ଟ୍ରେନ୍‌ ଯାତ୍ରାରେ ହଠାତ୍‌ ବଦଳିଗଲା କି ପ୍ଳାନ୍‌ ? ତାହେଲେ ବିନା ଟିକେଟ କ୍ୟାନ୍ସଲ କରି ଚେଞ୍ଜ୍‌ କରନ୍ତୁ ଟ୍ରାଭେଲ୍‌ ଡେଟ୍‌

ଅନେକ ଥର ଏମିତି ହୋଇଥାଏ ଯେ ଆମେ ଟ୍ରେନ୍‌ ରିଜର୍ଭେସନ କରିନିଅନ୍ତି, କିନ୍ତୁ ଠିକ୍‌ ଯିବା ସମୟରେ ହିଁ ଆମ ପ୍ଲାନ ବଦଳିଯାଇଥାଏ। ଏମିତିରେ ଆପଣ ଟିକେଟ କ୍ୟାନ୍ସଲ କରିଦିଅନ୍ତି ଆଉ ଆପଣଙ୍କ ଟଙ୍କା ବି କଟିଯାଏ। କିନ୍ତୁ ରେଲେଓ୍ଵର ନିୟମ ଅନୁସାରେ ଆପଣଙ୍କ ପାଖରେ ସେକେଣ୍ଡ ଅପ୍ସନ ରହିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏମିତି ସ୍ଥିତିରେ ଆପଣ ନିଜର ଟ୍ରେନ୍‌ ଯାତ୍ରାକୁ’Preponed’ କିମ୍ବା ‘Postponed’ମଧ୍ୟ କରିପାରିବେ। ଆପଣ ଚାହିଁଲେ ନିଜ ଟ୍ରାଭେଲର ବୋର୍ଡିଙ୍ଗ ଷ୍ଟେସନ୍‌ ବି ବଦଳାଇପାରିବେ।

ଯାତ୍ରୀ ମୂଳ ବା ମେନ୍‌ ବୋର୍ଡିଙ୍ଗ ଷ୍ଟେସନ ମ୍ୟାନେଜରଙ୍କୁ ଲିଖିତ ଭାବେ ଆପ୍ଲିକେସନ୍‌ ଦେଇ କିମ୍ବା ଟ୍ରେନ ଷ୍ଟେସନ୍‌ ଛାଡିବାର ଅତି କମରେ ୨୪ ଘଣ୍ଟା ପୂର୍ବରୁ କୌଣସି କମ୍ପ୍ୟୁଟରାଇଜଡ ରିଜର୍ଭେସନ୍‌ ସେଣ୍ଟନକୁ ଯାଇ ଯାତ୍ରାର ବୋର୍ଡିଙ୍ଗ ଷ୍ଟେସନକୁ ବଦଳାଇପାରିବେ। ଏହି ସୁବିଧା ଉଭୟ ଅଫଲାଇନ୍‌ ଏବଂ ଅନଲାଇନ୍‌ ଟିକେଟ୍‌ ଉପରେ ମିଳିଥାଏ।

ଯଦି ଆପଣ ନିଜ ଯାତ୍ରାକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି, ଅର୍ଥାତ୍‌ ଯେଉଁ ଷ୍ଟେସନ ପର୍ଯ୍ୟନ୍ତ ଆପଣ ଟିକେଟ ବୁକ୍‌ କରିଛନ୍ତି, ଆପଣ ତା ପର ଷ୍ଟେସନ ପର୍ଯ୍ୟନ୍ତ ଯିବାକୁ ଚାହୁଁଛନ୍ତି, ତାହେଲେ ଏଥିପାଇଁ ଯାତ୍ରୀଙ୍କୁ ଗନ୍ତବ୍ୟ ପର୍ଯ୍ୟନ୍ତ ପହଁଚିବା ପୂର୍ବରୁ କିମ୍ବା ବୁକ୍‌ ପର୍ଯ୍ୟନ୍ତ ଯାତ୍ରା ପୂରା ହେବା ପରେ ଟିକେଟ ଚେକିଙ୍ଗ ଷ୍ଟାଫଙ୍କ ସହ ସମ୍ପର୍କ କରିବାକୁ ହୋଇଥାଏ ଏବଂ ତାଙ୍କୁ ସବିଶେଷ ଡିଟେଲ୍ସ ବତାଇବାକୁ ହୋଇଥାଏ।

trainIndian Railways ୱେବସାଇଟ ମୁତାବକ ଷ୍ଟେସନ୍‌ କାଉଣ୍ଟରରେ ବୁକ୍‌ କରାଯାଇଥିବା ଟିକେଟର ଟ୍ରାଭେଲ ଡେଟକୁ ‘Preponed’ କିମ୍ବା ‘Postponed’ କେବଳ ଥରେ ହିଁ କରାଯାଇପାରିବ। ଯଦିଓ ସିଟର ଉପଲବ୍ଧତା କନଫର୍ମ ଥାଉ ବା RAC ଥାଉ କିମ୍ବା େଓ୍ଵଟିଙ୍ଗରେ ଥାଉ। ଟ୍ରାଭେଲ ଡେଟକୁ ଆଗକୁ ବଢ଼ାଇବା କିମ୍ବା ପୂର୍ବରୁ କରିବା ପାଇଁ ଯାତ୍ରୀଙ୍କୁ ରିଜର୍ଭେସନ୍‌ ଅଫିସ ଯାଇ ଟ୍ରେନ୍‌ ଛାଡିବାର ୪୮ ଘଣ୍ଟା ପୂର୍ବରୁ ନିଜର ଟିକେଟକୁ ସରେଣ୍ଡର କରିବାକୁ ହେବ। ଧ୍ୟାନ ରଖିବେ ଏହି ସୁବିଧା କେବଳ ଅଫଲାଇନ୍‌ ଟିକେଟ ପାଇଁ ହିଁ ଉପଲବ୍ଧ ରହିଛି। ଅନଲାଇନ୍‌ ବୁକ୍‌ କରାଯାଇଥିବା ଟିକେଟ ଉପରେ ଏହି ସୁବିଧା ମିଳିବନାହିଁ।

ଭାରତୀୟ ରେଳ ନିଜର ଯାତ୍ରୀଙ୍କୁ ସୁବିଧା ଦେଇଥାଏ ଯେ ସେମାେ ନିଜର କନଫର୍ମ/ଆରଏସି/ୱେଟିଙ୍ଗ ଟିକେଟରେ ଯାତ୍ରାର ତାରିଖକୁ ବଦଳାଇପାରିବେ। ଭାରତୀୟ ରେଳ ମୁତାବକ ଏହି ଟିକେଟ ଉପରେ ଯାତ୍ରାର ତାରିଖ ନିର୍ଦ୍ଧାରିତ ଶୁଳ୍କର ପେମେଣ୍ଟ ଉପରେ ସେହି କ୍ଲାସ/ହାଇ କ୍ଳାସରେ କିମ୍ବା ସେହି ଡେଷ୍ଟିନେସନ୍‌ ପାଇଁ ‘Preponed’ କିମ୍ବା ‘Postponed’ କରାଯାଇପାରିବ। ଏହାବ୍ୟତୀତ ରେଳ ଯାତ୍ରୀଙ୍କୁ ନିଜର ଯାତ୍ରାକୁ ଆଗକୁ ବଢ଼ାଇବା, ନିଜ ଯାତ୍ରାର େବୋର୍ଡିଙ୍ଗ ଷ୍ଟେସନକୁ ବଦଳାଇବା ଏବଂ ନିଜ ଟିକେଟକୁ ହାଇ କ୍ଲାସରେ ଅପଗ୍ରେଡ କରିବାୀ ମଧ୍ୟ ଅନୁମତି ଦେଇଥାଏ। ଯଦିଓ ଏଥିରେ କିଛି ସୁବିଧା କେବଳ ଅଫଲାଇନ୍‌ ଟିକେଟ ପାଇଁ ଲାଗୁ ରହିଛି। ଏବଂ ଆଉ କିଛି ସୁବିଧା ଅଫଲାଇନ୍‌ ଓ ଅନଲାଇନ ଉଭୟ ଟିକେଟ ପାଇଁ ଉପଲବ୍ଧ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.