ବ୍ୟବସାୟ ଓ ଅର୍ଥନୀତି

୩୦ ସେପ୍ଟେମ୍ବରରୁ ଓପନ୍‌ ସେଲ୍‌ରେ ମିଳିବ Poco M2, ଫ୍ଲାସ୍‌ ସେଲ୍‌ ପାଇଁ କରିବାକୁ ପଡ଼ିବନି ଅପେକ୍ଷା

ପୋକୋ ଇଣ୍ଡିଆର ସବୁଠୁ ଶସ୍ତା ସ୍ମାର୍ଟ ଫୋନ୍‌ Poco M2 ପାଇଁ ଏବେ ଆଉ ଫ୍ଲାସ୍‌ ସେଲ୍‌କୁ ଅପେକ୍ଷା କରିବାକୁ ହେବନି । Poco M2 ୩୦ ସେପ୍ଟେମ୍ବରରୁ ଓପନ୍‌ ସେଲ୍ସରେ ମିଳିବ । କିଛି ଦିନ ପୂର୍ବରୁ ଏହାକୁ ଭାରତରେ ଲଞ୍ଚ କରାଯାଇଥିଲା । ପୋକୋର ଏହି ଫୋନ୍‌ ପିଚ୍‌ ବ୍ଲାକ୍‌, ସ୍ଲେଟ୍‌ ବ୍ଲୁ ଏବଂ ବ୍ରିକ୍‌ ରେଡ୍‌ ରଙ୍ଗରେ ଉପଲବ୍ଧ ହେବ । ଏଥିରେ କ୍ୱାଡ୍‌ କ୍ୟାମେରା ସେଟ୍‌ ଅପ୍‌ ସହ 5000mAh ବ୍ୟାଟେରି ବ୍ୟବସ୍ଥା ରହିଛି ।

. ପୋକୋ M2 ର ମୂଲ୍ୟ :  ଏହାର ପ୍ରାରମ୍ଭିକ ମୂଲ୍ୟ ୧୦,୯୯୯ ଟଙ୍କା ରହିଛି । ଏହି ମୂଲ୍ୟରେ ୬ ଜିବି ରାମ୍‌, ୬୪ ଜିବିର ଷ୍ଟୋରେଜ୍‌ ମିଳିବ । ସେହିପରି ୬ଜିବି ରାମ୍‌ ସହା ୧୨୮ ଜିବି ଷ୍ଟୋରେଜ୍‌ ମୂଲ୍ୟ ୧୨,୪୯୯ ଟଙ୍କା ରଖାଯାଇଛି ।

. ପୋକୋ M2 ର ସ୍ପେସିଫିକେସନ୍‌ :  ଏହାର MIUI ଏଣ୍ଡ୍ରୋଏଡ୍‌ ୧୦ ଉପରେ ଆଧାରିତ । ରେଜୁଲେସନ୍‌ 1080×2340 ପିକ୍ସେଲ୍‌, ଗୋରିଲା ଗ୍ଲାସ ୩ ର ପ୍ରୋଟେକ୍ସନ୍‌, ମିଡିଆଟେକ୍‌ ହିଲିଓ G80 ପ୍ରୋସେସର, G52 GPU ଗ୍ରାଫିକ୍ସ ସପୋର୍ଟ, Poco M2 ରେ 6 ଜିବି ରାମ୍‌ ସହ 128 ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍‌ ମିଳିବ ।

. ପୋକୋ M2 ର କ୍ୟାମେରା :  ଏହି ଫୋନ୍‌ରେ କ୍ୱାଡ୍‌ କ୍ୟାମେରା ସେଟ୍‌ ଅପ୍‌ ମିଳିବ । ଯେଉଁଥିରେ ୧୩ ମେଗାପିକ୍ସଲ୍‌ ମେନ୍‌ କ୍ୟାମେରା । ଏଥିରେ ୮ ଓ ୫ ମେଗାପିକ୍ସଲର ଅନ୍ୟ କ୍ୟାମେରା ମଧ୍ୟ ରହିଛି । ଏହାସହିତ ୨ ମେଗାପିକ୍ସଲ୍‌ ଡେପ୍ଥ ସେନ୍ସର ମଧ୍ୟ ରହିଛି । ସେଲ୍ପି ପାଇଁ ୮ ମେଗାପିକ୍ସଲ୍‌ ଫ୍ରଣ୍ଟ କ୍ୟାମେରା ରହିଛି ।

. ପୋକୋ M2 ର ବ୍ୟାଟେରୀ ଓ କନେକ୍ଟିଭିଟି :  ଏହି ଫୋନ୍‌ରେ ଓ୍ଵାଇଫାଇ, ଡୁଆଲ୍‌ VoLTE ସପୋର୍ଟ, ବ୍ଲୁଟୁଥ v5.0, ଆଇଆର୍‌ ଜିପିଏସ୍‌, ୩.୫ ଏମ୍‌ଏମ୍‌ର ହେଡ୍‌ଫୋନ୍‌ ଏବଂ ଏଥିରେ 5000mAh ବ୍ୟାଟେରି ବ୍ୟବସ୍ଥା ରହିଛି ।

Niharanjan

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

10 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

19 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

27 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

44 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

58 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago