Below header

ଚାଣକ୍ୟ ନୀତି : ଏ ହେଉଛି ସବୁଠୁ ବଡ଼ ଗୁପ୍ତ ଧନ, ଯେତିକି ବାଣ୍ଟିବ ତାର ଦୁଇଗୁଣ ଅଧିକ ଫେରି ପାଇବ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାର ଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏ ବଚନ ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ ।

ଚାଣକ୍ୟଙ୍କ ମତରେ ବ୍ୟକ୍ତି ପାଖରେ ଧନ ଥିଲେ ସେ ବଡ଼ ବଡ଼ ଚ୍ୟାଲେଞ୍ଜକୁ ପାର କରିଦେଇଥାଏ । ହେଲେ ଧନ ସହ ଚାଣକ୍ୟ ଏପରି ଏକ ଗୁପ୍ତ ଧନ ସମ୍ପର୍କରେ କହିଛନ୍ତି ଯାହା ସମସ୍ତଙ୍କ ପାଖରେ ଥାଏ । ଏହାକୁ ବାଣ୍ଟିଲେ ବି ଏହା କମ ହୋଇନଥାଏ । ଆସନ୍ତୁ ଜାଣିବା ଚାଣକ୍ୟ ଏହି କେଉଁ ପ୍ରକାର ଗୁପ୍ତ ଧନ ସମ୍ପର୍କରେ କହିଛନ୍ତି ।

କାମଧେନୁଗୁନା ବିଦ୍ୟା ହ୍ୟକାଳେ ଫଳଦାୟିନୀ ।
ପ୍ରବାଶେ ମାତୃସଦୃଶୀ ବିଦ୍ୟା ଗୁପ୍ତ ଧନଂ ସ୍ମୃତମ୍‌ ।।

ଆଚର୍ଯ୍ୟ ଚାଣକ୍ୟ କୁହନ୍ତି ଯେ ବିଦ୍ୟା ସବୁଠୁ ବଡ଼ ଗୁପ୍ତ ଧନ । ଜ୍ଞାନ ଯେତେ ବି ବାଣ୍ଟନ୍ତୁ କେବେ ବି ସମାପ୍ତ ହୋଇ ନଥାଏ । ଚାଣକ୍ୟ ବିଦ୍ୟାର ତୁଳନା କାମଧେନୁ ଗାଇ ସହ କରିଛନ୍ତି । ଯେମିତି କାମଧେନୁ ଗାଇ କେବେ ବି ଫଳ ଦେବା ବନ୍ଦ କରିନଥାଏ । ସେହିପରି ଜ୍ଞାନର ଆଦାନ ପ୍ରଦାନ କଲେ ଏହା କେବେ ବି କମିନଥାଏ । କାରଣ ବିଦ୍ୟା ବାଣ୍ଟିଲେ ବଢ଼ିଥାଏ ।

ଜ୍ଞାନର ତୁଳନା ଚାଣକ୍ୟ ମା’ ସହ କରିଛନ୍ତି,ଯିଏ ନିଜର ଛୁଆକୁ ପ୍ରତି ପାଦରେ ରକ୍ଷା କରିଥାଏ । ବିଦ୍ୟା ଯୋଗୁ ବ୍ୟକ୍ତି ସବୁ ବିପଦରୁ ମୁକ୍ତି ପାଇଥାଏ ।

ଚାଣକ୍ୟଙ୍କ ଅନୁସାରେ ଜ୍ଞାନ ଏପରି ଗୁପ୍ତ ଧନ ଯାହା ବାଣ୍ଟିଲେ ବି ଶେଷ ହୋଇ ନଥାଏ । ବିଦ୍ୟା ଏପରି ଜିନିଷ ଏହା ଖରାପ ସମୟରେ ଫଳ ପ୍ରଦାନ କରିଥାଏ ଓ ଅନ୍ଧକାରରୁ ଆଲୋକ ଆଡକୁ ନେଇଯାଇଥାଏ ।

ଆତ୍ମ ଜ୍ଞାନ ହେବା ପରେ ଏହାକୁ ନିଜ ଭିତରେ ସିମୀତ କରି ରଖନ୍ତୁ ନାହିଁ । ଏହାକୁ ଅନ୍ୟ ମଧ୍ୟରେ ବାଣ୍ଟିବା ଦ୍ୱାରା ସମାଜର କଲ୍ୟାଣ ହୋଇଥାଏ । ଶିକ୍ଷିତ ହେବା ଦ୍ୱାରା ନା କେବଳ ସେହି ବ୍ୟକ୍ତିର ଉନ୍ନତି ହୋଇଥାଏ । ବରଂ କେତେକ ପିଢ଼ିର ଭବିଷ୍ୟତ ସୁଧାର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.