ଦେଶ ବିଦେଶ

ମରକ୍କୋରେ ଭୂକମ୍ପର ମହାତାଣ୍ଡବ: ଏବେ କେବଳ ଶୁଭୁଛି ଅସହାୟଙ୍କ ଆର୍ତ୍ତନାଦ

କେନ୍ୟୁଜ୍(ବ୍ୟୁରୋ): ଧ୍ବଂସାବଶେଷ ତଳୁ ଚାଲିଛି ଜୀବନ ଖୋଜା। ଶକ୍ତିଶାଳୀ ଭୂମିକମ୍ପ ପରେ ମରକ୍କୋରେ ଏବେ କେବଳ ଶୁଭୁଛି ଅସହାୟଙ୍କ ଆର୍ତ୍ତନାଦ। ମୃତ୍ୟୁ ସଂଖ୍ୟା ପାର କରିଛି ୨ହଜାର। ଆହତଙ୍କ ସଂଖ୍ୟା ବି ହଜାର ଉପରେ। ଗତ ଛଅ ଦଶନ୍ଧିରେ ମରକ୍କୋରେ ସବୁଠାରୁ ବଡ଼ ଭୂମିକଂପ। ଦୋହଲାଇ ଦେଇଛି ମରକ୍କୋର ଭିତ୍ତିଭୂମି।ସର୍ବାଧିକ ପ୍ରଭାବିତ କରିଥିବା ଭୂମିକଂପ ଦେକୁ ଏବେ ଶ୍ମଶାନରେ ପରିଣତ କରିଛି। ଚାରିଆଡେ ବିଭିଷୀକାର ଦୃଶ୍ୟ। ରାସ୍ତାରେ ଆଶ୍ରୟ ନେଇଛନ୍ତି ମରକ୍କୋବାସୀ। ଡାକ୍ତରଖାନରେ ବଢୁଛି ମୃତକଙ୍ଗକ ସଂଖ୍ୟା। ସୁରକ୍ଷା କର୍ମୀ ଓ ଉଦ୍ଧାରକାରୀ ଦଳ ଜୋରଦାର ଚଳାଇଛନ୍ତି ଅପରେସନ। ମାଟି ତଳୁ ଖୋଜା ଚାଲିଛି ଜୀବନର ସତ୍ତା। ସନ୍ଧାନୀ କୁକୁରର ନିଆଯାଉଛି ସହାୟତା।

ଶୁକ୍ରବାର ବିଳମ୍ବିତ ରାତିରେ ମରକ୍କୋର ଐତିହାସିକ ମାରାକେଶ ସହରରେ ହୋଇଥିଲା ଭୟଙ୍କର ଭୂମିକଂପ। କେନ୍ଦ୍ରସ୍ଥଳ ଥିଲା ମାରାକେସ ଠାରୁ ୭୨ କିଲୋମିଟର ଦକ୍ଷିଣ ପଶ୍ଚିମରେ ଆଟଲାସ ପର୍ବତ। ତୀବ୍ରତା ଥିବା ୬.୮। ଶକ୍ତିଶାଳୀ ଭୂମିକମ୍ପରେ ମରକ୍କୋର ମାରାକେଶ ପାଲଟିଛି ମୃତ୍ୟୁର ସହର। ଏବେ ବି ଅନେକ ଲୋକ ଧ୍ୱଂସାବଶେଷ ତଳେ ରହିଥିବା ଆଶଙ୍କା କରାଯାଉଛି। ମୃତ୍ୟୁସଂଖ୍ୟା ମଧ୍ୟ ବଢିବା ଆଶଙ୍କା ରହିଛି। ଭୂମିକମ୍ପରେ ମାରାକେଶ ସହର ଆଖପାଖର ଗାଁ ସମ୍ପୂର୍ଣ୍ଣ ଧ୍ୱଂସସ୍ତୁପରେ ପରିଣତ ହୋଇ ସାରିଛି। ଏବେ ବି ସେଠାରେ ବାରମ୍ବାର ଅନୁଭୂତ ହେଉଛି ଭୂକମ୍ପର ଝଟକା। ଭୂମିକମ୍ପର କରାଳ ପ୍ରଭାବରୁ ବର୍ତ୍ତି ଯାଇଥିବା ଲୋକେ ଏବେ ବି ପଡି ରହିଛନ୍ତି ଖୋଲା ଆକାଶ ତଳେ।

ହଜାର ହଜାର ପର୍ଯ୍ୟଟକ ବିମାନ ବନ୍ଦରରେ ବିତାଉଛନ୍ତି ରାତି। ସେନା ଓ ଜରୁରୀକାଳୀନ କର୍ମଚାରୀମାନେ ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ସାରା ବିଶ୍ୱରୁ ଲମ୍ବି ଆସିଛି ସହାୟତାର ହାତ। ଏପରିକି ପଛରେ ପଡିନାହିଁ ଦୀର୍ଘ ବର୍ଷର ଶତ୍ରୁ ଆଲଜେରିଆ। ଦୁଇ ବର୍ଷ ହେଲା ମରକ୍କୋ ପାଇଁ ବନ୍ଦ ରଖିଥିବା ନିଜ ଏୟାରସ୍ପେଶକୁ ଖୋଲି ଦେଇଛି ଆଲଜେରିଆ। ମରକ୍କୋ ସରକାର ତିନିଦିନିଆ ଶୋକ ପାଳନ କରୁଥିବା ବେଳେ ଏହି କ୍ଷତ ଭରିବାକୁ ଅନେକ ବର୍ଷ ଲାଗିଯିବ ବୋଲି ଆକଳନ କରାଯାଉଛି। ଅକ୍ଟୋବର ୯ ତାରିଖରୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଓ ବିଶ୍ୱବ୍ୟାଙ୍କର ବାର୍ଷିକ ବୈଠକ ଆୟୋଜନ ପାଇଁ ପ୍ରସ୍ତୁତ ହେଉଥିବା ମାରାକେଶ ସହର ବାସିନ୍ଦାଙ୍କ ସୁରକ୍ଷା ପାଇଁ ଚିନ୍ତିତ ହୋଇପଡିଛି ସାରା ବିଶ୍ୱ।

Sasmita

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

30 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

38 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

53 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

59 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago