ଥରେ ଦେଖନ୍ତୁ ମା ପୁଅଙ୍କ ଏହି କ୍ୟୁଟ ଭିଡିଓ, ହସି ହସି ବେଦମ ହୋଇଯିବେ

ନୂଆ ନୂଆ ଭାଷା ଶିଖିବା ଖୁବ ମଜାଦାର ହୋଇଥାଏ । ଯେବେ ପିଲାମାନେ ଭାଷା ଶିଖୁଥାନ୍ତି ସେହି ସମୟ ଖୁବ କ୍ୟୁଟ ହୋଇଥାଏ । ସୋସିଆଲ ମିଡିଆରେ ଏନେଇ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆପଣ ମାନେ ଦେଖିପାରିବେ କେମିତି ଜଣେ କୋରିଆନ ମହିଳା ନିଜ ଛୁଆକୁ ହିନ୍ଦୀରେ ପକୁଡି କହିବା ଶିଖାଉଛନ୍ତି । ଦୁହେଁ ଏତେ କ୍ୟୁଟ ଅନ୍ଦାଜରେ ପକୁଡି କହୁଛନ୍ତିକି ଇଣ୍ଟରନେଟରେ ୟୁଜର ମାନେ ଏହି ଭିଡିଓକୁ ବାରମ୍ବାର ଦେଖୁଛନ୍ତି । ଯଦି ଆପଣ ଏଯାଏଁ ଏହି କ୍ୟୁଟ “ହିନ୍ଦୀ କ୍ଳାସ”ର ଭିଡିଓ ଏଯାଏଁ ଦେଖିନାହାନ୍ତି ତ ନିଶ୍ଚିତ ରୂପେ ନିଅନ୍ତୁ । ମନ ଯେତେ ଦୁଃଖ ଥିଲେ ମଧ୍ୟ ହସ ଆସିଯିବ । ଭିଡିଓଟିରେ ଆପଣ ଦେଖିପାରିବେଯେ କିପରି ଏକ ଟେବୁଲ୍ ଉପରେ ପକୁଡିରେ ଭର୍ତ୍ତି ପ୍ଲେଟ ରହିଛି । ଆଉ ପିଲାଟି ହାତରେ ଗୋଟେ ପକୁଡି ନେଇ ଛିଡା ହୋଇଛି । ଆଉ ତା ମା ପିଲାଟିକୁ ପଚାରୁଛନ୍ତିଯେ ଆଛା କହିଲୁ ଇଏ କଣ ? ସେହି ସମୟରେ ପିଲାଟି କିଛି ଭିନ୍ନ ଭିନ୍ନ ଜବାବ ଦେଉଛି ।

 

View this post on Instagram

 

A post shared by Indian💕Korean (@premkimforever)

ଆଉ ଏହି ସମୟରେ ମା’ ଟି ତା ପିଲାକୁ କହୁଛିଯେ ଇଏ ସବୁ ପକୁଡି । ଆଉ ଏହା ପରେ ବି ପିଲାଟି ସେଗୁଡିକୁ ପକୁଡି ବୋଲି କହୁଛି । ଆଉ ହଁ ସେମାନଙ୍କ ପକୁଡି କହିବା ଅନ୍ଦାଜ ଏତେ କ୍ୟୁଟ କି ଲୋକେ ଏହି ହିନ୍ଦୀ କ୍ଳାସର ଫ୍ୟାନ ହୋଇଯାଇଛନ୍ତି । ଏହି ଭିଡିଓଟି ଇନ୍ଷ୍ଟଗ୍ରାମ ହ୍ୟାଣ୍ଡଲ premkimforeverରୁ ଜୁଲାଇ ୫ ତାରିଖରେ ସେୟାର କରାଯାଇଛି । ଆଉ ଏହାର କ୍ୟାପ୍ସନରେ ଲେଖିଛନ୍ତିକି- “ଜଣେ କୋରିଆନ ମା’ ନିଜ ଛୁଆକୁ ହିନ୍ଦୀ ଶିଖାଉଛନ୍ତି” । ଏହାକୁ ନ୍ୟୁଜ ଲେଖାଯିବା ପର୍ଯ୍ୟନ୍ତ ଏହି ଇନ୍ଷ୍ଟଗ୍ରାମ ରିଲଟିକୁ ୩ ଲକ୍ଷ ୬୪ ହଜାର ଥର ଦେଖାଯାଇଥିବା ବେଳେ ୨୦ ହଜାରରୁ ଅଧିକ ସଂଖ୍ୟକ ଲାଇକ୍ସ ମିଳିସାରିଲାଣି । ଅର୍ଥାତ ଏହି ମାମଲା ଇନ୍ଷ୍ଟଗ୍ରାମ ସହ ସୋସିଆଲ ମିଡ଼ିଆର ଅନ୍ୟାନ ପ୍ଲାଟ ଫର୍ମ ମାନଙ୍କରେ ବି ସେୟାର ହୋଇଛି । ଏହା ଉପରେ ଅନେକ ୟୁଜର୍ସ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଅଧିକାଂଶ ଲୋକଙ୍କୁ ଏହି କ୍ଲିପଟି ଖୁବ କ୍ୟୁଟ ଲାଗୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.