ରାଜ୍ୟ

କିଟ୍‌ ବିଶ୍ୱବିଦ୍ୟାଳୟକୁ ମିଳିଲା ଏଆଇସିଟିଇ ଲୀଳାବତୀ ସମ୍ମାନ ୨୦୨୧-୨୨

ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ କିଟ୍‌ ବିଶ୍ୱବିଦ୍ୟାଳୟକୁ ଏଆଇସିଟିଇ ଲୀଳାବତୀ ସମ୍ମାନ ୨୦୨୧-୨୨ ପ୍ରଦାନ କରାଯାଇଛି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନୂଆଦିଲ୍ଲୀଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତଙ୍କ ନେତୃତ୍ୱରେ ଏକ ୪ ଜଣିଆ ପ୍ରତିନଧି ଦଳ ଏହି ସମ୍ମାନ ଗ୍ରହଣ କରିଛନ୍ତି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଭର୍ଚୁଆଲ୍‌ ଉପସ୍ଥିତିରେ ଏଆଇସିଟିଇ ଅଧ୍ୟକ୍ଷ ଅନୀଲ ଡି. ସହସ୍ରବୁଦ୍ଧେଙ୍କଠାରୁ ପ୍ରଫେସର ସସ୍ମିତା ସାମନ୍ତ ଏହି ସମ୍ମାନ ଗ୍ରହଣ କରିଥିଲେ। ପୁରସ୍କାର ବାବଦକୁ ନଗଦ ୧ଲକ୍ଷ ଟଙ୍କାର ଅର୍ଥରାଶି, ମାନପତ୍ର ଓ ଉପୌକନ ପ୍ରଦାନ କରାଯାଇଛି।

ମହିଳା ସଶକ୍ତିକରଣ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଏହା ଏକ ପ୍ରୟାସ ହୋଇଥିବା ବେଳେ ‘ଆଇନ୍‌ ସଚେତନତା’ ଉପବିଷୟବସ୍ତୁ ଉପରେ କିଟ୍‌କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ମହିଳାଙ୍କ ପ୍ରତି ସାମ୍ୟତା ଓ ନିଷ୍ପକ୍ଷତା ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ୮ଟି ବିଭିନ୍ନ ଉପ ବିଷୟବସ୍ତୁ ଉପରେ ଏଆଇସିଟିଇ ଲୀଳାବତୀ ସମ୍ମାନ ପ୍ରଦାନ କରାଯାଇଆସୁଛି। ଏଥି ମଧ୍ୟରେ ମହିଳା ଓ କିଶୋରବସ୍ଥା ସ୍ୱାସ୍ଥ୍ୟ, ଆତ୍ମରକ୍ଷା, ପରିବେଶ, ସ୍ୱାସ୍ଥ୍ୟ ଓ ପରିମଳ, ସାକ୍ଷରତା ଓ ଜୀବନ କୌଶଳ, ମହିଳା ଔଦ୍ୟୋଗିକତା, ଆଇନ ସଚେତନତା, ମହିଳାଙ୍କ ପାଇଁ ପ୍ରଯୁକ୍ତି ଏବଂ ମହିଳା ଉଦ୍ଭାବକ ଆଦି ୮ଟି ଉପ ବିଷୟବସ୍ତୁ ରହିଛି। ତନ୍ମଧ୍ୟରୁ ସୁଖ ଓ ଶାନ୍ତି ସହ ଏକ ନ୍ୟାୟ ସଙ୍ଗତ ସମାଜ ଗଠନ ଦିଗରେ ଥିବା ଅବଦାନ ସକାଶେ କିଟ୍‌କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଏଆଇସିଟିଇ ଦ୍ୱାରା ଗଠିତ ଏକ ବିଶେଷଜ୍ଞ କମିଟି ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ପ୍ରତି ଉପ ବିଷୟବସ୍ତୁ ପାଇଁ ପ୍ରତି ୫ଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅନୁଷ୍ଠାନ ମଧ୍ୟରୁ ଗୋଟିକୁ ବିଜୟୀ ଓ ଅନ୍ୟ ଦୁଇ ଅନୁଷ୍ଠାନକୁ ଉପବିଜେତାଙ୍କୁ ନାମ ସୁପାରିଶ କରିଥିଲେ। ବିଶେଷଜ୍ଞ କମିଟିର ସୁପାରିଶ ଅନୁସାରେ ଏଆଇସିଟିଇ ବିଜେତା ଓ ଉପବିଜେତାଙ୍କ ନାମ ଘୋଷଣା କରିଥିଲେ। ଏଥିରେ ସନ୍ତୋଷ ବ୍ୟକ୍ତ କରି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏଆଇସିଟିଇକୁ ଧନ୍ୟବାଦ ଜଣାଇବା ସହ କିଟ୍‌ କୁଳପତି ଓ କିଟ୍‌ର ୪ ଜଣିଆ ପ୍ରତିନିଧି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। କିଟ୍‌ ଆରମ୍ଭରୁ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଇ ଆସିଥିବା ବେଳେ ଏହି ସମ୍ମାନ କିଟ୍‌ରେ କାର୍ଯ୍ୟରତ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ମହିଳା କର୍ମଚାରୀଙ୍କୁ ଆହୁରି ଉତ୍ସାହିତ କରିବ ବୋଲି ଡ. ସାମନ୍ତ କହିଛନ୍ତି।

Sonalisa

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

1 min ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

3 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

7 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

13 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

28 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago