ବାଲିଆପାଳ ଡଗରା ବେଳାଭୂମି ନିକଟ ଝାଉଂ ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲାନ୍ତ ମୃତ ଦେହ ଉଦ୍ଧାର, ସମ୍ପର୍କରେ ସେମାନେ ଶାଳି ଭିଣୋଇ

ଜଳେଶ୍ବର(କେନ୍ୟୁଜ୍): ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ବେଳାଭୂମି ନିକଟରେ ଥିବା ଝାଉଂ ଜଙ୍ଗଲ ରେ ପ୍ରେମୀ ଯୁଗଳଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କଲେ ଗ୍ରାମବାସୀ।  ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଡଗରା ବେଳାଭୂମି ନିକଟରେ ଥିବା ଝାଉଂ ଜଙ୍ଗଲକୁ କିଛି ଲୋକ ଗାଇ ଚରେଇବାକୁ ଯାଇଥିବା ବେଳେ ଜଙ୍ଗଲ ଭିତରେ ଗୋଟିଏ ଗଛରେ ଜଣେ ଯୁବକ ଏବଂ ଜଣେ ଯୁବତୀ ର ମୃତ ଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ ।

ପରେ ଗାଇଚରାଳିମାନେ ଏହି ଖବର ଗାଁର ଆସି ଦେବା ପରେ ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହା ପରେ ଗ୍ରାମବାସୀ ମାନେ ସ୍ଥାନୀୟ ପୋଲିସ କୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।  ତେବେ ମୃତକ ଦୁଇ ଜଣ ଶାଳୀ ଏବଂ ଭିଣୋଇ ବୋଲି ଜଣାପଡିଛି।  ଯୁବକ ଜଣକ ଘର ବାଲିଆପାଳ ଥାନା ଅନ୍ତର୍ଗତ ଚଉମୁଖ ଗ୍ରାମର ଅନନ୍ତ ମାଝି ହୋଇଥିବା ବେଳେ ଯୁବତୀ ଙ୍କ ଘର ମୟୁରଭଞ୍ଜ ଅଞ୍ଚଳର ବୋଲି ଜଣାପଡିଛି । ପ୍ରକାଶ ଥାଉ କି  ଠିକ ଏହି ସ୍ଥାନରେ ଗତବର୍ଷ ମଧ୍ଯ ଅନ୍ଯ ପ୍ରେମୀ ଯୁଗଳ ଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.