କ’ଣ ଆପଣ ମଧ୍ୟ ଆମାଜନ୍ ଏବଂ ଫ୍ଲିପକାଟରୁ କିଣୁଛନ୍ତି କସମେଟିକ୍ ସାମଗ୍ରୀ, ତେବେ ସାବଧାନ

ନୂଆଦିଲ୍ଲୀ : ବଢ଼ିବାରେ ଲାଗିଛି ଦେଶରେ ଅନଲାଇନ୍ କିଣିବିକା। ତେବେ ନିକଟରେ ହୋଇଥିଲା  ଔଷଧି ନିୟାମକ ଡିସିଜିଆଇ (ଡ୍ରଗସ୍‌ କଣ୍ଟ୍ରୋଲ ଜେନେରାଲ ଅଫ୍‌ ଇଣ୍ଡିଆ) ଦ୍ବାରା ଏକ ଅନୁସନ୍ଧାନ। ଏଥିରେ ଦେଶ-ବିଦେଶର ଅନେକ ଗୁଡ଼ିଏ କସମେଟିକ୍ସ ଉତ୍ପାଦନ କମ୍ପାନି ନାମରେ ନକଲି ଓ ମିଶ୍ରିତ ସାମଗ୍ରୀ ବିକିବା ଅଭିଯୋଗ ଆସିଛି। ଏଥିରେ ଇ-କମର୍ସ ସାଇଟ ‘ଆମାଜନ ଓ ଫ୍ଲିପକାର୍ଟ’କୁ ନୋଟିସ ଜାରି କରିଛି ଡିସିଜିଆଇ। ଖାଲି ତାହା ନୁହଁ ୧୦ ଦିନ ମଧ୍ୟରେ ଉତ୍ତର ରଖିବାକୁ ନୋଟିସରେ ଆଦେଶ ମଧ୍ୟ ଦେଇଛି। ଏଥିରେ ତ୍ରୁଟି ପାଇଲେ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ମଧ୍ୟ ଆଦେଶ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଔଷଧି ନିରୀକ୍ଷକ ଗତ ଅକ୍ଟୋବର ୫ ରୁ ୬ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଯାହାପରେ ଭାରତୀୟ ଔଷଧି ନିୟନ୍ତ୍ରକ ନୋଟିସ ଜାରି କରିଛି। ଚଢ଼ାଉ ସମୟରେ ବିନା ମଞ୍ଜୁରିପ୍ରାପ୍ତ ଲାଇସେନ୍ସରେ ଦେଶରେ ଉତ୍ପାଦିତ କସମେଟିକ୍ସ ସାମଗ୍ରୀକୁ ପଞ୍ଜିକରଣ ପ୍ରମାଣପତ୍ର ବିନା ଆମଦାନୀ ହୋଇଥିବା କଞ୍ଚା ସାମଗ୍ରୀ ଧରାଯାଇଥିଲା।

ଧରାପଡ଼ିଥିବା ସାମଗ୍ରୀକୁ ଏହି ଇ-କମର୍ସ କମ୍ପାନୀମାନେ ଇକମର୍ସ ସାଇଟ ମାଧ୍ୟମରେ ବିକ୍ରି କରୁଥିଲେ। ବିନା ମଞ୍ଜୁରୀରେ ଏହି ଉତ୍ପାଦନକୁ ବିକ୍ରି ଉପରେ ମୌଦ୍ରିକ ଜରିମାନା ଠାରୁ ଜେଲ ଦଣ୍ଡ ପର୍ଯ୍ଯନ୍ତ ବ୍ୟବସ୍ଥା ଅଛି।

ଘଟଣା ବିଷୟରେ ଆମାଜନ ଇଣ୍ଡିଆର ମୁଖପାତ୍ର ଜାତୀୟ ଗଣମାଧ୍ୟମ ସଂସ୍ଥାକୁ କହିଛି, ଯେତେବେଳେ ବି ଏଭଳି ମାମଲା ସାମ୍ନାକୁ ଆସିଛି, କମ୍ପାନୀ ନକଲି ଅଥବା ବେଆଇନ ସାମଗ୍ରୀ ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ସେ କହିଛନ୍ତି, ଆମାଜନ ବୁବେଳେ ଗ୍ରାହକଙ୍କ ସ୍ୱାର୍ଥକୁ ଚିନ୍ତା କରିଥାଏ ଏବଂ ଉଚ୍ଚ ଗୁଣଯୁକ୍ତ ସାମଗ୍ରୀ ବିକ୍ରି କରଥାଏ।

 

 

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

23 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

33 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago