ଆମେରିକାର ୧୫ ଶ୍ରେଷ୍ଠ ଆରବପତି, ଯାହାଙ୍କ ସମ୍ପତ୍ତି ୨୦୨୦ କରୋନା କାଳରେ ମଧ୍ୟ  ଅଭିବୃଦ୍ଧି ଘଟିଛି ଏମିତି

ନ୍ୟୁଓ୍ଵର୍କ : ବିଶ୍ୱରେ ଦେଖା ଦେଇଥିବା କରୋନା ମହାମାରୀ ସମୟରେ ଅଧିକାଂଶ ଦେଶର ଆର୍ଥିକ ଅବସ୍ଥା ନିମ୍ନଗାମୀ ହୋଇଛି । ବିଶେଷକରି ମାର୍ଚ୍ଚ ୨୦୨୦ ପରେ କରୋନା କାରଣରୁ ସବୁ ଶିଳ୍ପ ସେକ୍ଟର ମାନ୍ଦା ଅବସ୍ଥାରେ ଗତି କରୁଛି । ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ଚାକିରି ହରାଇଛନ୍ତି । ହେଲେ କେତେକ ବିତ୍ତଶାଳୀଙ୍କର ଧନ ବଢ଼ିବାରେ ଲାଗିଛି ।

ସେମାନେ ପୂର୍ବ ବର୍ଷ ତୁଳନାରେ ୨୦୨୦ରେ ଅଧିକ ଧନୀ ହୋଇଥିବା ଏକ ସର୍ଭେରୁ ଜଣାଯାଇଛି । ଆମେରିକା ଇନ୍‌ଷ୍ଟିଚୁ୍ୟୃଟ୍‌ ଅଫ୍‌ ପଲିସି ଷ୍ଟଡିଜ ସର୍ଭେ ଅନୁଯାୟୀ ଆମେରିକାର କିଛି ଆରବପତିଙ୍କ ଧନ ୩.୫ ଟ୍ରିଲିୟନ ଡଲାର (୩୫୦ ଲକ୍ଷ କୋଟି ଟଙ୍କା) ବୃଦ୍ଧି ପାଇଛି ।

ବିଶ୍ୱରେ ମଧ୍ୟ କେବଳ ଏହି ଆରବପତିମାନଙ୍କର ଧନ ବଢ଼ି ଥିବା ଜଣାଯାଇଛି । ବ୍ଲୁମ୍‌ବର୍ଗ ବିଲିୟନାରୀ ଇଣ୍ଡେକ୍ସ ଅନୁଯାୟୀ କେବଳ ୨୦୨୦ ମସିହାରେ ୧୫ ସବୁଠୁ ବଡ ଆରବପତି ହେଲେ ଏପରି

କେବଳ ୨୦୨୦ ରେ ଯାହାଙ୍କର ଆର୍ଥିକ ଅଭିବୃଦ୍ଧି ଘଟିଛି

 

ଜେଫ୍‌ ବେଜୋସ୍‌, ସିଇଓ, ଆମାଜାନ୍‌ : ୩୪.୮ ବିଲିୟନ ଡଲାର (ପ୍ରାୟ ୩୪୦୦ କୋଟି ଟଙ୍କା)

america rich-1

କଲିନ ହଙ୍ଗ, ସିଇଓ, ପିଣ୍ଡୁଓଡୁ : ୧୬.୫ ବିଲିୟନ୍‌ ଡଲାର (ପ୍ରାୟ ୧୬୫୦ କୋଟି ଟଙ୍କା)

america rich-2

ଏଲନ୍‌ ମସ୍କ, ସିଇଓ, ତେସ୍‌ଲା : ୧୬.୪ ବିଲିୟନ ଡଲାର (୧୬୪୦ କୋଟି ଟଙ୍କା)

america rich-3

ଷ୍ଟେଭ୍‌ ବଲ୍‌ମର, ଏକ୍ସ ସିଇଓ, ମାଇକ୍ରୋସପ୍ଟ : ୯.୬ ବିଲିୟନ୍‌ ଡଲାର (୯୬୦ କୋଟି ଟଙ୍କା)

america rich-4

ମାର୍କ ଜୁକ୍‌ରବର୍ଗ, ସିଇଓ, ଫେସ୍‌ବୁକ୍‌ : ୯.୨ ବିଲିୟନ ଡଲାର(୯୨୦ କୋଟି ଟଙ୍କା)

america rich-5

ଏରିକ୍‌ ୟୁଆନ୍‌, ସିଇଓ, ଜୁମ୍‌ : ୬.୯ ବିଲିୟନ୍‌ ଡଲାର (୬୯୦ କୋଟି ଟଙ୍କା)

ଓ୍ଵିଲିୟମ୍‌ ଡିଙ୍ଗ୍‌, ସିଇଓ, ନେଟ୍‌ଇଜି : ୬.୮ ବିଲିୟନ୍‌ ଡଲାର (୬୮୦ କୋଟି ଟଙ୍କା)

ପନି ମା, ଚେୟାରମ୍ୟାନ୍‌, ଟେନ୍‌ସେଣ୍ଟ ହୋଲ୍‌ଡିଙ୍ଗ୍‌ସ : ୫.୬ ବିଲିୟନ୍‌ ଡଲାର (୫୬୦ କୋଟି ଟଙ୍କା)

ରିଚାର୍ଡ ଲ୍ୟୁ, ସିଇଓ, ଜେଡି.କମ୍‌ : ୫.୨ ବିଲିୟନ୍‌ ଡଲାର (୫୨୦ କୋଟି ଟଙ୍କା)

ଲାରି ପେଜ୍‌, କୋ ଫାଉଣ୍ଡର, ଗୁଗୁଲ୍‌ : ୩.୮ ବିଲିୟନ୍‌ ଡଲାର (୩୮୦ କୋଟି ଟଙ୍କା)

america rich-10

ସ୍କଟ୍‌ ଫର୍‌କହାର, କୋ-ସିଇଓ, ଆଟ୍‌ଲାସିଆନ୍‌ : ୩.୩ ବିଲିୟନ୍‌ ଡଲାର (୩୩୦ କୋଟି ଟଙ୍କା)

ମାଇକ୍‌ କାନନ୍‌ ବ୍ରୁକ୍ସ, କୋ-ସିଇଓ, ଆଟ୍‌ଲାସିଆନ୍‌ : ୩.୩ ବିଲିୟନ୍‌ ଡଲାର( ୩୩୦ କୋଟି ଟଙ୍କା)

ଟେକ୍‌ମିଟସୁ ତାକିଜାକି, କିୟନ୍ସର ପ୍ରତିଷ୍ଠାତା : ୩.୧ ବିଲିୟନ୍‌ ଡଲାର (୩୧୦ କୋଟି ଟଙ୍କା)

ଟ୍ରିଭର ମିଲ୍‌ଟନ୍‌, ସିଇଓ, ନିକୋଲା ମୋଟର କମ୍ପାନୀ : ୩.୧ ବିଲିୟନ୍‌ ଡଲାର (୩୧୦ କୋଟି ଟଙ୍କା)

america rich-15

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.