Below header

ଭୁବନେଶ୍ବରରେ କାୟା ବିସ୍ତାର କରୁଛି କରୋନା !, ପୁଣି ୫ ପଜେଟିଭ ଚିହ୍ନଟ

କେନ୍ୟୁଜ୍ (ବ୍ୟୁରୋ): ଭୁବନେଶ୍ବରରେ ବଢୁଛି କରୋନା । କିଛି ସମୟ ପୂର୍ବରୁ  ଆଉ ୫ ପଜେଟିଭ ଚିହ୍ନଟ। ଏମାନଙ୍କ ମଧ୍ୟରେ ଅଛନ୍ତି ଡୁମୁଡୁମାର ଜଣେ ପଶ୍ଚିମବଙ୍ଗ ଫେରନ୍ତା, ଓଲ୍ଡ ଟାଉନ ଅଞ୍ଚଳର ଗୁଜୁରାଟ ଫେରନ୍ତା, ଘାଟିକିଆର ଜଣେ  ପଶ୍ଚିମବଙ୍ଗ ଫେରନ୍ତା ଓ ପୋଖରୀପୁଟ ଅଞ୍ଚଳର ଜଣେ ଦିଲ୍ଲୀ ଫେରନ୍ତା ଅଛନ୍ତି । ବାକି ଜଣେ ଗଜପତି ନଗରର ବ୍ୟକ୍ତି ଅଛନ୍ତି ଯାହାଙ୍କର କୌଣସି ଟ୍ରାଭେଏ ହିଷ୍ଟ୍ରୀ ନାହିଁ । ସନ୍ଦେହ କରାଯାଉଛି ଯେ  କୌଣସି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସିଥାଇପାରନ୍ତି।  ତେବେ ବର୍ତ୍ତାମନ ଭୁବନେଶ୍ବରରେ ମୋଟ  ପଜେଟିଭ ସଂଖ୍ୟା ୮୬ରେ ପହଞ୍ଚିଛି।  ଏହି ସୂଚନା ବିଏମସି ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛି।

ସେହିଭଳି ମଧ୍ୟାହ୍ନରେ ରାଜ୍ୟରେ ଆଉ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ୧୭୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବାବେଳେ, ୨୩ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ଆଜି ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.