ବ୍ୟବସାୟ ଓ ଅର୍ଥନୀତି

ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଉ ଲଗାଇବାକୁ ପଡ଼ିବନି RTO ଚକ୍କର, ଜୁନ ୧ ରୁ ଲାଗୁ ହେବ ଏହି ନୂଆ ନିୟମ

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଭାରତରେ ଡ୍ରାଇଭିଂ ଲାଇସେନ୍ସକୁ ନେଇ ନୂଆ ନିୟମ ଘୋଷଣା କରାଯାଇଛି । ଜୁନ୍ ୧ ତାରିଖରୁ ଆରଟିଓରେ ଦେବାକୁ ପଡିବନି ଡ୍ରାଇଭିଂ ଟେଷ୍ଟ। ନୂଆ ନିୟମ ଅନୁଯାୟୀ ଆବେଦନ ପ୍ରକ୍ରିୟା ସହଜ ହୋଇଛି । ପରିବେଶ ଏବଂ ଲୋକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଜରିମାନା ଏବଂ ଫିସ୍‌ ବାବଦରେ ପରିବର୍ତ୍ତନ କରାଯାଇଛି । ତେବେ ଜୁନ୍ ୧ ରୁ ଡ୍ରାଇଭରମାନେ କଣ ସବୁ ଧ୍ୟାନରେ ରଖିବେ ଆସନ୍ତୁ ଜାଣିବା ।

ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଏବେ ଜୁନ୍ ୧ ଠାରୁ ଆପଣଙ୍କୁ ଆରଟିଓ ପରିବର୍ତ୍ତେ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଡ୍ରାଇଭିଂ ପରୀକ୍ଷା ଦେବାକୁ ପଡିବ । ଏହି ଟ୍ରେନିଂ ସେଣ୍ଟରଗୁଡ଼ିକରେ ହିଁ ଟେଷ୍ଟ ଅର୍ଗାନାଇଜ୍‌ ହେବ ଏବଂ ଏଠାରୁ ହିଁ ଅପାଣମାନେ ସାର୍ଟିଫିକେଟ ପାଇବେ । ଗାଡ଼ିରୁ ବାହରୁଥିବା ଗ୍ୟାସ ଏବଂ ପ୍ରଦୂଷଣକୁ କମ୍‌ କରିବା ପାଇଁ ସରକାର ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିରେ ୯,୦୦,୦୦୦ ପୁରୁଣା ସରକାରୀ ଗାଡିକୁ ହଟାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ଏବଂ କିଛି ଗାଡ଼ି ପରିବର୍ତ୍ତନ ହେବ ବୋଲି କୁହାଯାଇଛି ।

ଜୁନ୍ ୧ ରୁ ନିର୍ଦ୍ଧାରିତ ସ୍ପିଡ୍‌ ଠାରୁ ଅଧିକ ସ୍ପିଡରେ ଗାଡି ଚଳାଇଲେ ୧୦୦୦ ରୁ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ ହେବ। ଯଦି କିଶୋରମାନେ ଗାଡି ଚଲାଉଥିବାର ଧରାଯାଏ, ତେବେ ତାଙ୍କ ଉପରେ ୨୫,୦୦୦ ଟଙ୍କା ଜରିମାନା ଲାଗିବ । ଏବଂ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ସେମାନଙ୍କୁ ଲାଇସେନ୍ସ ଦିଆଯିବ ନାହିଁ ଏବଂ ଗାଡି ମାଲିକଙ୍କ ରେଜିଷ୍ଟ୍ରେସନ୍‌ କ୍ୟାନ୍ସଲ କରିବାକୁ ବ୍ୟବସ୍ଥା କରାଯାଇଛି।

ଦେଶରେ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବାର ପ୍ରକ୍ରିୟା ସରଳ ହୋଇଛି । ଏହି ନିୟମ ଅନୁଯାୟୀ ବର୍ତ୍ତମାନଠାରୁ ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ପାଇଁ ଲାଇସେନ୍ସ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟଗୁଡ଼ିକ ବିଷୟରେ ପୂର୍ବରୁ ସୂଚନା ଦିଆଯିବ । ଆପଣ ଦୁଇ ଚକିଆ କିମ୍ବା ଚାରି ଚକିଆ ଲାଇସେନ୍ସ ପାଇଁ ଆବେଦନ କରିବାକୁ ଚାହୁଁଥିଲେ ସେହି ଅନୁସାରେ ଡକ୍ୟୁମେଣ୍ଟ ଆବଶ୍ୟକ ହେବ । ଯାହାର ଅର୍ଥ ହେଉଛି ଆରଟିଓରେ ଶାରୀରିକ ଯାଞ୍ଚ କମ୍‌ ହେବ ।

ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ହୋଇନାହିଁ । ଯଦି ଆବେଦନକାରୀମାନେ ଚାହିଁବେ, ସେମାନେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟ୍ – https://parivahan.gov.in/ ଯାଇପାରିବେ । ଅଫଲାଇନ୍ ଆବେଦନ ପାଇଁ ନିକଟସ୍ଥ RTO କାର୍ଯ୍ୟାଳୟରେ ଯୋଗାଯୋଗ କରିପାରିବେ ।

ନିୟମ ଅନୁଯାୟୀ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଅତି କମରେ ୧ ଏକର ଜମି ରହିବା ଆବଶ୍ୟକ । ଯଦି ସେମାନେ ଚାରି ଚକିଆ ଯାନ ପାଇଁ ତାଲିମ ପ୍ରଦାନ କରନ୍ତି, ତେବେ ସେମାନଙ୍କୁ ୨ ଏକର ଜମି ଆବଶ୍ୟକ ହେବ । ଡ୍ରାଇଭିଂ ସେଣ୍ଟରଗୁଡ଼ିକରେ ଉପଯୁକ୍ତ ପରୀକ୍ଷା ସୁବିଧା ରହିବା ଉଚିତ୍ । ଡ୍ରାଇଭିଂ ଶିକ୍ଷକମାନଙ୍କର ଡିପ୍ଲୋମା ଥିବା ସହ ଅତି କମରେ ପାଞ୍ଚ ବର୍ଷର ଡ୍ରାଇଭିଂ ଅଭିଜ୍ଞତା ଏବଂ ବାୟୋମେଟ୍ରିକ୍ସ ଏବଂ ଆଇଟି ସିଷ୍ଟମ ବିଷୟରେ ଜ୍ଞାନ ଥିବା ଆବଶ୍ୟକ ।

 

 

Subhalaxmi Das

Recent Posts

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

9 seconds ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

16 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

21 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

35 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago