Below header

ପାନ କାର୍ଡକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଆପଣଙ୍କୁ ଜାଣିବା ଜରୁରୀ, ନଚେତ ଲାଗିପାରେ ୧୦ ହଜାର ଟଙ୍କା ଜରିମାନା

ନିକଟରେ ଅର୍ଥମନ୍ତ୍ରୀ ତତ୍କାଳ ଇ-ପାନ କାର୍ଡ ବନାଇବାର ସୁବିଧା ଲଞ୍ଚ କରିଛନ୍ତି। ଏହି ସୁବିଧା ଦ୍ୱାରା ନା କେବଳ ନୂଆ ପାନ କାର୍ଡ ତିଆରି କରିବାରେ ସହଜ ହେବ ବରଂ ପାନ କାର୍ଡ ବନାଇବା ପାଇଁ କୌଣସି କାଗଜପତ୍ରର ମଧ୍ୟ ଆବଶ୍ୟକ ପଡିବନାହିଁ। ଆଉ ସବୁଠାରୁ ଖାସ୍‌ କଥା ହେଉଛି ଏହା ସମ୍ପୂର୍ଣ୍ଣ ମାଗଣା। ଆୟକର ବିଭାଗ ଅନୁଯାୟୀ ନୂଆ ଇ-ପାନ କାର୍ଡକୁ ପୁରୁଣା ଲାମିନେଟେଡ୍‌ ପାନ କାର୍ଡର ବରାବର କରାଯାଇଛି। ଆୟକର ନିୟମ ଅନୁଯାୟୀ ସମସ୍ତେ ଇ-ଫାଇଲିଙ୍ଗ ପୋର୍ଟାଲରେ ନୂଆ ପାନ ତିଆରି କରିବାରେ ଆଧାର କାର୍ଡର ବ୍ୟବହାର କରିପାରିବେନାହିଁ। ଏମିତିରେ ଇ-ପାନ କାର୍ଡ ତିଆରି କରିବା ପୂର୍ବରୁ ଏହି ଏହି ସବୁ କଥା ଉପରେ ଧ୍ୟାନ ରଖିବା ଜରୁରୀ।

ଦୁଇଟି ପାନ କାର୍ଡ ଥିଲେ ୧୦ ହଜାର ଟଙ୍କା ଜରିମାନା

pan-cardଯେଉଁମାନଙ୍କ ପାଖରେ ପୂର୍ବରୁ ହିଁ ପାନ କାର୍ଡ ରହିଛି ସେମାନେ ତତ୍କାଳ ଇ-ପାନ ପାଇଁ ଆବେଦନ କରିପାରିବେନାହିଁ। ଯଦି ଆବେଦନ କରି ନୂଆ ପାନ କାର୍ଡ ବନାଉଛନ୍ତି ଏବଂ ଆପଣଙ୍କ ପାଖରେ ଦୁଇ ଦୁଇଟି ପାନ କାର୍ଡ ଥିବା ଧରାପଡିଲେ ତାହେଲେ ଆୟକର ଅଧିନିୟମ ଧାରା ୨୭୨ ବି(୧) ଅନୁଯାୟୀ ୧୦,୦୦୦ ଟଙ୍କା ଜରିମାନା ଲଗାଯାଇପାରିବ।

ବୈଧ ଆଧାର କାର୍ଡ ରହିବା ଜରୁରୀ

ଆବେଦନ ପାଇଁ ବୈଧ ଆଧାର ଜରୁରୀ। ଆୟକର ବିଭାଗ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣର ସମସ୍ତ ପରିଚୟ ସମ୍ବନ୍ଧୀୟ ବିବରଣୀ ପ୍ରାପ୍ତ କରିବା ଏବଂ ଇ-କେଓ୍ଵାଇସି ପୂରା କରିବା ପାଇଁ ସୂଚନା ମାଗିଥାଏ। ଆବେଦନ କରିବା ସମୟରେ ନା କୌଣସି ଫର୍ମକୁ ଭରିବାକୁ ଦରକାର ପଡିବ ନା କୌଣସି କାଗଜପତ୍ରର।

ଇ-କେଓ୍ଵାଇସି ପାଇଁ ମୋବାଇଲ ନମ୍ବର ଜରୁରୀ

PAN PANଏହି ସୁବିଧା ପାଇଁ କେବଳ ଆଧାର କାର୍ଡ ରହିବା ଜରୁରୀ ନୁହେଁ। ମୋବାଇଲ ନମ୍ବରକୁ ୧୨ ଅଙ୍କ ସଂଖ୍ୟାତ୍ମକ ପରିଚୟ ସଂଖ୍ୟା ଦ୍ୱାରା ଯୋଡା ଯିବା ଉଚିତ। ଆୟକର ବିଭାଗ ଲିଙ୍କଡ ଫର୍ମ ମୋବାଇଲ ନମ୍ବରକୁ ଏକ ଓଟିପି ପଠାଇବ, ଯାହା ବିନା ଇ-କେଓ୍ଵାଇସି ପ୍ରକ୍ରିୟା ପୂରା ହୋଇପାରିବନାହିଁ।

ଆବେଦନ ପୂର୍ବରୁ ଏହା ଯାଞ୍ଚ କରିବା ନିହାତି ଦରକାର ଯେ ଆପଣଙ୍କ ଜନ୍ମ ତିଥି ଆଧାର କାର୍ଡ ଡାଟା ବେସରେ DD-MM-YY ପ୍ରାରୂପରେ ଅଛି ନା ନାହିଁ। କିଛି ପୁରୁଣା ଆଧାର କାର୍ଡରେ କେବଳ ଜନ୍ମ ବର୍ଷ ରହିଥାଏ। ଜନ୍ମର ପୂରା ତାରିଖ ନଥିଲେ ଭାରତୀୟ ବିଶିଷ୍ଟ ପ୍ରମାଣ ପ୍ରାଧିକରଣର ୱେବସାଇଟରେ ଅନଲାଇନ ପରିବର୍ତ୍ତନ କରିପାରିବେ।

୧୮ ବର୍ଷରୁ ଅଧିକ ବୟସ ହେବା ଜରୁରୀ

ତତ୍କାଳ ଇ-ପାନ ଆବେଦନ ପାଇଁ ଦରକାର ପଡିବ ଆବେଦନକାରୀଙ୍କ ବୟସ ଯାହା ୧୮ ରୁ ଅଧିକ ବର୍ଷ ହୋଇଥିବ। ଏହାଛଡା ଏହି ସୁବିଧା କେବଳ ବ୍ୟକ୍ତିବିଶେଷ, କମ୍ପାନୀ ଏବଂ ପାର୍ଟନରସିପ କମ୍ପାନୀଙ୍କ ପାଇଁ ହିଁ ଉଦ୍ଧିଷ୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.