ତୈଳ କମ୍ପାନୀ ପକ୍ଷରୁ ଆଜିର ପେଟ୍ରୋଲ- ଡିଜେଲ ଦର ଜାରି କରିଦିଆଯାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୨ ଟଙ୍କା୮୧ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୧ ଟଙ୍କା ୬୨ ପଇସା ରହିଛି।
ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୫ ଟଙ୍କା ୪୧ ପଇସା ଓ ଡିଜେଲ ଦର ୮୬ ଟଙ୍କା ୬୭ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୯୮ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୧୪ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୪ ଟଙ୍କା ୬୭ ପଇସା ଥିବାବେଳେ ଡିଜେଲ ଦର ୮୯ ଟଙ୍କା ୭୯ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୧ ଟଙ୍କା ୪୦ ପଇସା ଥିବା ବେଳେ ଡିଜେଲ ଦାମ ୯୧ ଟଙ୍କା ୫୩ ପଇସା ରହିଛି।
କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍:
ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।
ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ:
ସୂଚନା ମୁତାବକ ପ୍ରତ୍ୟେକ ଦିନ ସକାଳ ୬ଟା ରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ | ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…