ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ଘାଟନ କରିବାର ୫ ଦିନ ଯାଇନି, ଧୋଇଗଲା ବୁଲେନ୍ଦଖଣ୍ଡ ଏକ୍ସପ୍ରେସ-ୱେ, ସାମ୍ନାକୁ ଆସିଲା ଭିଡିଓ

ବୁଲେନ୍ଦଖଣ୍ଡ ଏକ୍ସପ୍ରେସ-ୱେ ଆରମ୍ଭ ହେବାର ୫ ଦିନ ପୂରି ନ ଥିବା ବେଳେ ରାସ୍ତା ଦବି ଯାଇଛି। ଉଦ୍‌ଘାଟନର ୫ ଦିନରେ ହିଁ କାମ କେମିତି ହୋଇଛି ତାହା ସର୍ବସମ୍ମୁଖକୁ ଆସିଛି। ଜାଲୌନଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଲେନ୍ଦଖଣ୍ଡ ଏକ୍ସପ୍ରେସ ୱେକୁ ଜୁଲାଇ ୧୬ ରେ ଉଦ୍‌ଘାଟନ କରିଥିଲେ। ଲୋକାର୍ପଣ ପୂର୍ବରୁ କୁହାଯାଉଥିଲା ଯେ ବୁଲେନ୍ଦଖଣ୍ଡ ଏକ୍ସପ୍ରେସ ୱେକୁ ସବୁଠୁ ମଜବୁତ ରାସ୍ତା ଭାବେ ଉଦାହରଣ ଦିଆଯିବ। କିନ୍ତୁ ହାଲକା ବର୍ଷାରେ ଏହାର କାର୍ଯ୍ୟ କେତେ ଦୃଢ଼ ତାହାର ଗୁମର ଖୋଲିଯାଇଛି।

ଦେଶର ବଡ଼ ବଡ଼ ସୁନାମଧନ୍ୟ ଇଞ୍ଜିନିୟରଙ୍କ ଠାରୁ ପରାମର୍ଶ ନେଇ ଏହି ଏକ୍ସପ୍ରେସ ୱେ ତିଆରି କରାଯାଇଥିଲା। କିନ୍ତୁ ଅସରାଏ ବର୍ଷାରେ ଏହି ରାସ୍ତାର ନିମ୍ନମାନର କାମ ପଦାକୁ ଆସିଛି। ବର୍ଷାରେ ଏହି ରାସ୍ତାର ଏକ ଅଂଶ ଧୋଇଯାଇଛି। ରାସ୍ତାର ପିଚୁ ସମ୍ପୂର୍ଣ୍ଣ ଧୋଇଯାଇ ଗାତ ହୋଇଛି। ଫଳରେ ଦ୍ରୁତ ଗତିରେ ଯାଉଥିବା ଗାଡ଼ି ଦୁର୍ଘଟଣାଗସ୍ତ ହେବା ଆଶଙ୍କା ରହିଛି।

ଦେଖନ୍ତୁ ରାସ୍ତାର ଅବସ୍ଥା:

ସମାଜବାଦୀ ପାର୍ଟି (ସପା) ଏହି ଭିଡିଓକୁ ଟ୍ୱିଟ୍ କରି କହିଛି- ଅଧୁରା ବୁଲେନ୍ଦଖଣ୍ଡ ଏକ୍ସପ୍ରେସ ୱେର ଗୁମର ଖୋଲିଦେଲା ବର୍ଷା। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଅସରାଏ ବର୍ଷାରେ ଧୋଇଯାଇଛି। ବିଜେପି ସରକାର ଲୋକଙ୍କୁ ଭୁଆଁ ବୁଲାଉଛି। ଲାଜ କରିବା ଦରକାର ଏହି ପ୍ରଚାରଜୀବୀ ସରକାର।

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ସମସ୍ତେ ଏହି ଏକ୍ସପ୍ରେସ ୱେର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠାଉଥିବା ଦେଖାଯାଇଛି।

Also Read: ଉର୍ଫିଙ୍କୁ ‘ଫ୍ୟାସନ୍‌ ଆଇକନ୍‌’ କହିଥିଲେ ରଣବୀର କପୁର, ଏବେ ଅଭିନେତ୍ରୀ କହିଲେଣି- ଦ୍ୱିତୀୟ ସ୍ତ୍ରୀ ହେବାକୁ ପ୍ରସ୍ତୁତ ଅଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.