Categories: କ୍ରୀଡା

ସେଞ୍ଚୁରୀମ୍ୟାନଙ୍କ ଶତକ ନମ୍ବର ୩୭, ଭାରତ ଟାର୍ଗେଟ୍ ଦେଲା ୩୨୨ ରନ୍

ବିଶାଖାପାଟଣା : ପୁଣି କୋହଲିଙ୍କ ଶତକ । ଦିନିକିଆ ଆନ୍ତର୍ଜାତିକରେ ଶତକ ନମ୍ବର ୩୭ । ଏହି ଶତକ ବଳରେ ଭାରତ ଦ୍ବିତୀୟ ଦିନିକିଆ ମ୍ୟାଚରେ ୬ ୱିକେଟରେ ୩୨୧ ରନ୍ ସ୍କୋର କରି ୱେଷ୍ଟଇଣ୍ଡିଜ୍ ଆଗରେ ରଖିଛି ୩୨୨ ରନର ବିଜୟଲକ୍ଷ୍ୟ । ଆଜିର ଇନିଂସ ବେଳେ ଅନେକ ରେକର୍ଡ଼ କରିଛନ୍ତି ବିରାଟ । ଦିନିକିଆରେ ୧୦ ହଜାର ରନ୍ ପୂରଣ କରିବାରେ ସେ ହେଉଛନ୍ତି ଦ୍ରୁତତମ ଖେଳାଳି । ସେ ୨୦୫ ଇନିଂସରେ ଏହି ସଫଳତା ଲାଭ କରି ସଚିନଙ୍କ ରେକର୍ଡ଼ ଭାଙ୍ଗିଛନ୍ତି । ଏହା ସହିତ ୨୦୧୮ କ୍ୟାଲେଣ୍ଡର ଇୟରରେ ୧୦୦୦ ରନ୍ ଏବଂ ଭାରତ ମାଟିରେ ୪୦୦୦ ରନ୍ ପୂରଣ କରିଛନ୍ତି । ଚଳିତ ବର୍ଷ ମାତ୍ର ୧୧ଟି ଇନିଂସ ଖେଳି ସେ ୧ ହଜାର ରନ୍ ପୂରଣ କରିଛନ୍ତି ।

୪୪ ରନ୍ କରିଥିବା ବେଳେ ଇଣ୍ଡିଜ୍ ଅଧିନାୟକ ଜେସନ୍ ହୋଲଡରଙ୍କ ହାତରେ ଜୀବନଦାନ ପାଇଥିବା କୋହଲି ୧୨୯ ବଲରେ ଅପରାଜିତ ୧୫୭ ରନ୍ କରିଛନ୍ତି । ଏଥିରେ ରହିଛି ୧୩ଟି ଚୌକା ଓ ୪ଟି ଛକା ।

ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଧବନ ୨୯, ରାୟୁଡୁ ୭୩ ରନ୍ କରିଥିଲେ । ତେବେ ପୂର୍ବ ମ୍ୟାଚରେ ଶତକ କରିଥିବା ରୋହିତ ଶର୍ମା ମାତ୍ର ୪ ଏବଂ ଧୋନି ୨୦, ପନ୍ତ ୧୭, ଜାଡେଜା ୧୩ ରନ୍ କରି ଆଉଟ୍ ହୋଇଥିଲେ । ଇଣ୍ଡିଜ୍ ପକ୍ଷରୁ ନର୍ସ ଓ ମାକକଏ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି ।

ସ୍କୋର : ଭାରତ-୩୨୧/୬, ୫୦ ଓଭର (କୋହଲି ଅପରାଜିତ ୧୫୭, ରାୟୁଡୁ ୭୩) ।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

2 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

11 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

46 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

53 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago