‘ଡା. ମଶହୁର ଗୁଲାଟୀ’ ଭାବେ ପୁଣିଥରେ ଛୋଟ ପରଦାକୁ ଫେରୁଛନ୍ତି ସୁନୀଲ ଗ୍ରୋଭର, ଏହି ଶୋ’ରେ ଆସିବେ ନଜର

କମେଡି ଦୁନିଆର ଉଚ୍ଚ ଶିଖରକୁ ଛୁଇଁବା ପରେ କମେଡିଆନ୍ ତଥା ଅଭିନେତା ସୁନୀଲ ଗ୍ରୋଭର ଏବେ ଜଣେ ବଡ଼ ସେଲିବ୍ରିଟି ବନିଯାଇଛନ୍ତି। ନିଜ ମଜାଳିଆ ଅନ୍ଦାଜ ଯୋଗୁ ସୁନୀଲ ଲୋକଙ୍କୁ ଖୁବ୍ ହସାଇଛନ୍ତି। ଏବେ ସୁନୀଲଙ୍କ ଫ୍ୟାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିବା ପରେ ତାଙ୍କ ଫ୍ୟାନଙ୍କ ପାଦ ତଳେ ଲାଗିବନି। ଖବର ଆସିଛି ଯେ ‘ଡା. ମଶହୁର ଗୁଲାଟୀ’ ପୁଣିଥରେ ଛୋଟ ପରଦାକୁ ଫେରୁଛନ୍ତି। ପୁଣିଥରେ ଲୋକଙ୍କୁ ହସାଇବାକୁ ଆସୁଛନ୍ତି ଏହି କମେଡିଆନ୍।

ସୋନି ଟିଭି ପକ୍ଷରୁ ନିକଟରେ କମେଡି ଶୋ ‘ଇଣ୍ଡିଆଜ୍ ଲାଫ୍ଟର ଚାମ୍ପିୟନ’ର ଏକ ପ୍ରୋମୋ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଭିଡିଓରେ ସୁନୀଲ ଗ୍ରୋଭର ଡା. ମଶହୁର ଗୁଲାଟୀ ଭାବେ ଷ୍ଟେଜରେ ନଜର ଆସିଛନ୍ତି। ସୁନୀଲଙ୍କୁ ଏହି ଅବତାରରେ ଦେଖିବା ପାଇଁ ଫ୍ୟାନ ଦୀର୍ଘ ଦିନ ହେଲାଣି ଅପେକ୍ଷା କରିଥିଲେ। ଅନ୍ୟପଟେ ଏହି ଶୋରେ ଜଜ୍ ଭାବେ ଅର୍ଚ୍ଚନା ପୂରନ ସିଂହ ଓ ଶେଖର ସୁମନ ନଜର ଆସିବେ। ସାମ୍ନାକୁ ଆସିଥିବା ଭିଡିଓ ବେଶ୍ ମଜାଳିଆ ଲାଗୁଛି। ଭିଡିଓରେ ସୁନୀଲ ଅର୍ଚ୍ଚନାଙ୍କ ସହ ଥଟ୍ଟା ମଜା କରୁଥିବା ଦେଖାଯାଇଛି।

ସୁନୀଲ ଗ୍ରୋଭରଙ୍କ ଫେରିବାକୁ ଫ୍ୟାନ ଦୀର୍ଘ ଦିନ ହେଲାଣି ଅପେକ୍ଷା କରିଥିଲେ। ଖାସ୍ କରି ଡା. ଗୁଲାଟୀ ଚରିତ୍ରକୁ ଦର୍ଶକ ଖୁବ ପସନ୍ଦ କରିଥାନ୍ତି।

ପ୍ରକାଶ ଯେ ସୁନୀଲ ଗ୍ରୋଭର ଅନେକ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ଫିଲ୍ମ ସମେତ ସେ ୱେବ ସିରିଜ ଓ ନିଜର କେତେକ ପରସନାଲ ପ୍ରୋଜେକ୍ଟରେ ମଧ୍ୟ କାମ କରୁଛନ୍ତି।

Also Read: ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ଘାଟନ କରିବାର ୫ ଦିନ ଯାଇନି, ଧୋଇଗଲା ବୁଲେନ୍ଦଖଣ୍ଡ ଏକ୍ସପ୍ରେସ-ୱେ, ସାମ୍ନାକୁ ଆସିଲା ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.