Below header

୨୦୦୦ଟଙ୍କିଆ ହୋଇଯିବ କି ବ୍ୟାନ୍‌ ! ଜାଣନ୍ତୁ ସାକ୍ଷାତକାରରେ ସାମ୍ବାଦିକଙ୍କୁ କଣ କହିଲେ ଅର୍ଥ ମନ୍ତ୍ରୀ ?

୨ହଜାର ଟଙ୍କିଆ ନୋଟ କଣ ଅବୈଧ ହୋଇଯିବ? ଯେତେବେଳେ ନିର୍ମଳା ସୀତାରମଣଙ୍କୁ ସମ୍ବାଦିକ ଏହି ପ୍ରଶ୍ନ ପଚାରିଲେ ତେବେ ସେ ବିରକ୍ତ ହେବା ନଜର ଆସିଲେ। ଗତ ସପ୍ତାହରେ ଅର୍ଥ ମନ୍ତ୍ରୀ ଗୁଜୁରାଟର ଅହମଦାବାଦ ପହଁଚିଥିବା ସୀତାରମଣ ଇନକମ୍‌ ଟ୍ୟାକ୍ସ ଅଧିକାରୀ, ବ୍ୟବସାୟରେ ଜଡିତ ଲୋକ ଏବଂ ମିଡିଆ ସହିତ ସାକ୍ଷାତ କରିଥିଲେ। ମିଡିଆ ସହିତ ପ୍ରଶ୍ନୋତ୍ତର ଦେବା ସମରେ ଅର୍ଥମନ୍ତ୍ରୀ ଏବଂ ସାମ୍ବାଦିକଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା।

ଏକ ରିପୋର୍ଟ ଅନୁଯାୟୀ ଅର୍ଥମନ୍ତ୍ରୀଙ୍କୁ ଭାରତୀୟ ଅର୍ଥବ୍ୟବସ୍ଥାରେ ମାନ୍ଦା ଅର୍ଥନୈତିକ କାରବାର ବିଷୟରେ ପ୍ରଶ୍ନ କରାଗଲା। ତେବେ ଉତ୍ତରରେ ଅର୍ଥମନ୍ତ୍ରୀ କହିଲେ ‘ଏହି ମାମଲାରେ ମୋ ବିଚାର ମିଡିଆ ଦ୍ୱାରା ନିଷ୍ପତ୍ତି ନିଆଯାଇଥିବା ମାନକ ଠାରୁ ଅଲଗା ଅଟେ।’

noteସେହିଭଳି ଯେତେବେଳେ ଇନକମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟ ଦ୍ୱାରା ଟ୍ୟାକ୍ସ କଲେକସନ ବଢ଼ାଇବା ଏବଂ ବେପାରୀଙ୍କ ଟ୍ୟାକ୍ସ କଲେକସନକୁ ନେଇ କଥିତ ପ୍ରତାଡନା ଚାପ ବିଷୟରେ ପ୍ରଶ୍ନ କରାଗଲା ତେବେ ସେ କହିଥିଲେ ‘ସାମ୍ବାଦିକ ଏହି ବିଷୟରେ ନିଜେ ସବୁ ନିଷ୍ପତ୍ତି ନେଇଯାଇଛନ୍ତି।’ ସେହିପରି ଯେତେବେଳେ ଅର୍ଥମନ୍ତ୍ରୀଙ୍କୁ ୨୦୦୦ଟଙ୍କାର ନୋଟକୁ ଅବୈଧ କରିବା ଗୁଜବ ବିଷୟରେ ପ୍ରଶ୍ନ କରାଗଲା ତେବେ ଉତ୍ତରରେ ଅର୍ଥମନ୍ତ୍ରୀ କହିଲେ ‘ଏହା ମୋ ପାଇଁ ମଧ୍ୟ ଏକ ଖବର।’

ଏହାସହ ପଢନ୍ତୁ : Railway ସୁଧାରିବ ତିନି ବର୍ଷର ପୁରୁଣା ତୃଟି, ହଜାର କର୍ମଚାରୀଙ୍କୁ ଏବେ ମିଳିବ ବର୍ଦ୍ଧିତ ଦରମା ଏବଂ ଏରିୟର

rbiସୋସିଆଲ ମିଡିଆରେ ଏହି ବିଷୟରେ ଚର୍ଚ୍ଚା ଚାଲିଛି ଯେ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ଆରବିଆଇ) ୨ହଜାର ଟଙ୍କିଆ ନୋଟକୁ ବନ୍ଦ କରିବା ପ୍ରସ୍ତୁତିରେ ଅଛନ୍ତି। ଏଥିପାଇଁ ଆରବିଆଇ ଅଧିକାରୀଙ୍କ ଛୁଟିକୁ ବାତିଲ କରିଦିଆଯାଇଛି। ଏହି ବିଷୟକୁ ନେଇ ଲୋକମାନେ ସୋସିଆଲ ମିଡିଆରେ ଜୋର ଚର୍ଚ୍ଚା ଚାଲିଛି। ଅବଶ୍ୟ ଆରବିଆଇ ଏହି ଖବରକୁ ମିଥ୍ୟା ବୋଲି କହିସାରିଛି।

ଆରବିଆଇ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଲୋକମାନଙ୍କର ସମସ୍ତ ଦ୍ୱନ୍ଦକୁ ଦୂର କରିଛି। ରିଜର୍ଭ ବ୍ୟାଙ୍କ ଟ୍ଵିଟ କରି ଜଣାଇଛି ଯେ ‘ଆରବିଆଇର ଅଧିକାରୀଙ୍କ ଛୁଟିକୁ ରଦ୍ଦ କରାଯାଇନାହିଁ। ଏହା କେବଳ ଏକ ଗୁଜବ। ଆରବିଆଇ ଏମିତି କୌଣସି ବି ଆଦେଶକୁ ଜାରି କରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.