ୟୁଜର୍ସଙ୍କ ପାଇଁ ହ୍ଵାଟସ୍ ଆପ୍ ଆଣିଲା ନୂଆ ଫିଚର, ଜାଣନ୍ତୁ କେମିତି କରିବ କାମ
ଏହି ଚାଟିଂ ଆପ୍ ବର୍ତ୍ତମାନ ଏପରି ଫିଚରକୁ ନେଇ କାର୍ଯ୍ୟ କରୁଛି ଯାହା ଦ୍ୱାରା ଆପଣ ନିଜ ବନ୍ଧୁ ଏବଂ ପରିବାର ସହିତ ସହଜରେ ଯୋଗାଯୋଗ କରିବାରେ ସମର୍ଥ ହେବେ ।

ହ୍ଵାଟସ୍ ଆପ୍ ଲଗାତାର ଭାବରେ ଏହାର ୟୁଜରମାନଙ୍କ ଭଲ ଏକ୍ସପେରିଏନ୍ସ ପାଇଁ ନୂଆ ଫିଚର ଆଣିଥାଏ । ଲାଟେଷ୍ଟ ରିପୋର୍ଟ ଅନୁଯାୟୀ, ଏହି ଚାଟିଂ ଆପ୍ ବର୍ତ୍ତମାନ ଏପରି ଫିଚରକୁ ନେଇ କାର୍ଯ୍ୟ କରୁଛି ଯାହା ଦ୍ୱାରା ଆପଣ ନିଜ ବନ୍ଧୁ ଏବଂ ପରିବାର ସହିତ ସହଜରେ ଯୋଗାଯୋଗ କରିବାରେ ସମର୍ଥ ହେବେ । ରିପୋର୍ଟ ଅନୁସାରେ ଏହି ମେଟା କମ୍ପାନୀ ଖୁବ୍ ଶୀଘ୍ର ଚାଟ୍ ରେ ଏକ ଫେଭରେଟ୍ସ ଟ୍ୟାବ୍ ଆଣିବ, ଯାହା ଦ୍ୱାରା ଆପଣ ଯେଉଁମାନଙ୍କ ସହ ଅଧିକ କଥାବାର୍ତ୍ତା କରନ୍ତି ସେହି ଲୋକମାନଙ୍କୁ ଆପଣ ସହଜରେ ଖୋଜି ପାରିବେ ।
ଏହା ବ୍ୟତୀତ ହ୍ଵାଟସ୍ ଆପ୍ ମଧ୍ୟ ଏକ ଫିଚର ଉପରେ କାମ କରୁଛି ଯାହା ଆପଣଙ୍କୁ ଶୀଘ୍ର ଷ୍ଟାଟସ୍ ଅପଡେଟ୍ ଉପରେ ରିଆକ୍ଟ କରିବାକୁ ଅନୁମତି ଦେବ । ଏକ ୱେବସାଇଟ୍ ରିପୋର୍ଟ କରିଛି ଯେ ହ୍ଵାଟସ୍ ଆପ୍ ଏହାର ଆଣ୍ଡ୍ରଏଡ୍ ଆପ୍ ପାଇଁ ନୂଆ ଅପଡେଟ୍ ରେ ଏକ ଖାସ୍ ଫିଚର ଆଣିବାକୁ ଯାଉଛି। ଏହି ଫିଚର ଦ୍ୱାରା ଆପଣ ଚାଟିଂ ପାଇଁ ଆପଣଙ୍କ ପ୍ରିୟ ଲୋକ ଏବଂ ଗ୍ରୁପ୍ ବାଛିବାରେ ସହଜ ହେବ । ଅର୍ଥାତ ଆପଣ ଯେଉଁମାନଙ୍କୁ ଅଧିକ ମେସେଜ୍ କରୁଥିବେ ସେମାନଙ୍କୁ ଏକ ଲିଷ୍ଟରେ ରଖିପାରିବେ ।
ଆପଣ ସେଟିଙ୍ଗରେ ଆପଣଙ୍କ ପ୍ରିୟ କଣ୍ଟାକ୍ଟର ଲିଷ୍ଟକୁ ଆଡ୍ କରିପାରିବେ ଏବଂ ଚାଟ କରିବା ମଧ୍ୟ ସହଜ ହେବ । ଯଦି ଆପଣ ଚାହିଁବେ ତେବେ ଏହି ଲିଷ୍ଟରେ ଯେକୌଣସି ବ୍ୟକ୍ତିଙ୍କୁ ସାମିଲ କରିପାରିବେ, ସେମାନଙ୍କୁ ହଟାଇ ପାରିବେ କିମ୍ବା ଲିଷ୍ଟରେ ଉପର ତଳ କରିପାରିବେ ।
ଏହି ଫିଚର ବର୍ତ୍ତମାନ ଟ୍ରାଏଲରେ ଅଛି ଭବିଷ୍ୟତରେ ଏହା ଅପଡେଟ୍ ହୋଇ ଆସିବ । କଲ୍ ଟ୍ୟାବରେ ଆପଣ ନିଜ ପ୍ରିୟ ଲୋକ ଏବଂ ଗ୍ରୁପ୍ ଖୋଜିବା ସହଜ ହେବ । ମନେରଖନ୍ତୁ ଆପଣ ଯାହାକୁ ଫେଭରେଟ୍ କରିବେ ସେମାନଙ୍କୁ କୌଣସି ନୋଟିଫିକେସନ୍ ମିଳିବ ନାହିଁ । ଏହା କେବଳ ଆପଣଙ୍କ ପାଇଁ ମିଳିବ ତେଣୁ ଆପଣ ଶୀଘ୍ର ଚାଟ୍ କରିପାରିବେ । ପୂର୍ବରୁ ଖବର ଆସିଥିଲା ଯେ ହ୍ଵାଟସ୍ ଆପ୍ ମଧ୍ୟ ଏପରି ଏକ ଫିଚର ଆଣିବାକୁ ଯାଉଛି ଯାହା ମାଧ୍ୟମରେ ଆପଣ ସହଜରେ ଆପଣଙ୍କର ଚାଟ୍ ଫିଲ୍ଟର୍ କରିପାରିବେ ଏବଂ ମେସେଜକୁ ଶୀଘ୍ର ଖୋଜି ପାରିବେ ।