ବ୍ୟବସାୟ ଓ ଅର୍ଥନୀତି

OSSC ଆଣିଛି ସୁବର୍ଣ୍ଣ ସୁଯୋଗ, ସରକାରୀ ଚାକିରି ପାଇଁ ଇଛୁକ ପାର୍ଥୀ ଜଲଦି କରନ୍ତୁ ଆବେଦନ

ଓଡିଶା କର୍ମଚାରୀ ଚୟନ ଆୟୋଗ (OSSC) ପକ୍ଷରୁ ଅନେକ ପଦବୀରେ ନିଯୁକ୍ତି ପାଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ମୁତାବକ ଫିଲ୍ଡ ଆସିଷ୍ଟାଣ୍ଟ ପଦବୀରେ ଏହି ନିଯୁକ୍ତି ଜାରି କରାଯାଇଛି। ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ଆସନ୍ତା ୨୮ ସେପ୍ଟେମ୍ବର ୨୦୨୦ ସ୍ଥିର କରାଯାଇଛି। ଯେଉଁ ଇଛୁକ ପାର୍ଥୀ ଏହି ପଦବୀରେ ନିଯୁକ୍ତି ଚାହୁଁଛନ୍ତି, ସେମାନେ ଆଜି ହିଁ ଅଧିକାରୀକ ୱେବସାଇଟ୍ କୁ ଯାଇ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ।

ପଦବୀ ନାମ ଏବଂ ପଦ ସଂଖ୍ଯା:

ଫିଲ୍ଡ ଆସିଷ୍ଟାଣ୍ଟ-୨୨ ପଦ

ବୟସ ସୀମା:

ଆବେଦନକାରୀଙ୍କ ନ୍ଯୁନତମ ବୟସ ସୀମା ୨୦ ବର୍ଷ ଏବଂ ଅଧିକତମ ବୟସ ସୀମା ୩୨ ବର୍ଷ ନିର୍ଦ୍ଦାରିତ କରାଯାଇଛି।

ଜରୁରୀ ତାରିଖ:

ଅନଲାଇନ୍ ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ: ୨୮ ଅଗଷ୍ଟ ୨୦୨୦
ଅନଲାଇନ୍ ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୨୮ ସେପ୍ଟେମ୍ବର ୨୦୨୦

ଏପରି କରନ୍ତୁ ଆବେଦନ:

ଆବେଦନକାରୀ ଆବେଦନ ପ୍ରକ୍ରିୟା ପୂରଣ କରିବା ପାଇଁ ସର୍ବ ପ୍ରଥମେ ଅଧିକାରିକ ୱେବସାଇଟ୍ http://www.ossc.gov.in/ କୁ ଯାଇ ଜାରି କରାଯାଇଥିବା ସୂଚନାକୁ ଡାଉନଲୋଡ୍ କରନ୍ତୁ। ପରେ ଦିଆଯାଇଥିବା ନିର୍ଦେଶ ଅନୁଯାୟୀ ଶେଷ ତାରିଖ ପୂର୍ବରୁ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ।

ଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କୁ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ଯମରେ ଚୟନ କରାଯିବ।

KNews Bureau

Recent Posts

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

5 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

21 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

27 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

40 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

2 hours ago