ବ୍ୟବସାୟ ଓ ଅର୍ଥନୀତି

VLTD ଓ ପ୍ୟାନିକ୍‌ ବଟନ୍‌ ନଥିଲେ ରାସ୍ତାରେ ଚାଲି ପାରିବନି ଗାଡି, ଆସନ୍ତା ଅକ୍ଟୋବରରୁ ଲାଗୁ ହେଲା ନିୟମ

କଡାକଡି ହେବ ସେଣ୍ଟ୍ରାଲ ମୋଟର ଭେଇକିଲ ରୁଲ । ପରିବହନ ଗାଡିରେ ଲାଗିବ VLTD (ଭେଇକିଲ ଲୋକେସନ ଟ୍ରାକିଂ ସିଷ୍ଟମ୍) ଓ ପ୍ୟାନିକ ବଟନ୍ । ଚାରି ଚାରି ଥର ଡେଡ୍ ଲାଇନ୍ ଘୁଞ୍ଚିବା ପରେ ଭେଇକିଲ୍ ଲୋକେସନ ଟ୍ରାକିଂ ଡିଭାଇସ୍- ଭିଏଲଟିଡି ଓ ପାନିକ ବଟନ୍ ଲଗାଇବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ନୂଆ ଗାଡ଼ି ପାଇଁ ଅକ୍ଟୋବର ପହିଲାରୁ ଆରମ୍ଭ ହେବ । ପୁରୁଣା ଗାଡ଼ି ପାଇଁ ଡିସେମ୍ବର ୩୧ ଶେଷ ଦିନ । ଏହି ସମୟ ଭିତରେ VLTD ଓ ପାନିକ ବଟନ୍ ନ ଲଗାଇଲେ- କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛି ପରିବହନ । ସେପ୍ଟେମ୍ବର ୩୦ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡ଼ିରେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଡିଭାଇସ୍ ସଂଯୋଗ ବାଧ୍ୟତାମୂଳକ । ଏନେଇ ରାଜ୍ୟ ପରିବହନ ଆୟୁକ୍ତଙ୍କ ପକ୍ଷରୁ ଏକ ସାର୍ବଜନୀନ ନୋଟିସ୍ ଜାରି କରିଛନ୍ତି । ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ଗାଡ଼ିରେ ଭେହିକିଲ୍ ଲୋକସନ୍ ଟ୍ରାକିଂ ଡିଭାଇସ୍ ଓ ପ୍ୟାନିକ ବଟନ ନଥିଲେ ଆସନ୍ତା ମାସ ପହିଲାରୁ ହେବନି ପଞ୍ଜିକରଣ । ଅକ୍ଟୋବର ପହିଲାରୁ ନୂଆ ଗାଡି ରେଜିଷ୍ଟ୍ରେସନ ସମୟରେ VLTD ଓ ପାନିକ ବଟନ୍ ଲଗାଇବାକୁ ନିୟମ ଆଣିଲା ପରିବହନ ବିଭାଗ ।

ଶିକ୍ଷାନୁଷ୍ଠାନ ବସ୍, ଆମ୍ବୁଲାନ୍ସ, ସବୁପ୍ରକାରର କ୍ୟାବ୍, ଓମିନି ବସ୍, ମୋଟର କ୍ୟାବ୍, ପ୍ରାଇଭେଟ୍ ସର୍ଭିସ୍ ଗାଡ଼ି ଓ ନ୍ୟାସନାଲ ପରମିଟ୍ ଥିବା ମାଲବାହୀ ଗାଡ଼ିଗୁଡ଼ିକର ଏହି ଡିଭାଇସ୍ ସଂଯୋଗ ବାଧ୍ୟତାମୂଳକ ବୋଲି ନୋଟିସରେ ଉଲ୍ଲେଖ ରହିଛି । କେବଳ ଦୁଇ ଚକିଆ, ତିନିଚକିଆ ଓ ରିକ୍ସା ଏଥିରୁ ବାଦ୍ ପଡ଼ିଛି । ଯାତ୍ରୀଙ୍କ ନିରାପତାକୁ ଦୃଷ୍ଟିରେ ରଖି ଏହି ଭିଏଲଟିଡ଼ି ଡିଭାଇସ୍ ଖଞ୍ଜିବାକୁ କୁହାଯାଇଛି । ଚଳିତ ମାସ ୩୦ ତାରିଖ ଭିତରେ ପରିବହନ ଗାଡ଼ି କିଣିଥିଲେ, ଡିସେମ୍ବର ୩୧ ତାରିଖ ପୂର୍ବରୁ ଏହି ଡିଭାଇସ୍ ଲଗାଇବେ ।

