ବ୍ୟବସାୟ ଓ ଅର୍ଥନୀତି

ଟ୍ରେନ୍‌ ଯାତ୍ରାରେ ହଠାତ୍‌ ବଦଳିଗଲା କି ପ୍ଳାନ୍‌ ? ତାହେଲେ ବିନା ଟିକେଟ କ୍ୟାନ୍ସଲ କରି ଚେଞ୍ଜ୍‌ କରନ୍ତୁ ଟ୍ରାଭେଲ୍‌ ଡେଟ୍‌

ଅନେକ ଥର ଏମିତି ହୋଇଥାଏ ଯେ ଆମେ ଟ୍ରେନ୍‌ ରିଜର୍ଭେସନ କରିନିଅନ୍ତି, କିନ୍ତୁ ଠିକ୍‌ ଯିବା ସମୟରେ ହିଁ ଆମ ପ୍ଲାନ ବଦଳିଯାଇଥାଏ। ଏମିତିରେ ଆପଣ ଟିକେଟ କ୍ୟାନ୍ସଲ କରିଦିଅନ୍ତି ଆଉ ଆପଣଙ୍କ ଟଙ୍କା ବି କଟିଯାଏ। କିନ୍ତୁ ରେଲେଓ୍ଵର ନିୟମ ଅନୁସାରେ ଆପଣଙ୍କ ପାଖରେ ସେକେଣ୍ଡ ଅପ୍ସନ ରହିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏମିତି ସ୍ଥିତିରେ ଆପଣ ନିଜର ଟ୍ରେନ୍‌ ଯାତ୍ରାକୁ’Preponed’ କିମ୍ବା ‘Postponed’ମଧ୍ୟ କରିପାରିବେ। ଆପଣ ଚାହିଁଲେ ନିଜ ଟ୍ରାଭେଲର ବୋର୍ଡିଙ୍ଗ ଷ୍ଟେସନ୍‌ ବି ବଦଳାଇପାରିବେ।

ଯାତ୍ରୀ ମୂଳ ବା ମେନ୍‌ ବୋର୍ଡିଙ୍ଗ ଷ୍ଟେସନ ମ୍ୟାନେଜରଙ୍କୁ ଲିଖିତ ଭାବେ ଆପ୍ଲିକେସନ୍‌ ଦେଇ କିମ୍ବା ଟ୍ରେନ ଷ୍ଟେସନ୍‌ ଛାଡିବାର ଅତି କମରେ ୨୪ ଘଣ୍ଟା ପୂର୍ବରୁ କୌଣସି କମ୍ପ୍ୟୁଟରାଇଜଡ ରିଜର୍ଭେସନ୍‌ ସେଣ୍ଟନକୁ ଯାଇ ଯାତ୍ରାର ବୋର୍ଡିଙ୍ଗ ଷ୍ଟେସନକୁ ବଦଳାଇପାରିବେ। ଏହି ସୁବିଧା ଉଭୟ ଅଫଲାଇନ୍‌ ଏବଂ ଅନଲାଇନ୍‌ ଟିକେଟ୍‌ ଉପରେ ମିଳିଥାଏ।

ଯଦି ଆପଣ ନିଜ ଯାତ୍ରାକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି, ଅର୍ଥାତ୍‌ ଯେଉଁ ଷ୍ଟେସନ ପର୍ଯ୍ୟନ୍ତ ଆପଣ ଟିକେଟ ବୁକ୍‌ କରିଛନ୍ତି, ଆପଣ ତା ପର ଷ୍ଟେସନ ପର୍ଯ୍ୟନ୍ତ ଯିବାକୁ ଚାହୁଁଛନ୍ତି, ତାହେଲେ ଏଥିପାଇଁ ଯାତ୍ରୀଙ୍କୁ ଗନ୍ତବ୍ୟ ପର୍ଯ୍ୟନ୍ତ ପହଁଚିବା ପୂର୍ବରୁ କିମ୍ବା ବୁକ୍‌ ପର୍ଯ୍ୟନ୍ତ ଯାତ୍ରା ପୂରା ହେବା ପରେ ଟିକେଟ ଚେକିଙ୍ଗ ଷ୍ଟାଫଙ୍କ ସହ ସମ୍ପର୍କ କରିବାକୁ ହୋଇଥାଏ ଏବଂ ତାଙ୍କୁ ସବିଶେଷ ଡିଟେଲ୍ସ ବତାଇବାକୁ ହୋଇଥାଏ।

Indian Railways ୱେବସାଇଟ ମୁତାବକ ଷ୍ଟେସନ୍‌ କାଉଣ୍ଟରରେ ବୁକ୍‌ କରାଯାଇଥିବା ଟିକେଟର ଟ୍ରାଭେଲ ଡେଟକୁ ‘Preponed’ କିମ୍ବା ‘Postponed’ କେବଳ ଥରେ ହିଁ କରାଯାଇପାରିବ। ଯଦିଓ ସିଟର ଉପଲବ୍ଧତା କନଫର୍ମ ଥାଉ ବା RAC ଥାଉ କିମ୍ବା େଓ୍ଵଟିଙ୍ଗରେ ଥାଉ। ଟ୍ରାଭେଲ ଡେଟକୁ ଆଗକୁ ବଢ଼ାଇବା କିମ୍ବା ପୂର୍ବରୁ କରିବା ପାଇଁ ଯାତ୍ରୀଙ୍କୁ ରିଜର୍ଭେସନ୍‌ ଅଫିସ ଯାଇ ଟ୍ରେନ୍‌ ଛାଡିବାର ୪୮ ଘଣ୍ଟା ପୂର୍ବରୁ ନିଜର ଟିକେଟକୁ ସରେଣ୍ଡର କରିବାକୁ ହେବ। ଧ୍ୟାନ ରଖିବେ ଏହି ସୁବିଧା କେବଳ ଅଫଲାଇନ୍‌ ଟିକେଟ ପାଇଁ ହିଁ ଉପଲବ୍ଧ ରହିଛି। ଅନଲାଇନ୍‌ ବୁକ୍‌ କରାଯାଇଥିବା ଟିକେଟ ଉପରେ ଏହି ସୁବିଧା ମିଳିବନାହିଁ।

ଭାରତୀୟ ରେଳ ନିଜର ଯାତ୍ରୀଙ୍କୁ ସୁବିଧା ଦେଇଥାଏ ଯେ ସେମାେ ନିଜର କନଫର୍ମ/ଆରଏସି/ୱେଟିଙ୍ଗ ଟିକେଟରେ ଯାତ୍ରାର ତାରିଖକୁ ବଦଳାଇପାରିବେ। ଭାରତୀୟ ରେଳ ମୁତାବକ ଏହି ଟିକେଟ ଉପରେ ଯାତ୍ରାର ତାରିଖ ନିର୍ଦ୍ଧାରିତ ଶୁଳ୍କର ପେମେଣ୍ଟ ଉପରେ ସେହି କ୍ଲାସ/ହାଇ କ୍ଳାସରେ କିମ୍ବା ସେହି ଡେଷ୍ଟିନେସନ୍‌ ପାଇଁ ‘Preponed’ କିମ୍ବା ‘Postponed’ କରାଯାଇପାରିବ। ଏହାବ୍ୟତୀତ ରେଳ ଯାତ୍ରୀଙ୍କୁ ନିଜର ଯାତ୍ରାକୁ ଆଗକୁ ବଢ଼ାଇବା, ନିଜ ଯାତ୍ରାର େବୋର୍ଡିଙ୍ଗ ଷ୍ଟେସନକୁ ବଦଳାଇବା ଏବଂ ନିଜ ଟିକେଟକୁ ହାଇ କ୍ଲାସରେ ଅପଗ୍ରେଡ କରିବାୀ ମଧ୍ୟ ଅନୁମତି ଦେଇଥାଏ। ଯଦିଓ ଏଥିରେ କିଛି ସୁବିଧା କେବଳ ଅଫଲାଇନ୍‌ ଟିକେଟ ପାଇଁ ଲାଗୁ ରହିଛି। ଏବଂ ଆଉ କିଛି ସୁବିଧା ଅଫଲାଇନ୍‌ ଓ ଅନଲାଇନ ଉଭୟ ଟିକେଟ ପାଇଁ ଉପଲବ୍ଧ ରହିଛି।

Pritiparna

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

14 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

24 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

36 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

43 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

44 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago