୨୦୦୦ଟଙ୍କିଆ ହୋଇଯିବ କି ବ୍ୟାନ୍‌ ! ଜାଣନ୍ତୁ ସାକ୍ଷାତକାରରେ ସାମ୍ବାଦିକଙ୍କୁ କଣ କହିଲେ ଅର୍ଥ ମନ୍ତ୍ରୀ ?

୨ହଜାର ଟଙ୍କିଆ ନୋଟ କଣ ଅବୈଧ ହୋଇଯିବ? ଯେତେବେଳେ ନିର୍ମଳା ସୀତାରମଣଙ୍କୁ ସମ୍ବାଦିକ ଏହି ପ୍ରଶ୍ନ ପଚାରିଲେ ତେବେ ସେ ବିରକ୍ତ ହେବା ନଜର ଆସିଲେ। ଗତ ସପ୍ତାହରେ ଅର୍ଥ ମନ୍ତ୍ରୀ ଗୁଜୁରାଟର ଅହମଦାବାଦ ପହଁଚିଥିବା ସୀତାରମଣ ଇନକମ୍‌ ଟ୍ୟାକ୍ସ ଅଧିକାରୀ, ବ୍ୟବସାୟରେ ଜଡିତ ଲୋକ ଏବଂ ମିଡିଆ ସହିତ ସାକ୍ଷାତ କରିଥିଲେ। ମିଡିଆ ସହିତ ପ୍ରଶ୍ନୋତ୍ତର ଦେବା ସମରେ ଅର୍ଥମନ୍ତ୍ରୀ ଏବଂ ସାମ୍ବାଦିକଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା।

ଏକ ରିପୋର୍ଟ ଅନୁଯାୟୀ ଅର୍ଥମନ୍ତ୍ରୀଙ୍କୁ ଭାରତୀୟ ଅର୍ଥବ୍ୟବସ୍ଥାରେ ମାନ୍ଦା ଅର୍ଥନୈତିକ କାରବାର ବିଷୟରେ ପ୍ରଶ୍ନ କରାଗଲା। ତେବେ ଉତ୍ତରରେ ଅର୍ଥମନ୍ତ୍ରୀ କହିଲେ ‘ଏହି ମାମଲାରେ ମୋ ବିଚାର ମିଡିଆ ଦ୍ୱାରା ନିଷ୍ପତ୍ତି ନିଆଯାଇଥିବା ମାନକ ଠାରୁ ଅଲଗା ଅଟେ।’

ସେହିଭଳି ଯେତେବେଳେ ଇନକମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟ ଦ୍ୱାରା ଟ୍ୟାକ୍ସ କଲେକସନ ବଢ଼ାଇବା ଏବଂ ବେପାରୀଙ୍କ ଟ୍ୟାକ୍ସ କଲେକସନକୁ ନେଇ କଥିତ ପ୍ରତାଡନା ଚାପ ବିଷୟରେ ପ୍ରଶ୍ନ କରାଗଲା ତେବେ ସେ କହିଥିଲେ ‘ସାମ୍ବାଦିକ ଏହି ବିଷୟରେ ନିଜେ ସବୁ ନିଷ୍ପତ୍ତି ନେଇଯାଇଛନ୍ତି।’ ସେହିପରି ଯେତେବେଳେ ଅର୍ଥମନ୍ତ୍ରୀଙ୍କୁ ୨୦୦୦ଟଙ୍କାର ନୋଟକୁ ଅବୈଧ କରିବା ଗୁଜବ ବିଷୟରେ ପ୍ରଶ୍ନ କରାଗଲା ତେବେ ଉତ୍ତରରେ ଅର୍ଥମନ୍ତ୍ରୀ କହିଲେ ‘ଏହା ମୋ ପାଇଁ ମଧ୍ୟ ଏକ ଖବର।’

ଏହାସହ ପଢନ୍ତୁ : Railway ସୁଧାରିବ ତିନି ବର୍ଷର ପୁରୁଣା ତୃଟି, ହଜାର କର୍ମଚାରୀଙ୍କୁ ଏବେ ମିଳିବ ବର୍ଦ୍ଧିତ ଦରମା ଏବଂ ଏରିୟର

ସୋସିଆଲ ମିଡିଆରେ ଏହି ବିଷୟରେ ଚର୍ଚ୍ଚା ଚାଲିଛି ଯେ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ଆରବିଆଇ) ୨ହଜାର ଟଙ୍କିଆ ନୋଟକୁ ବନ୍ଦ କରିବା ପ୍ରସ୍ତୁତିରେ ଅଛନ୍ତି। ଏଥିପାଇଁ ଆରବିଆଇ ଅଧିକାରୀଙ୍କ ଛୁଟିକୁ ବାତିଲ କରିଦିଆଯାଇଛି। ଏହି ବିଷୟକୁ ନେଇ ଲୋକମାନେ ସୋସିଆଲ ମିଡିଆରେ ଜୋର ଚର୍ଚ୍ଚା ଚାଲିଛି। ଅବଶ୍ୟ ଆରବିଆଇ ଏହି ଖବରକୁ ମିଥ୍ୟା ବୋଲି କହିସାରିଛି।

ଆରବିଆଇ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଲୋକମାନଙ୍କର ସମସ୍ତ ଦ୍ୱନ୍ଦକୁ ଦୂର କରିଛି। ରିଜର୍ଭ ବ୍ୟାଙ୍କ ଟ୍ଵିଟ କରି ଜଣାଇଛି ଯେ ‘ଆରବିଆଇର ଅଧିକାରୀଙ୍କ ଛୁଟିକୁ ରଦ୍ଦ କରାଯାଇନାହିଁ। ଏହା କେବଳ ଏକ ଗୁଜବ। ଆରବିଆଇ ଏମିତି କୌଣସି ବି ଆଦେଶକୁ ଜାରି କରିନାହିଁ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago