ମାଂସର ଦାମ୍‌ ବଢ଼ିବା ପାଇଁ ମହିଳାଙ୍କ ଜଙ୍ଘ ଦାୟୀ: ମସ୍‌ଜିଦ୍‌ ମୁଖ୍ୟ ଦେଲେ ଏଭଳି ବିବାଦୀୟ ବୟାନ

କେତେକ ମୁସ୍‌ଲିମ୍‌ ଦେଶରେ ଏବେ ବି ମହିଳାଙ୍କର ସ୍ଥିତି ଭଲ ନଥିବା ବେଳେ ପୁରୁଷଙ୍କର ସେମାନଙ୍କ ପ୍ରତି ଚିନ୍ତା ଧାରା ବି ସେଇ ପୁରୁଣାକାଳିଆ ରହିଛି। ସେଠାରେ ଏବେ ମଧ୍ୟ ସେମାନଙ୍କ ଉପରେ ବହୁ ପ୍ରତିବନ୍ଧକ ଲଗାଯାଉଛି। ସେମାନଙ୍କ ସ୍ୱାଧୀନତା ଛଡ଼ାଇ ନିଆଯାଉଛି। ନିକଟରେ ମଧ୍ୟ ଏସୀୟ ଦେଶ କିର୍ଗିସ୍ତାନର ପୁରସ୍କାର ବିଜେତା ମୌଲାନା ସଦୟବକାସ ଡୁଲୋବଙ୍କ ଦ୍ୱାରା ମହିଳାଙ୍କୁ ନେଇ ଦିଆଯାଇଥିବା ବୟାନ ଏହି ସତ୍ୟତାକୁ ପ୍ରମାଣିତ କରିଛି। ଏବେ ଏହି ବୟାନକୁ ନେଇ ପୂରା ବିଶ୍ୱରେ ଚର୍ଚ୍ଚା ଜୋର୍‌ ଧରିଛି। ଏଠାକାର ଜଣେ ମୌଲାନା କହିଛନ୍ତି ଯେ ମହିଳାମାନେ ଛୋଟ ପୋଷାକ ପିନ୍ଧିବା ଯୋଗୁ ହିଁ ମାଂସର ଦର ବଢ଼ୁଛି।

ରିପୋର୍ଟ ମୁତାବକ, ଇସ୍‌ଲାମିକ ୟୁନିଭର୍ସିଟିର ମୁଖ୍ୟ ଥିବା ମୌଲାନା ଡୁଲୋବ ବୟସ୍କ ଲୋକଙ୍କୁ ଅପିଲ କରିଛନ୍ତି ଯେ ସେ ମହିଳାଙ୍କୁ ଲମ୍ବା ପୋଷାକ ପିନ୍ଧିବାକୁ କୁହନ୍ତୁ। ଫଳରେ ମାଂସର ଦାମ୍‌ କମିବ। ମୌଲାନାଙ୍କ କହିବାନୁସାରେ, ମାଂସର ଦାମ୍‌ ବଢ଼ିବାର କାରଣ ହେଉଛି ମହିଳାମାନଙ୍କ ଅଙ୍ଗ ପ୍ରଦର୍ଶନ। ମହିଳାମାନେ ନିଜ ଶରୀରକୁ ଅଧିକ ମୁକୁଳା କରି ଶସ୍ତାକରି ଦେଉଛନ୍ତି।
ମୌଲାନା କହିଛନ୍ତି, ମାଂସ କେତେ ବେଳେ ମହଙ୍ଗା ହୁଏ ଜାଣିଛନ୍ତି? ଏହାର ଦାମ୍‌ ସେତେବେଳେ ବଢ଼େ ଯେତେବେଳେ ମହିଳାଙ୍କ ମାଂସ ଶସ୍ତା ହୋଇଯାଏ ଓ ଜଣେ ମହିଳାଙ୍କ ମାଂସ ସେତେବେଳେ ଶସ୍ତା ହୋଇଯାଏ, ଯେତେବେଳେ ସେ ଅଙ୍ଗ ପ୍ରଦର୍ଶନ କରିଥାଏ। ଆଙ୍ଗୁଠି ଭଳି ଜଙ୍ଘକୁ ନିର୍ଲଜ ଭଳି ଦେଖାଇଥାଏ।

ମୌଲାନାଙ୍କର ଏହି ବୟାନବାଜି ପରେ ମହିଳାମାନେ ଅସନ୍ତୋଷବ୍ୟକ୍ତ କରିଛନ୍ତି। ଏହା ସୋସିାଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ଓ ସେଠାକାର ଲୋକମାନେ ନିଜ ନିଜ ରାଗ କମେଣ୍ଟ ମାଧ୍ୟମରେ ଦର୍ଶାଉଛନ୍ତି। କିଛି ମହିଳା ସରକାରଙ୍କୁ ଇମାମ୍‌ଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି। କୁହାଯାଉଛି ଯେ ଏହି ମୌଲାନା ରାଜଧାନୀର ସ୍ୱେରଡଲୋବ ଜିଲ୍ଲାର ଏକ ମସ୍‌ଜିଦ୍‌ରେ ଇମାମ୍‌ ଅଛନ୍ତି।

ତେବେ ଏହି ବୟାନବାଜି ପରେ ଇମାମ୍‌ଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ପୋଲିସ ପକ୍ଷରୁ ତାଙ୍କୁ କ୍ଳିନ୍‌ଚିଟ୍‌ ମିଳିଥିବା ଜଣାଯାଇଛି।

Also Read: ସମୁଦ୍ରକୁ ପହଁରିବାକୁ ଡେଇଁଥିବା ଯୁବକଙ୍କ ସାମ୍ନାକୁ ଚାଲି ଆସିଲା ବିଶାଳକାୟ ଆନାକୋଣ୍ଡା, ମୁହାଁମୁହିଁ ହେବା ପରେ ହେଲା ଏମିତି ଅବସ୍ଥା; ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.