ପେଟରେ ଭର୍ତ୍ତି କରି ଆଣିଲେ ୮କୋଟିରୁ ଉର୍ଦ୍ଧ୍ବ ଟଙ୍କାର କୋକେନ, ପୋଲିସ ହାତରେ ଧରା ହେଲା ଅପରାଧୀ
କଷ୍ଟମ ଡିପାର୍ଟମେଣ୍ଟ ପକ୍ଷରୁ ଡ୍ରଗ୍ସର ଏକ ବଡ ପରିମାଣର ଡ୍ରଗ୍ସ ଜବତ କରାଯାଇଛି । ବିଭାଗ ହେରୋଇନର ୮୬ଟି କ୍ୟାପ୍ସୁଲକୁ ଜବତ କରିଛି । ଏହି କ୍ୟାପ୍ସୁଲ ଗୁଡିକର ଓଜନ ପାଖାପାଖି ଗୋଟେ କେଜି ୨୬୬ ଗ୍ରାମ ହେବ ବୋଲି ଜଣାଯାଇଛି । ଖବରରୁ ଜଣାଯାଇଛିକି ବିପୁଳ ପରିମାଣର ହେରୋଇନକୁ ତାଞ୍ଜାନିଆରୁ ଭାରତକୁ ଅଣାଯାଉଥିଲା । କଷ୍ଟମ ଇଣ୍ଟେଲିଜେନ୍ସର ତଦାରଖରେ ଚେନ୍ନାଇ ବିମାନବନ୍ଦରରେ ଏହି ଜବତ ଘଟଣା ଘଟିଥିବା ଜଣାଯାଇଛି । କଷ୍ଟମ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ସମସ୍ତ କ୍ୟାପ୍ସୁଲକୁ ଯାତ୍ରୀ ନିଜେ ଢ଼ୋକିକି ନିଜ ପେଟ ଭିତରେ ରଖିଥିଲେ । ଯାହା ପରବର୍ତ୍ତୀ ସମୟରେ ଡାକ୍ତର ମାନଙ୍କ ସାହାଯ୍ୟରେ ବାହାର କରାଯାଇଥିଲା । ତାଞ୍ଜାନିଆର ତସ୍କର ମାନଙ୍କୁ ଗିରଫ କରାଯାଇଛି ।
ଅବଶ୍ୟ କୋକେନ ତଥା ହେରୋଇନ ନେବା ଆଣିବା କରିବାର ଏହା ଏକ ପୁରୁଣା ତରିକା । ପୂର୍ବରୁ ପ୍ଲାଷ୍ଟିକ କିମ୍ବା ରବରର ଛୋଟ ଛୋଟ ଥଳିରେ କିମ୍ବା କଣ୍ଡୋମରେ ଧଳା ପାଉଡର ଭର୍ତ୍ତିକରି ତାହାକୁ କ୍ୟାପ୍ସୁଲ ଭାବରେ ପ୍ରସ୍ତୁତ କରାଯାଉଥିଲା । ସେହି କ୍ୟାପ୍ସୁଲ ସବୁକୁ ଗୋଟେ ଗୋଟେ କରି ହାଲୁକା ଭାବରେ ଢ଼ୋକି ଦେଉଥିଲେ । ସେଗୁଡିକ ଯାଇ ପେଟ ଭିତରେ ଷ୍ଟୋର ହୋଇଯାଉଥିଲା । ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଂଚିବା ପରେ ମଳଦ୍ୱାର ବାଟରେ କୋକେନକୁ ବାହାର କରିଦେଉଥିଲେ ।
କହିରଖିବା ଉଚିତ ହେବକି ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ ଜଣେ ମଡେଲ ଓ ତାଙ୍କ ମହିଳା ସାଙ୍ଗଙ୍କୁ ଗୋଟେ କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ ସହିତ ଗିରଫ କରିଥିଲା । ଦୁହେଁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଆଖପାଖ ଅଞ୍ଚଳରେ ଡ୍ରଗ୍ସ ସପ୍ଲାଏ କରୁଥିଲେ ।