ରାଜ୍ୟ

NEET ଓ JEE ପରୀକ୍ଷା ହେଉଥିବା ସହରରେ ଲାଗୁ ହେବନି ସଟ୍‌ଡାଉନ ଓ ଲକ୍‌ଡାଉନ, କଟକଣା ଲାଗୁ ନ କରିବାକୁ SRCଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: NEET ଓ JEE ପରୀକ୍ଷାର୍ଥୀଙ୍କ ପାଇଁ ସୁବିଧା । ପରୀକ୍ଷା ହେଉଥିବା ସହରରେ ଲାଗୁ ହେବନି ସଟ୍‌ଡାଉନ ଓ ଲକ୍‌ଡାଉନ । ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ଓ ସେପ୍ଟେମ୍ବର ୧୨ରୁ ୧୪ ଯାଏ କଟକଣା କୋହଳ କରାଯିବ। କଟକଣା ଲାଗୁ ନ କରିବାକୁ SRC ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧ରୁ ୭ ମଧ୍ୟରେ ରାଜ୍ୟର ୭ଟି ସହରର ୨୬ଟି ସେଣ୍ଟରେ ପରୀକ୍ଷା ହେବ ।

ପରୀକ୍ଷାର୍ଥୀଙ୍କ ଯାତାୟାତ ପାଇଁ କଟକଣା କୋହଳ କରାଯାଇଛି। ଘରୁ ପରୀକ୍ଷା କେନ୍ଦ୍ର ଯାଏ ନିଜସ୍ୱ ଗାଡ଼ିରେ ଯାଇପାରିବେ। ଯାତାୟାତ ପାସ୍ ଭାବେ ଆଡମିଟ କାର୍ଡ ବ୍ୟବହାର କରିହେବ। ପରୀକ୍ଷା କେନ୍ଦ୍ରରେ ସମସ୍ତେ କୋଭିଡ ନିୟମ ମାନିବେ। ସେଣ୍ଟର ବାହାରେ ଜିଲ୍ଲା ପ୍ରଶାସନ ତଦାରଖ କରିବେ। ପରୀକ୍ଷା କେନ୍ଦ୍ରରେ ହଷ୍ଟେଲ ସୁବିଧା ରହିଛି । ପରୀକ୍ଷାର୍ଥୀ ଓ ଅଭିଭାବକ ମାଗଣା ରହିପାରିବେ । ଏଥର ରାଜ୍ୟର ୩୭ ହଜାର ଛାତ୍ରଛାତ୍ରୀ ଜେଇଇ ମେନ୍‌ ପରୀକ୍ଷା ଦେଉଛନ୍ତି ।

Sonalisa

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

5 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

10 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

24 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago