ଋଷି ସୁନକ ହୋଇପାରନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ! ଏହା ପୂର୍ବରୁ ୧୦ ଦେଶର ନେତୃତ୍ୱ ନେଇ ସାରିଛନ୍ତି ଭାରତୀୟ ମୂଳର ବ୍ୟକ୍ତି, ଜାଣନ୍ତୁ କେଉଁମାନେ…

ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ପଦ ପାଇଁ ଭାରତୀୟ ମୂଳର ଋଷି ସୁନକ ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହୋଇଛନ୍ତି। ସେ ବୋରିସ୍‌ ଜନସନଙ୍କ ସ୍ଥାନ ନେବାକୁ ଦୌଡ଼ର ଶେଷ ପର୍ଯ୍ୟାୟରେ ନିଜ ପାଇଁ ଜାଗା ସୃଷ୍ଟି କରିଛନ୍ତି। ଏବେ ପ୍ରଧାନମନ୍ତ୍ରୀ ରୂପେ ଦେଶର ନେତୃତ୍ୱ ନେବା ପାଇଁ ଋଷି ସୁନକଙ୍କ ପ୍ରତିଦ୍ୱନ୍ଦ୍ୱିତା ବିଦେଶୀ ମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କ ସହ ହେବ।

ଯଦି ସୁନକ ବ୍ରିଟିଶ୍‌ ପିଏମ୍‌ ହୁଅନ୍ତି, ତା’ ହେଲେ ବ୍ରିଟେନ ୧୧ତମ ଏମିତି ଦେଶ ହେବ, ଯେଉଁଠି ଭାରତୀୟ ମୂଳର କୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀ ପଦରେ ବସିବ। ବିଶ୍ୱରେ ଏ ପର୍ଯ୍ୟନ୍ତ ଏମିତି ୧୦ଟି ଦେଶ ରହିଛି, ଯେଉଁଠି ରାଷ୍ଟ୍ରାଧ୍ୟକ୍ଷ ଭାରତୀୟ ମୂଳର ବ୍ୟକ୍ତି ରହିଛନ୍ତି। ସେହି ଦେଶଗୁଡ଼ିକ ହେଲା,

୧. ମରିସସ୍‌

୨. ପର୍ତ୍ତୁଗାଲ

୩. ମାଲେସିଆ

୪. ସିଙ୍ଗାପୁର

୫. ସୁରିନାମ

୬. ତ୍ରିନିଦାଦ ଓ ଟୋବାଗୋ

୭. ଗୁୟାନା

୮. ଫିଜି

୯. ଆୟରଲ୍ୟାଣ୍ଡ

୧୦. ସେଶେଲ୍ସ

ସେହିପରି ବର୍ତ୍ତମାନ ବିଶ୍ୱରେ ୬ଟି ଦେଶ ରହିଛି, ଯେଉଁଠି ଭାରତୀୟ ମୂଳର ବ୍ୟକ୍ତିମାନେ ଶାସନ ଭାର ସମ୍ଭାଳୁଛନ୍ତି। ସେମାନେ ହେଲେ…

୧. ପର୍ତ୍ତୁଗାଲ: ଏଠାରେ ଏଣ୍ଟୋନିୟୋ କୋଷ୍ଟା ୨୬ ନଭେମ୍ବର ୨୦୧୫ରୁ ପ୍ରଧାନମନ୍ତ୍ରୀ ରହିଛନ୍ତି।

୨. ମରିସସ୍‌: ଏଠାରେ ୨୩ ଜାନୁଆରୀ ୨୦୧୭ରୁ ପ୍ରଭିନ୍ଦ ଜୁଗନାଥ ପିଏମ୍‌ ପଦ ସମ୍ଭାଳିଛନ୍ତି। ପୃଥ୍ଵୀରାଜ ସିଂ ରୁପୁନ ଦେଶର ରାଷ୍ଟ୍ରପତି ଅଛନ୍ତି ଏବଂ ସେ ୨ ନଭେମ୍ବର ୨୦୧୯ରୁ ପଦରେ ରହିଛନ୍ତି।

୩. ସିଙ୍ଗାପୁର: ହଲିମା ୟାକୁବ ଏଠାକାର ରାଷ୍ଟ୍ରପତି ଅଛନ୍ତି, ଯିଏ ୧୪ ସେପ୍ଟେମ୍ବର ୨୦୧୭ରୁ ପଦରେ ରହିଛନ୍ତି।

୪. ଗୁୟାନା: ଏଠାରେ ରାଷ୍ଟ୍ରପତି ଇରଫାନ ଅଲ୍ଲୀ ୨ ଅଗଷ୍ଟ ୨୦୨୦ରୁ ଶାସନ ଭାର ସମ୍ଭାଳିଛନ୍ତି।

୫. ସେଶଲ୍ସ: ଓ୍ଵାଭେଲ ରାମକଲାଓ୍ଵନ ୨୬ ଅକ୍ଟୋବର ୨୦୨୦ରୁ ଏଠାରେ ରାଷ୍ଟ୍ରପତି ଅଛନ୍ତି।

୬. ସୁରିନାମ: ଚାନ ସନ୍ତୋକ୍ଷୀ ୧୬ ଜୁଲାଇ ୨୦୨୦ରୁ ରାଷ୍ଟ୍ରପତି ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.