ବ୍ୟବସାୟ ଓ ଅର୍ଥନୀତି

ପାନ କାର୍ଡକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଆପଣଙ୍କୁ ଜାଣିବା ଜରୁରୀ, ନଚେତ ଲାଗିପାରେ ୧୦ ହଜାର ଟଙ୍କା ଜରିମାନା

ନିକଟରେ ଅର୍ଥମନ୍ତ୍ରୀ ତତ୍କାଳ ଇ-ପାନ କାର୍ଡ ବନାଇବାର ସୁବିଧା ଲଞ୍ଚ କରିଛନ୍ତି। ଏହି ସୁବିଧା ଦ୍ୱାରା ନା କେବଳ ନୂଆ ପାନ କାର୍ଡ ତିଆରି କରିବାରେ ସହଜ ହେବ ବରଂ ପାନ କାର୍ଡ ବନାଇବା ପାଇଁ କୌଣସି କାଗଜପତ୍ରର ମଧ୍ୟ ଆବଶ୍ୟକ ପଡିବନାହିଁ। ଆଉ ସବୁଠାରୁ ଖାସ୍‌ କଥା ହେଉଛି ଏହା ସମ୍ପୂର୍ଣ୍ଣ ମାଗଣା। ଆୟକର ବିଭାଗ ଅନୁଯାୟୀ ନୂଆ ଇ-ପାନ କାର୍ଡକୁ ପୁରୁଣା ଲାମିନେଟେଡ୍‌ ପାନ କାର୍ଡର ବରାବର କରାଯାଇଛି। ଆୟକର ନିୟମ ଅନୁଯାୟୀ ସମସ୍ତେ ଇ-ଫାଇଲିଙ୍ଗ ପୋର୍ଟାଲରେ ନୂଆ ପାନ ତିଆରି କରିବାରେ ଆଧାର କାର୍ଡର ବ୍ୟବହାର କରିପାରିବେନାହିଁ। ଏମିତିରେ ଇ-ପାନ କାର୍ଡ ତିଆରି କରିବା ପୂର୍ବରୁ ଏହି ଏହି ସବୁ କଥା ଉପରେ ଧ୍ୟାନ ରଖିବା ଜରୁରୀ।

ଦୁଇଟି ପାନ କାର୍ଡ ଥିଲେ ୧୦ ହଜାର ଟଙ୍କା ଜରିମାନା

ଯେଉଁମାନଙ୍କ ପାଖରେ ପୂର୍ବରୁ ହିଁ ପାନ କାର୍ଡ ରହିଛି ସେମାନେ ତତ୍କାଳ ଇ-ପାନ ପାଇଁ ଆବେଦନ କରିପାରିବେନାହିଁ। ଯଦି ଆବେଦନ କରି ନୂଆ ପାନ କାର୍ଡ ବନାଉଛନ୍ତି ଏବଂ ଆପଣଙ୍କ ପାଖରେ ଦୁଇ ଦୁଇଟି ପାନ କାର୍ଡ ଥିବା ଧରାପଡିଲେ ତାହେଲେ ଆୟକର ଅଧିନିୟମ ଧାରା ୨୭୨ ବି(୧) ଅନୁଯାୟୀ ୧୦,୦୦୦ ଟଙ୍କା ଜରିମାନା ଲଗାଯାଇପାରିବ।

ବୈଧ ଆଧାର କାର୍ଡ ରହିବା ଜରୁରୀ

ଆବେଦନ ପାଇଁ ବୈଧ ଆଧାର ଜରୁରୀ। ଆୟକର ବିଭାଗ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣର ସମସ୍ତ ପରିଚୟ ସମ୍ବନ୍ଧୀୟ ବିବରଣୀ ପ୍ରାପ୍ତ କରିବା ଏବଂ ଇ-କେଓ୍ଵାଇସି ପୂରା କରିବା ପାଇଁ ସୂଚନା ମାଗିଥାଏ। ଆବେଦନ କରିବା ସମୟରେ ନା କୌଣସି ଫର୍ମକୁ ଭରିବାକୁ ଦରକାର ପଡିବ ନା କୌଣସି କାଗଜପତ୍ରର।

ଇ-କେଓ୍ଵାଇସି ପାଇଁ ମୋବାଇଲ ନମ୍ବର ଜରୁରୀ

ଏହି ସୁବିଧା ପାଇଁ କେବଳ ଆଧାର କାର୍ଡ ରହିବା ଜରୁରୀ ନୁହେଁ। ମୋବାଇଲ ନମ୍ବରକୁ ୧୨ ଅଙ୍କ ସଂଖ୍ୟାତ୍ମକ ପରିଚୟ ସଂଖ୍ୟା ଦ୍ୱାରା ଯୋଡା ଯିବା ଉଚିତ। ଆୟକର ବିଭାଗ ଲିଙ୍କଡ ଫର୍ମ ମୋବାଇଲ ନମ୍ବରକୁ ଏକ ଓଟିପି ପଠାଇବ, ଯାହା ବିନା ଇ-କେଓ୍ଵାଇସି ପ୍ରକ୍ରିୟା ପୂରା ହୋଇପାରିବନାହିଁ।

ଆବେଦନ ପୂର୍ବରୁ ଏହା ଯାଞ୍ଚ କରିବା ନିହାତି ଦରକାର ଯେ ଆପଣଙ୍କ ଜନ୍ମ ତିଥି ଆଧାର କାର୍ଡ ଡାଟା ବେସରେ DD-MM-YY ପ୍ରାରୂପରେ ଅଛି ନା ନାହିଁ। କିଛି ପୁରୁଣା ଆଧାର କାର୍ଡରେ କେବଳ ଜନ୍ମ ବର୍ଷ ରହିଥାଏ। ଜନ୍ମର ପୂରା ତାରିଖ ନଥିଲେ ଭାରତୀୟ ବିଶିଷ୍ଟ ପ୍ରମାଣ ପ୍ରାଧିକରଣର ୱେବସାଇଟରେ ଅନଲାଇନ ପରିବର୍ତ୍ତନ କରିପାରିବେ।

୧୮ ବର୍ଷରୁ ଅଧିକ ବୟସ ହେବା ଜରୁରୀ

ତତ୍କାଳ ଇ-ପାନ ଆବେଦନ ପାଇଁ ଦରକାର ପଡିବ ଆବେଦନକାରୀଙ୍କ ବୟସ ଯାହା ୧୮ ରୁ ଅଧିକ ବର୍ଷ ହୋଇଥିବ। ଏହାଛଡା ଏହି ସୁବିଧା କେବଳ ବ୍ୟକ୍ତିବିଶେଷ, କମ୍ପାନୀ ଏବଂ ପାର୍ଟନରସିପ କମ୍ପାନୀଙ୍କ ପାଇଁ ହିଁ ଉଦ୍ଧିଷ୍ଟ।

Pritiparna

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

9 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

41 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

44 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

50 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

59 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

59 mins ago