ଏସଏଲ ୫୫ ରୋଡଷ୍ଟାର ରେ ୧୨.୩ ଇଞ୍ଚର ଡିଜିଟାଲ ଡିସପ୍ଲେ, ଦୁଆଲ ଜୋନ କ୍ଲାଇମେଟ କଣ୍ଟ୍ରୋଲ, ୬୪-କଲର ଏଭିୟଣ୍ଟ ଲାଇଟିଂ ଓ ହୀଟେଡ , ଭେଣ୍ଟିଲେଟେଡ ତଥା ମସାଜ ଫିଚର୍ସ ସହିତ ପାଓ୍ଵର୍ଡ ଫ୍ରଣ୍ଟ ସିଟ ମିଳିବ। ଏଥିରେ ୧୧.୯ ଇଞ୍ଚ ର ଟଚ ସ୍କ୍ରିନ MBUX ପାଓ୍ଵାର୍ଡ ଇନଫୋଟେନମେଣ୍ଟ , 1220w 17 ସ୍ପିକର ବର୍ମେଷ୍ଟର ସାଉଣ୍ଡ ସିଷ୍ଟମ ଓ ଓ୍ଵାୟାରଲେସ୍‌ ଚାର୍ଜିଂ ରହିବ। ଏଥିରେ ସେଫ୍ଟି ପାଇଁ ବ୍ଲାଇଣ୍ଡ ସ୍ପଟ ଆସିଷ୍ଟ, ସରାଉଣ୍ଡ ଭ୍ୟୁ ସିଷ୍ଟମ, ପାର୍କିଂ ଆସିଷ୍ଟ, ୮ ଏୟାରବ୍ୟାଗ, ଇଏସପି ଓ ବୈକଳ୍ପିକ ରାଡର ବେସ୍ଡ ଏଡ଼ିଏଏସ ମିଳୁଛି।

ମସିର୍ଡିଜ ଏଏମଜି ଏସଏଲ ୫୫ ରେ ୪ ଲିଟର ଟ୍ଵିନ ଟର୍ବୋ ବି୮ ଇଞ୍ଜିନ ଅଛି। 476ps ଓ 700nm ଆଉଟପୁଟ ଦେବ। ଏହି କାର କେବଳ ୩.୯ ସେକେଣ୍ଡରେ ୦ ରୁ ୧୦୦ କିମି ପ୍ରତି ଘଣ୍ଟା କୁ ସ୍ପିଡ଼ ଧରିବ।

D Sonali

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

58 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

1 hour ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

1 hour ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago