ବ୍ୟବସାୟ ଓ ଅର୍ଥନୀତି

ରନ୍ଧନ ଗ୍ୟାସ୍‌ ସିଲିଣ୍ଡରକୁ ନେଇ ଆସିଲା ନୂଆ ନିୟମ, ଓଟିପି ନଥିଲେ ମିଳିବନି ଇନ୍ଧନ

ଏବେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡରକୁ ନେଇ ଆସିଲା ନୂଆ ନିୟମ। ଏବେ ଓଟିପି ନଥିଲେ ମିଳିବନି ଇନ୍ଧନ। ଗ୍ୟାସ ସିଲିଣ୍ଡର ପାଇଁ ଏଣିକି ବାଧ୍ୟତାମୂଳକ ହେଲା ଓଟିପି। ଗ୍ୟାସ ସିଲିଣ୍ଡର ଡେଲିଭରୀରେ ହେଉଥିବା ଠକାମୀ ଉପରେ ପ୍ରତିବନ୍ଧ ଲଗାଇବାକୁ ଗ୍ୟାସ ସିଲିଣ୍ଡରକୁ ନେଇ ଆସିଛି ନୂଆ ନିୟମ। ଏହି ନିୟମ ଅନୁଯାୟୀ ଏଣିକି ଓଟିପି ଦେଲା ପରେ ଯାଇ ମିଳିବ ଇନ୍ଧନ ଅର୍ଥାତ ବିନା ଓଟିପିରେ ଆଉ ଉପଭୋକ୍ତାଙ୍କୁ ମିଳିବନି ଗ୍ୟାସ ସିଲିଣ୍ଡର। ଏହାଛଡା ହିତାଧିକାରୀଙ୍କୁ ଫାଷ୍ଟ ଏବଂ ହାଇଟେକ ସେବା ଯୋଗାଇବା ପାଇଁ ଏହି ନୂଆ ବ୍ୟବସ୍ଥା କରାଯାଇଛି।

ବହୁତ ଜଲଦି ଏହି ନିୟମକୁ ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଏହି ନିୟମ ମୁତାବକ ଯେତେ ପର୍ଯ୍ୟନ୍ତ ଉପଭୋକ୍ତା ନିଜ ରେଜିଷ୍ଟର ମୋବାଇଲକୁ ଆସିଥିବା ଓଟିପି ବା ଓ୍ଵାନ ଟାଇମ ପାସଓ୍ଵାର୍ଡକୁ ହକରକୁ ନଦେଖାଇବେ ସେତେ ପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ ତାଙ୍କୁ ସିଲିଣ୍ଡର ଡେଲିଭର କରାଯିବନାହିଁ।

ସରକାରଙ୍କ ଏହି ନିୟମ ରାଜଧାନୀ ଦିଲ୍ଲୀର କିଛି ଅଞ୍ଚଳରେ କାର୍ଯ୍ୟକାରୀ ହୋଇସାରିଲାଣି। ନୂଆ ନିୟମ ମୁତାବକ ଏଲପିଜି ସିଲିଣ୍ଡର ବୁକ୍‌ କରିବା ପରେ ଏଜେନ୍ସୀ ସଞ୍ଚାଳକଙ୍କ ଦ୍ୱାରା ଗ୍ରାହକ ରସିଦ୍‌ ପ୍ରିଣ୍ଟ କରିବା ସମୟରେ ଏକ ଓଟିପି ଉପଭୋକ୍ତାଙ୍କ ରେଜିଷ୍ଟର୍ଡ ହୋଇଥିବା ମୋବାଇଲ ନମ୍ବରକୁ ଆସିବ। ଆଉ ଏହି ଓଟିପି ପାଇବା ପରେ ଡେଲିଭରି ବୟ ଯେତେବେଳେ ସିଲିଣ୍ଡର ଦେବାକୁ ଆସିବେ ସେତେବେଳେ ହିଁ ତାଙ୍କୁ ଏହି ଓଟିପି ଦେବାକୁ ହେବ। ଡେଲିଭରୀ ବୟ ଓଟିପିକୁ ସମ୍ପୃକ୍ତ କମ୍ପାନୀର ଆପ୍ଲିକେସନରେ ଏଣ୍ଟର କରିବେ। ସେଠାରୁ ଜବାବ ହଁ ବା ପ୍ରୋସେସ୍‌ ସକସେସ୍‌ ଆସିଲେ ଆପଣଙ୍କୁ ଗ୍ୟାସ ସିଲିଣ୍ଡର ଡେଲିଭର କରାଯିବ।

ତେବେ ଉଜ୍ଜ୍ୱଳା ଯୋଜନା ଅନୁଯାୟୀ ମୋଦି ସରକାର ଦେଶର ଗରିବ ଲୋକଙ୍କ ପାଖରେ ଗ୍ୟାସ ସିଲିଣ୍ଡର ପହଁଚାଉଛନ୍ତି। କିନ୍ତୁ ଏବେ ଉଭୟ ଗ୍ୟାସ ସିଲିଣ୍ଡର ବୁକିଂ ଏବଂ ଡେଲିଭରୀ ସମୟରେ ଉପଭୋକ୍ତାଙ୍କୁ ଏଜେନ୍ସୀ ପକ୍ଷରୁ ପଠାଯାଇଥିବା ଓ୍ଵାନ ଟାଇମ ପାସଓ୍ଵାଡ ବା ଓଟିପିକୁ ଦେଖାଇବାକୁ ପଡିବ।  ବୟଙ୍କ ଠାରୁ ଗ୍ୟାସ ସିଲିଣ୍ଡର ନେବାକୁ ହେଲେ ପ୍ରଥମେ ଓଟିପି ଦେବାକୁ ହେବ।

ଯଦିଓ ଏହି ନୂଆ ନିୟମକୁ କେବେ ଦେଶବ୍ୟାପି ଲାଗୁକରାଯିବ ତାହା ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ତଥାପି ଅନୁମାନ କରାଯାଉଛି ବହୁତ ଜଲଦି ଏହି ନୂଆ ନିୟମକୁ ଲାଗୁ କରିପାରନ୍ତି କେନ୍ଦ୍ର ସରକାର।

Pritiparna

Recent Posts

ଓଏସଆରଟିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

2 mins ago

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ମନ ଖୁସି ରହିବ । ବ୍ୟବସାୟରେ ବୃଦ୍ଧି ଘଟିବ । ଅଧିକ ପରିଶ୍ରମୀ ହେବେ । ପୁରୁଣା ବନ୍ଧୁ…

2 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

9 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

10 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

28 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

53 mins ago