Below header

ଉର୍ଫିଙ୍କୁ ‘ଫ୍ୟାସନ୍‌ ଆଇକନ୍‌’ କହିଥିଲେ ରଣବୀର କପୁର, ଏବେ ଅଭିନେତ୍ରୀ କହିଲେଣି- ଦ୍ୱିତୀୟ ସ୍ତ୍ରୀ ହେବାକୁ ପ୍ରସ୍ତୁତ ଅଛି

ବିଗ୍‌ବସ୍‌ ଓଟିଟି ଫେମ୍‌ ଅଭିନେତ୍ରୀ ଉର୍ଫି ଜାଭେଦ ସବୁ ଦିନ ନିଜ ଆଉଟ୍‌ଫିଟ୍‌ ଯୋଗୁ ଚର୍ଚ୍ଚାରେ ରହିଥାନ୍ତି। ଗତ କିଛି ଦିନ ହେଲାଣି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ବନିଥିବା ଉର୍ଫି ଜାଭେଦ ସବୁ ଦିନ ନିଜ ନୂଆ ଲୁକ୍‌ ଯୋଗୁ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି। ସବୁବେଳେ ସେ କିଛି ନା କିଛି ଏଭଳି ଅଜବ ଡ୍ରେସ୍‌ ପିନ୍ଧିଥାନ୍ତି, ଯାହା କେହି କେବେ କଳନା ବି କରିନଥିବେ। ନିକଟରେ ସେ ରଣବୀର ସିଂହଙ୍କୁ ନେଇ ନିଜ ମନ କଥା କହିଛନ୍ତି। ଏହି କାରଣରୁ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଉର୍ଫି। ନିକଟରେ ଏକ ବୟାନରେ ଉର୍ଫି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଉର୍ଫି ରଣବୀର ସିଂହଙ୍କୁ ବିବାହ ପାଇଁ ପ୍ରପୋଜ୍‌ କରିଛନ୍ତି।

ଉର୍ଫି ଜାଭେଦ୍‌ ନିକଟରେ ଏକ କମେଣ୍ଟ କରି ରଣବୀର ସିଂହଙ୍କ ଦ୍ୱିତୀୟ ସ୍ତ୍ରୀ ହେବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଉର୍ଫି ବ୍ଲାକ୍‌ କଲରର ଟ୍ରାନ୍ସପରେଣ୍ଟ ଡ୍ରେସ୍‌ରେ ବାହାରକୁ ଆସିଥିଲେ। ସେତେବେଳେ କିଛି ଗଣମାଧ୍ୟମର ପ୍ରତିନିଧିଙ୍କ ସହ କଥା ହେବା ବେଳକୁ ଉର୍ଫି କହିଥିଲେ- ଆଇ ଲଭ୍‌ ୟୁ ରଣବୀର ଓ କେବେ ଯଦି ତୁମକୁ ଦ୍ୱିତୀୟ ସ୍ତ୍ରୀ ଦରକାର ହୁଏ… ଦରକାର ତ ପଡ଼ିବନି, ଏବେ ଦୀପିକା ପରେ ଆଉ କିଏ ବା ଦରକାର ହେବ… କିନ୍ତୁ ଯଦି ସେମିତି କେବେ ଲାଗେ ତ ମୁଁ ତୁମକୁ କହିବାକୁ ଚାହୁଁଛି ଯେ ମୁଁ ଅଛି, ମୁଁ କେବଳ ତୁମକୁ କହିବାକୁ ଚାହୁଁଛି ରଣବୀର। ଉର୍ଫିଙ୍କ ଏହି କଥାରୁ ହିଁ ସ୍ପଷ୍ଟ ହୋଇଛି ଯେ ସେ ରଣବୀର ସିଂହଙ୍କର ଦ୍ୱିତୀୟ ପତ୍ନୀ ହେବାକୁ ଇଚ୍ଛା ରଖିଛନ୍ତି।

 

View this post on Instagram

 

A post shared by Voompla (@voompla)

ସୂଚନାଯୋଗ୍ୟ ଯେ ନିକଟରେ ରଣବୀର ସିଂହ କରନ୍‌ ଜୋହରଙ୍କ ଶୋ’ କଫି ଓ୍ଵିଥ୍‌ କରଣରେ ଅତିଥି ଭାବେ ନଜର ଆସିଥିଲେ। ଏହି କାର୍ଯ୍ୟକ୍ରମରେ ସେ ଉର୍ଫି ଜାଭେଦ୍‌ଙ୍କ ଫ୍ୟାଶନ ସେନ୍ସକୁ ବେଶ୍‌ ପ୍ରଶଂସା କରିଥିଲେ। ଏହି ଜାଣିବା ପରେ ଉର୍ଫି ମଧ୍ୟ ବହୁତ ଖୁସି ହୋଇଥିଲେ।

ପ୍ରକାଶ ଯେ ଉର୍ଫି ଜାଭେଦ ନିଜ ଅଦ୍ଭୁତ ଫ୍ୟାସନ୍‌ ଓ ପୋଷାକ ପାଇଁ ଜଣାଶୁଣା। ସେ ସବୁ ବେଳେ ଏମିତି ଅଦ୍ଭୁତ ଡ୍ରେସ୍‌ ପିନ୍ଧିଥାନ୍ତି ଯେ ଲୋକମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି।

Also Read: ଟିକେଟ୍‌ ନ ମିଳିବାରୁ ଖେଳାଳିଙ୍କ ଗସ୍ତ ପାଇଁ ପୂରା ଫ୍ଲାଇଟ୍‌ ବୁକିଂ କଲା ବିସିସିଆଇ; ଖର୍ଚ୍ଚ ହେଲା ଏତେ କୋଟି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.