Below header

ସେନା ନେଲା ପ୍ରତିଶୋଧ, ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଧରିଥିବା ପାକିସ୍ତାନୀ ସୈନିକକୁ ମାରି ଗଡାଇଲେ

ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ମାମଲାରେ ଦେଶର ସେନା ଏବଂ ସୁରକ୍ଷାବଳ ପାକିସ୍ତାନ ଠାରୁ ଏହାର ପ୍ରତିଶୋଧ ନେଇଛି । ସୂଚନା ଅନୁଯାୟୀ, ଯବାନଙ୍କ ଗୁଳିରେ ପାକିସ୍ତାନୀ ସୈନିକ ଲାଇନ୍ ଅଫ୍ କଣ୍ଟ୍ରୋଲ୍ ରେ ଟଳିପଡିଛନ୍ତି । ଚଳିତ ବର୍ଷ ଫେବ୍ରୁଆରୀରେ ଅଭିନନ୍ଦନଙ୍କ ପ୍ଳେନ୍ କ୍ରାସ୍ ହେବାପରେ ପାକିସ୍ତାନୀ ସେନା ତାଙ୍କୁ ଧରିପକାଇଥିଲେ ।

ଏକ ରିପୋର୍ଟ ଅନୁସାରେ ପ୍ରାଣ ହରାଇଥିବା ପାକିସ୍ତାନୀ ସୈନିକ ଜଣଙ୍କ ପରିଚୟ ଅହମ୍ମଦ ଖାନ୍ ବୋଲି ଜଣାପଡିଛି । ଖାନ୍ ପାକିସ୍ତାନୀ ସେନାର ସ୍ପେଶାଲ୍ ସର୍ଭିସ୍ ଗ୍ରୁପ୍ ରେ ସାମିଲ୍ ଥିଲା । ଯାହାକୁ ୧୭ ଅଗଷ୍ଟ ଦିନ ଭାରତୀୟ ସେନା ମାରି ଗଡାଇଛି । ସୂଚନା ମୁତାବକ, ପାକିସ୍ତାନ ୧୭ ଅଗଷ୍ଟରେ ଏଲଓସି ରେ ଭାରତୀୟ ସେନା ଉପରକୁ ମୋର୍ଟାର ମାଡ କରିଥିଲା । ଯାହାପରେ ଭାରତୀୟ ସୁରକ୍ଷାବଳ ମଧ୍ୟ ତାହାର ମୁହଁତୋଡ ଜବାବ ଦେଇଥିଲେ ।

abhinandan 1କୁହାଯାଉଛି କି ଅହମ୍ମଦ ସେହି ସମୟରେ ତାର କିଛି ସାଥୀ ମାନଙ୍କୁ ଲୁଚି ଛପି ଭାରତକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା ।
୨୭ ଫେବ୍ରୁଆରୀ ୨୦୧୯ରେ ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଅଭିନନ୍ଦନଙ୍କ ଫଟୋରେ ମଧ୍ୟ ଅହମ୍ମଦ ଖାନ୍ ପଛପଟେ ଛିଡା ହୋଇଥିବାର ନଜର ଆସିଛି । ସୂତ୍ର ମୁତାବକ ଖାନ୍ ନାଉସେରା,ସୁନ୍ଦରବାନୀ ଏବଂପୁଲଓ୍ୱାମା ସେକ୍ଟର ରେ ପଶିବାକୁ ଚାହୁଁଥିଲା । କିନ୍ତୁ ଭାରତୀୟ ସେନା ତାର ସବୁ ଯୋଜନାକୁ ଭଣ୍ଡୁର କରିଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.