Categories: ଟେକ୍

ମେ’ ୨୮ରେ ଲଞ୍ଚ ହେବାକୁ ଯାଉଛି Realme Narzo N65 5G, ସାମ୍ନାକୁ ଆସିଲା ଫିଚର୍ସ

ଖୁବ ଶୀଘ୍ର ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ରିୟଲମି ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ରିୟଲମି ନିଶ୍ଚିତ କରିଛି ଯେ ଏହି ନୂଆ ଫୋନ ମେ’ ୨୮ ମଧ୍ୟାହ୍ନ ୧୨ ଟାରେ Realme Narzo N65 5G ଲଞ୍ଚ ହେବାକୁ ଯାଉଛି । ଏହାପୂର୍ବରୁ କମ୍ପାନୀ Narzo 70 ସିରିଜ୍ ଲଞ୍ଚ କରିଥିଲା । ବର୍ତ୍ତମାନ ୟୁଜରମାନେ Narzo N65 କିଣିପାରିବେ । ଏବେ କମ୍ପାନୀ ଏହାର ଫିଚର୍ସ ଏବଂ ସ୍ପେସିଫିକେସନ୍ସ ପ୍ରକାଶ କରିଛି । ତେବେ ଆସନ୍ତୁ ରିୟଲମିର ନୂଆ ସ୍ମାର୍ଟଫୋନର ଫିଚର୍ସ ବିଷୟରେ ଜାଣିବା ।

Narzo N65 5G ସ୍ମାର୍ଟଫୋନର ଡିଟେଲ୍ସ ରିୟଲମିର ଅଫିସିଆଲ୍ ୱେବସାଇଟରେ ଦେଖିବାକୁ ମିଳେ । ଏହାର ଡିଜାଇନ୍ Realme C65 5G ସହିତ ସମାନ । ରାଉଣ୍ଡ ମଡ୍ୟୁଲରେ ଏଲଇଡି ଫ୍ଲାସ ସହିତ କ୍ୟାମେରା ସେଟଅପ୍ ଦିଆଯାଇଛି । ଏହି ଫୋନର ପଛ ଭାଗରେ ଥିବା ପ୍ଲାଷ୍ଟିକ୍ ପ୍ୟାନେଲ୍ ଟେକ୍ସଚର ଫିନିସିଂ ସହିତ ଆସିଥାଏ । ତେବେ ଆସନ୍ତୁ ନାରଜୋ N65 5G ର ଫିଚର୍ସଗୁଡିକ ଉପରେ ନଜର ପକାଇବା ।

Realme Narzo N65 5G ସ୍ପେସିଫିକେସନ୍ସ:

-ଡିସପ୍ଲେ: ଆଗାମୀ ସ୍ମାର୍ଟଫୋନ୍ ୬.୬୭ HD ଡିସପ୍ଲେ ସହିତ ଆସିବ । ଏହାକୁ ୧୨୦Hz ସ୍କ୍ରିନ୍ ରିଫ୍ରେସ ରେଟ୍ ଦିଆଯିବ, ଯାହା ସ୍କ୍ରୋଲିଂ ଏକ୍ସପେରିଏନ୍ସକୁ ଉନ୍ନତ କରିବ । ଏହା ବ୍ୟତୀତ, ପଞ୍ଚ୍ ହୋଲ୍ ଭଳି ଫିଚର ମଧ୍ୟ ଦିଆଯିବ ।

-ଚିପସେଟ୍: ରିୟଲମିର ନୂଆ ହ୍ୟାଣ୍ଡସେଟ ମିଡିଆଟେକ ଡାଇମେନ୍ସନ୍ 6300 5G ଚିପସେଟକୁ ସପୋର୍ଟ କରିବ । ମଲ୍ଟିଟାସ୍କିଂ ସହିତ ଫୋନରେ କାମ କରିବାବେଳେ ଏହା ଉନ୍ନତ ଡିସପ୍ଲେରେ ସାହାଯ୍ୟ କରିବ ।

-OS: ଅପରେଟିଂ ସିଷ୍ଟମ୍ ବିଷୟରେ କହିବାକୁ ଗଲେ, ନୂଆ ରିୟଲମି ଫୋନ୍ ଆଣ୍ଡ୍ରଏଡ୍ 14 OS ରେ ଚାଲିବ ।

-କ୍ୟାମେରା: କ୍ୟାମେରା ଫିଚର ଭାବରେ, ୫୦ ମେଗାପିକ୍ସେଲ ସହିତ ସଜ୍ଜିତ ବ୍ୟାକ୍ କ୍ୟାମେରା ସେଟଅପ୍ ଉପଲବ୍ଧ ହେବ । ବର୍ତ୍ତମାନ ଫ୍ରଣ୍ଟ କ୍ୟାମେରା ବିଷୟରେ ପ୍ରକାଶ କରାଯାଇ ନାହିଁ ।

-ବ୍ୟାଟେରୀ: ପାୱାର ବ୍ୟାକଅପ୍ ପାଇଁ ରିୟଲମିର ନୂଆ ସ୍ମାର୍ଟଫୋନ୍ ୫୦୦୦mAh ବ୍ୟାଟେରୀର ସପୋର୍ଟ ପାଇବ ।

ଏହାର ଦାମ କେତେ ହେବ?

ପାଣି ଏବଂ ଧୂଳିରୁ ରକ୍ଷା କରିବା ପାଇଁ ରିୟଲମି N65 5G ସ୍ମାର୍ଟଫୋନ୍ IP54 ରେଟିଂ ସହିତ ସଜ୍ଜିତ । ଏଥିରେ ରେନୱାଟର ସ୍ମାର୍ଟ ଟଚ୍ ଫିଚର ରହିବ, ଯେଉଁ କାରଣରୁ ଏହି ଫୋନ୍ ଓଦା ହେଲେ ମଧ୍ୟ ଆପଣ ଏହାକୁ ଚଲାଇପାରିବେ । ବର୍ତ୍ତମାନ, ରିୟଲମି କେବଳ କିଛି ଫିଚର୍ସ ପ୍ରକାଶ କରିଛି । ଲଞ୍ଚ ସମୟ ପାଖେଇ ଆସୁଥିବାରୁ କମ୍ପାନୀ ବ୍ୟାକ୍ ଏବଂ ଫ୍ରଣ୍ଟ୍ କ୍ୟାମେରା, ଷ୍ଟୋରେଜ୍, ଚାର୍ଜିଂ ଭଳି ଡିଟେଲ୍ସ ମଧ୍ୟ ପ୍ରକାଶ କରିପାରେ । ଲଞ୍ଚ ସମୟରେ Narjo N65 5G ଏହାର ଦାମ ଘୋଷଣା କରିବ ।

Srujanika Panda

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

4 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

12 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

27 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

33 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

47 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago