Below header

ଉଠୁଛି ପଡୁଛି ମୟୂରଭଞ୍ଜ ଜିଲ୍ଲା, ମାଟିର ଝିଅ ପାଇଁ ଚାଲିଛି ସେଲିବ୍ରେସନ

କେନ୍ୟୁଜ୍(ବ୍ୟୁରୋ):ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସେଲିବ୍ରେସନ । ପଡୁଛି ଉଠୁଛି ମୟୂରଭଞ୍ଜ ଜିଲ୍ଲା । ରାଜ ରାସ୍ତରେ ଦ୍ରୌପଦୀଙ୍କ ସ୍ୱାଗତ ପାଇଁ ଲଗାଯାଇଛି ହେଡିଂ ଓ ପୋଷ୍ଟର । ବାଣ ଫୁଟାଇ, କେକ କାଟି ଓ ନାଚଗୀତ ସହ ଉତ୍ସବ ମନାଯାଉଛି । କମ୍ପୁଛି ପୈତୃକ ଗାଁ ଉପରବେଡା ଓ ରାଇରଙ୍ଗପୁର । ପାରମ୍ପରିକ ଆଦିବାସୀ ନୃତ୍ୟରେ ଦୁଲୁକୁଛି ସାରା ଗାଁ ।

ଝିଅ ପାଇଁ ବାଜା ବଜାଇ ଉତ୍ସବ ମନାଉଛନ୍ତି । ମାଟିର ଝିଅର ସଫଳତାକୁ ଧୁମଧାମରେ ପାଳନ କରିବା ପାଇଁ ସମସ୍ତେ ଲାଗି ପଡ଼ିଛନ୍ତି । ରଙ୍ଗଲାଲ ଧର୍ମଶାଳାରେ ପ୍ରସ୍ତୁତ ହୋଇଛି ୨୦ ହଜାର ଲଡୁ । ପାହାଡପୁରରେ ଦ୍ରୌପଦୀ ମୁର୍ମୁ କରିଥିବା ଶ୍ୟାମ, ଲକ୍ଷ୍ମଣ ଓ ସୁପୁନ ସ୍ମାରକୀ ଆବାସିକ ବିଦ୍ୟାଳୟରେ ବି ଉତ୍ସବା ମାହୋଲ । ନାଗ ଓ ଗୀତରେ ମଜିଛନ୍ତି ଛାତ୍ରଛାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.