ସମୁଦ୍ରକୁ ପହଁରିବାକୁ ଡେଇଁଥିବା ଯୁବକଙ୍କ ସାମ୍ନାକୁ ଚାଲି ଆସିଲା ବିଶାଳକାୟ ଆନାକୋଣ୍ଡା, ହେଲା ଏମିତି ଅବସ୍ଥା; ଦେଖନ୍ତୁ ଭିଡିଓ

ସାପ ଓ ଅଜଗରଙ୍କ ଅନେକ ଭିଡିଓ ତ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। କିନ୍ତୁ ଆନାକୋଣ୍ଡାକୁ ଲୋକମାନେ କେବଳ ଫିଲ୍ମରେ ହିଁ ଦେଖିଥାନ୍ତି। ରିୟଲ ଲାଇଫରେ ଆନାକୋଣ୍ଡା ଦେଖିବା ବିରଳ ହୋଇଥାଏ। ଆନାକୋଣ୍ଡାକୁ ବିଶ୍ୱର ସବୁଠୁ ବିଶାଳକାୟ ସାପ ବୋଲି କୁହାଯାଏ। ଯେତେବେଳେ ବି ଏହି ଭୟଙ୍କର ଜୀବ କାହାକୁ ନିଜ ଟାର୍ଗେଟ କରେ, ତା ଜୀବନ ନ ନେବା ଯାଏଁ ସେ ଶାନ୍ତିରେ ରହିପାରିନଥାଏ। ମଣିଷ ହେଉ କି ଜୀବ, ଯିଏ ଥରେ ଆନାକୋଣ୍ଡା ମୁହଁରେ ପଡ଼ିଛି ସେ ଆଉ ଜୀବନ ନେଇ ଫେରିନାହିଁ। ଆନାକୋଣ୍ଡାର ସେଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ଟିକେ ପୁରୁଣା। କିନ୍ତୁ ଏବେ ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖା ଯାଇଛି ଯେ ଜଣେ ଯୁବକ ସ୍କୁବା ଡାଇଭିଂର କିଟ୍ ପିନ୍ଧି ସମୁଦ୍ରକୁ ଲମ୍ଫ ଦେଉଛନ୍ତି। ସେ ଆଡ଼ଭେଞ୍ଚର ପାଇଁ ସମୁଦ୍ରକୁ ଯାଇଥିବା ବେଳେ ତାଙ୍କ ସାମ୍ନାକୁ ଏକ ବିଶାଳକାୟ ଆନାକୋଣ୍ଡା ଚାଲିଆସୁଛି। ଧୀରେ ଧୀରେ ସାପଟି ପହଁରି ପହଁରି ଉକ୍ତ ବ୍ୟକ୍ତିଙ୍କ ନିକଟରେ ପହଞ୍ଚୁଛି। କିନ୍ତୁ ଭାଗ୍ୟ ଭଲ ଆନାକୋଣ୍ଡା ତାଙ୍କର କିଛି କ୍ଷତି କରୁନାହିଁ। ସାଧାରଣତଃ ଆନାକୋଣ୍ଡା ଶିକାରକୁ ଏତେ ସହଜରେ ଯିବାକୁ ଦେଇନଥାଏ। କିନ୍ତୁ ଏ ଭିଡିଓରେ ସେମିତି କିଛି ବି ଘଟିନାହିଁ।

ଦେଖନ୍ତୁ ଭିଡିଓ:

Video Credit: CGTN

ଆନାକୋଣ୍ଡାର ଏହି ଭିଡିଓକୁ CGTN ନାମକ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରାଯାଇଛି। କୁହାଯାଉଛି ଯେ ଆନାକୋଣ୍ଡାଟି ପାଖାପାଖି ୨୩ ଫୁଟ୍ ଲମ୍ବା ଥିଲା। ତା ଓଜନ ବି ୯୦ କେଜି ହେବ। ଭିଡିଓରେ ଯେଭଳି ଭାବେ ଆନାକୋଣ୍ଡାଟି ବ୍ୟକ୍ତିଙ୍କ ପାଖକୁ ଆସୁଛି, ତାହା ଛାତି ଥରାଇ ଦେଉଛି।

କୁହାଯାଏ, ଆନାକୋଣ୍ଡା ୩୦ ଫୁଟ୍ ଯାଏଁ ଲମ୍ବା ହୋଇପାରେ। ତା ଓଜନ ବି ପ୍ରାୟ ୨୫୦ କେଜି ଯାଏଁ ହୋଇପାରେ। ଏହି ସାପ ମାଟି ତୁଳନାରେ ପାଣିରେ ଅଧିକ ସ୍ପିଡ଼ରେ ଶିକାର କରେ।


Also Read: ‘ଡା. ମଶହୁର ଗୁଲାଟୀ’ ଭାବେ ପୁଣିଥରେ ଛୋଟ ପରଦାକୁ ଫେରୁଛନ୍ତି ସୁନୀଲ ଗ୍ରୋଭର, ଏହି ଶୋ’ରେ ଆସିବେ ନଜର

Leave A Reply

Your email address will not be published.