ଧାର୍ଯ୍ୟ ସମୟସୀମାରେ ଡିଭାଇସ୍ ଖଞ୍ଜି ନପାରିଲେ ସମ୍ପୃକ୍ତ ଗାଡ଼ିର ଫିଟନେସ୍ ବାତିଲ କରାଯିବ । ଆରଟିଓରେ ଗାଡ଼ିର ମାଲିକାନା ପରିବର୍ତ୍ତନ, ପରମିଟ୍, ନ୍ୟାସନାଲ ପରମିଟ୍ ଆଦି କାଗଜପତ୍ର କାମ ହୋଇ ପାରିବନାହିଁ । ଭିଏଲଟିଡ଼ି ସଂଯୋଗ ପାଇଁ ପରିବହନ ବିଭାଗ ପକ୍ଷରୁ ଏକ ୱେବସାଇଟ୍ ଜାରି କରାଯାଇଛି । ଏଥିରେ ଭିଏଲଟିଡ଼ି ସଂଯୋଗ କରିପାରିବେ ଗାଡ଼ି ମାଲିକ ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ VLTD ଓ Panic ବଟନ୍ ଲଗାଇବା ନେଇ ଗତ ଜୁଲାଇ ୧୭ରେ ନିୟମ ନୋଟିଫିକେସନ କରିଥିଲା ରାଜ୍ୟପରିବହନ ବିଭାଗ । ମହିଳା ଓ ଶିଶୁ ଯାତ୍ରୀଙ୍କ ସୁରକ୍ଷା ଓ ମାଲ୍ ପରିବହନ ଗାଡ଼ି ଉପରେ ନଜର ରଖିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ବସ୍ ପରି ସବୁ ଯାତ୍ରୀବାହୀ ଗାଡ଼ି ଓ ମିନି ବସ୍, ଟ୍ୟାକ୍ସି, କ୍ୟାବ୍, ସ୍କୁଲ କଲେଜର ବସ୍, ଆମ୍ବୁଲାନ୍ସ, ନ୍ୟାସନାଲ ପରମିଟ ଥିବା ମାଲବାହୀ ଗାଡ଼ି, ବିସ୍ଫୋରକ ନେଉଥିବା ଗାଡ଼ି ପାଇଁ ଏହି ନିୟମ ଲାଗୁ ହେବ ।

ପରିବହନ ବିଭାଗ କହିବା ଅନୁସାରେ ଏହି ବ୍ୟବସ୍ଥାରେ ଏକ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ରହିବ । ପୋଲିସ ବିଭାଗ ଦ୍ୱାରା ପରିଚାଳିତ ଏମର୍ଜେନସି, ରେସ୍କ୍ୟୁ, ସପୋର୍ଟ ସିଷ୍ଟମ ସହିତ ଏହାକୁ ସଂଯୋଗ କରାଯିବ । କୌଣସି ସମସ୍ୟା ହେଲେ ସେହି ପ୍ୟାନିକ ବଟନ୍ ଚିପିଲେ, ଲୋକେସନ ଟ୍ରାକ୍ କରାଯାଇ ଗାଡ଼ି ପାଖରେ ପହଞ୍ଚି ହେବ । ଭିତ୍ତିଭୂମି ପ୍ରସ୍ତୁତ ହେଲାଣି ।

୬ଟି କମ୍ପାନିର ଡିଭାଇସ୍ ଟେଷ୍ଟିଂ ପାସ୍ ହୋଇଛି । ଗୋଟିଏ କମ୍ପାନି ଫିଟମେଣ୍ଟ ସେଣ୍ଟର ବି କଲାଣି । ସବୁ ଜିଲ୍ଲାରେ ହେବ ଫିଟମେଣ୍ଟ ସେଣ୍ଟର । କିନ୍ତୁ ବସ୍ ମାଲିକ ସଂଘ ଓ ସଡ଼କ ସୁରକ୍ଷା ବିଶେଷଜ୍ଞ ବର୍ତ୍ତମାନ ଏହାର କାର୍ଯ୍ୟକାରୀକୁ ବିରୋଧ କରିଛନ୍ତି । ବିନା ଭିତ୍ତିଭୂମି ଓ ସଚେତନତାରେ ଏହା କରାଯାଉଛି ବୋଲି ସେମାନେ କହିଛନ୍ତି ।

ଦିଲ୍ଲୀ ନିର୍ଭୟା ମାମଲା ପରେ VLTD ଓ ପ୍ୟାନିକ ବଟନ ଲଗାଇବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ସରକାର ୨୦୨୨ ସେପଟେମ୍ବରରୁ ଏହାର ପ୍ରକ୍ରିୟା ଆରମ୍ଭ କରିଥିଲେ ବି ଚତୁର୍ଥ ଥର ଅବଧି ବଢ଼ାଇଲେଣି ।

Pritiparna

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

32 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

40 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

55 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago