Below header

ଟିଏମ୍‌ସିର ବଡ଼ ନିଷ୍ପତ୍ତି! ଉପରାଷ୍ଟ୍ରପତି ନିର୍ବାଚନରେ ମତଦାନ ପ୍ରକ୍ରିୟାରୁ ଦୂରେଇ ରହିବ ଦଳ, ବିରୋଧୀଙ୍କୁ ଝଟ୍‌କା

ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ତୃଣମୂଳ କଂଗ୍ରେସ ଏକ ବଡ଼ ନିଷ୍ପତ୍ତି ନେଇଛି। ଟିଏମ୍‌ସି ଗୁରୁବାର ଘୋଷଣା କରିଛି ଯେ ଦଳ ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନର ଭୋଟିଂ ପ୍ରକ୍ରିୟାରେ ଭାଗ ନେବ ନାହିଁ। ଟିଏମ୍‌ସିର ଏହି ନିଷ୍ପତ୍ତି ଦ୍ୱାରା ବିରୋଧୀ ଦଳର ଏକତାକୁ ବଡ଼ ଝଟକା ଲାଗିଛି। ଦଳର ଏହି ନିଷ୍ପତ୍ତି ବିଷୟରେ ଦଳୀୟ ନେତା ତଥା ସାଂସଦ ଅଭିଷେକ ବାନାର୍ଜୀ ସୂଚନା ଦେଇଛନ୍ତି।

ସୂଚନାଥାଉ କି, ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ପାଇଁ ଏନ୍‌ଡିଏ ତରଫରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ପ୍ରାର୍ଥୀ କରାଯାଇଛି। ସେପଟେ ବିରୋଧୀ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ମାର୍ଗରେଟ୍‌ ଅଲ୍‌ଓ୍ଵାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛି।

ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ବାନାର୍ଜୀ କହିଛନ୍ତି, ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବାର ପ୍ରଶ୍ନ ଉଠୁନାହିଁ। କାହିଁକି ନା, ସେ ରାଜ୍ୟପାଳ ରହିବା ସମୟରେ ସରକାରଙ୍କ ସହିତ ସମନ୍ଵୟ ରଖି ନାହାନ୍ତି ଏବଂ ବିରୋଧୀ ବିନା ପରାମର୍ଶରେ ଅଲ୍‌ଓ୍ଵାଙ୍କ ନାମ ଘୋଷଣା କରି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.