ସରକାରଙ୍କ ନୂଆ ନିଷ୍ପତ୍ତି, ଏବେ ଠକାମିରୁ ରକ୍ଷା ପାଇଁ ସମସ୍ତ ରାସନ ଦୋକାନରେ ଲାଗିବ ସିସିଟିଭି କ୍ୟାମେରା

ରାସନ କାର୍ଡ ଧାରକଙ୍କ ପାଇଁ ଖୁସି ଖବର। ଯଦି ଆପଣ ବି ରାସନ ଦୋକାନରେ ସରକାରୀଙ୍କ ଦ୍ୱାରା ଯୋଗା ଯାଉଥିବା ଖାଦ୍ୟ ଜିନିଷକୁ ନେଉଛନ୍ତି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ.. ସରକାରଙ୍କ ତରଫରୁ ରାସନ ଦୋକାନର ପୁରା ସିଷ୍ଟମକୁ ପୂର୍ଣ୍ଣ ରୂପେ ବଦଳାଇବାର ବିଚାର କରାଯାଉଛି। ଠକିକି କିମ୍ବା କୌଣସି ଧୋକା କରି ଯଦି କେହି ବି ରାସନ ସାମଗ୍ରୀ ନେଉଛନ୍ତି ତେବେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗୁ କରାଯିବ। ଏବେ ଏସବୁ କାର୍ଯ୍ୟ ଉପରେ ନଜର ରଖିବା ପାଇଁ ସିସିଟିଭି ଲଗାଯିବ। ସେ ଦୋକାନୀ ହୁଅନ୍ତୁ ଅବା ଗ୍ରାହକ ଏବେ ସମସ୍ତଙ୍କ ଉପରେ ନଜର ରଖିବ ଏହି ସିସିଟିଭି କ୍ୟାମେରା..

ତେବେ ଏହା ପୂର୍ବରୁ ମଧ୍ୟ ଏସବୁ ସମସ୍ୟାର ସମାଧାନ ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଥିଲା। ଏବେ ସଂସଦରେ ହୋଇଥିବା ବୈଠକରେ ଏନେଇ ପ୍ରସ୍ତାବ ରଖାଯାଇଛି। ପ୍ରକୃତରେ ସଂସଦର ଏକ ସ୍ଥାୟୀ ସମିତି ସାର୍ବଜନିକ ବିତରଣ ପ୍ରଣାଳୀ ର ଲାଭାର୍ଥୀ ଙ୍କ ଅଭିଯୋଗକୁ ସମାଧାନ କରିବା ପାଇଁ ହେଲ୍ପଲାଇନ ନମ୍ବର ସିଷ୍ଟମ ଜାରି ସହ ଏବେ ସମସ୍ତ ରାସନ ଦୋକାନରେ ଜିନିଷ ବାଣ୍ଟିବାରେ ହେଉଥିବା କଳାବଜାରୀକୁ ରୋକିବା ପାଇଁ ସିସିଟିଭି କ୍ୟାମେରା ଲଗାଇବାର ପ୍ରସ୍ତାବ ରଖାଯାଇଛି। ଖାଦ୍ୟ ଓ ଉପଭୋକ୍ତା ମାମଲାରେ ଜନ ବିତରଣ ରେ ସ ଂସଦର ସ୍ଥାୟୀ ସମିିତି ଏହା ମଧ୍ୟ କହିଛି ଯେ ସରକାର ସମସ୍ତ ରାସନ ଦୋକାନ ଉପରେ ନଜର ରଖିବେ। ସେମାନେ ଯେପରି ଖରାପ ଜିନିଷ ଲୋକଙ୍କୁ ନଦିଅନ୍ତି।

ସମିତି ଗତ ୧୯ ଜୁଲାଇରେ ସଂସଦରେ ଏନେଇ ଆଲୋଚନା କରିଥିଲା। FCI ଗୋଦାମରେ ଅନାଜ ଭଣ୍ଡାରର ସଂଯୁକ୍ତ ନିରୀକ୍ଷଣ ଓ ଖାଦ୍ୟ ଓ ସାର୍ବଜନିକ ବିତରଣ ବିଭାଗ ରେ ଗୁଣବତ୍ତା ନିୟନ୍ତ୍ରଣ ପ୍ରକୋଷ୍ଠ ଥିବା ସତ୍ତ୍ୱେ ଲାଭାର୍ଥିଙ୍କ ତରଫରୁ ଅନାଜ ବା ଖାଦ୍ୟ ଦ୍ରବ୍ୟର ଖରାପ ଗୁଣବତ୍ତା କୁ ନେଇ ଅଭିଯୋଗ ହେଉଛି। ତେଣୁ ଏସବୁ କୁ ଧ୍ୟାନରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ସେମାନେ ହୁଏତ ଉଚିତ ଖାଦ୍ୟଶସ୍ୟକୁ ଅନ୍ୟ ସ୍ଥାନକୁ ପଠାଇ ଏକ୍ସଟ୍ରା ଇନକମ କରୁଥାଇପାରନ୍ତି। ଯାହାଦ୍ୱାରା ଗରିବ ଶ୍ରେଣୀର େ ଲାକଙ୍କୁ ଖରାପ ଜିିନିଷ ମିଳୁଛି।

ସମିତିର କହିବା ଅନୁଯାୟୀ ବିଭିନ୍ନ ରାଜ୍ୟରେ ହେଲ୍ପ ଲାଇନ ନମ୍ବର ଆକାରରେ ଟେଲିଫୋନ ନମ୍ବର ୧୯୬୭ ଓ ୧୮୦୦ ଦିଆଯାଇଛି। ଯାହା ୨୪ ଘଣ୍ଟା ପାଇଁ ଖୋଲାଅଛି। କିନ୍ତୁଏହା ଲୋକଙ୍କର ସବୁବେଳେ ହେଉଥିବା ଅଭିଯୋଗ ତଥା ସମସ୍ୟାକୁ ସମାଧାନ କରିପାରିନଥାଏ। ଅନେକ ସମୟରେ ଅଧିକାରୀ ମାନେ କଲ ଉଠାଇନଥାନ୍ତି।

ତେଣୁ ସମିତିର କହିବା ଅନୁସାରେ ହେଲ୍ପ ଲାଇନକୁ ଉଚିତ ଆକାରରେ ବ୍ୟବହାର କରିବା ସହିତ ରାସନ ଦୋକାନରେ ସିିସିଟିଭି କ୍ୟାମେରା ଲାଗିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.