୩୦ ସେପ୍ଟେମ୍ବରରୁ ଓପନ୍ ସେଲ୍ରେ ମିଳିବ Poco M2, ଫ୍ଲାସ୍ ସେଲ୍ ପାଇଁ କରିବାକୁ ପଡ଼ିବନି ଅପେକ୍ଷା

ପୋକୋ ଇଣ୍ଡିଆର ସବୁଠୁ ଶସ୍ତା ସ୍ମାର୍ଟ ଫୋନ୍ Poco M2 ପାଇଁ ଏବେ ଆଉ ଫ୍ଲାସ୍ ସେଲ୍କୁ ଅପେକ୍ଷା କରିବାକୁ ହେବନି । Poco M2 ୩୦ ସେପ୍ଟେମ୍ବରରୁ ଓପନ୍ ସେଲ୍ସରେ ମିଳିବ । କିଛି ଦିନ ପୂର୍ବରୁ ଏହାକୁ ଭାରତରେ ଲଞ୍ଚ କରାଯାଇଥିଲା । ପୋକୋର ଏହି ଫୋନ୍ ପିଚ୍ ବ୍ଲାକ୍, ସ୍ଲେଟ୍ ବ୍ଲୁ ଏବଂ ବ୍ରିକ୍ ରେଡ୍ ରଙ୍ଗରେ ଉପଲବ୍ଧ ହେବ । ଏଥିରେ କ୍ୱାଡ୍ କ୍ୟାମେରା ସେଟ୍ ଅପ୍ ସହ 5000mAh ବ୍ୟାଟେରି ବ୍ୟବସ୍ଥା ରହିଛି ।
. ପୋକୋ M2 ର ମୂଲ୍ୟ : ଏହାର ପ୍ରାରମ୍ଭିକ ମୂଲ୍ୟ ୧୦,୯୯୯ ଟଙ୍କା ରହିଛି । ଏହି ମୂଲ୍ୟରେ ୬ ଜିବି ରାମ୍, ୬୪ ଜିବିର ଷ୍ଟୋରେଜ୍ ମିଳିବ । ସେହିପରି ୬ଜିବି ରାମ୍ ସହା ୧୨୮ ଜିବି ଷ୍ଟୋରେଜ୍ ମୂଲ୍ୟ ୧୨,୪୯୯ ଟଙ୍କା ରଖାଯାଇଛି ।
. ପୋକୋ M2 ର ସ୍ପେସିଫିକେସନ୍ : ଏହାର MIUI ଏଣ୍ଡ୍ରୋଏଡ୍ ୧୦ ଉପରେ ଆଧାରିତ । ରେଜୁଲେସନ୍ 1080×2340 ପିକ୍ସେଲ୍, ଗୋରିଲା ଗ୍ଲାସ ୩ ର ପ୍ରୋଟେକ୍ସନ୍, ମିଡିଆଟେକ୍ ହିଲିଓ G80 ପ୍ରୋସେସର, G52 GPU ଗ୍ରାଫିକ୍ସ ସପୋର୍ଟ, Poco M2 ରେ 6 ଜିବି ରାମ୍ ସହ 128 ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ମିଳିବ ।
. ପୋକୋ M2 ର କ୍ୟାମେରା : ଏହି ଫୋନ୍ରେ କ୍ୱାଡ୍ କ୍ୟାମେରା ସେଟ୍ ଅପ୍ ମିଳିବ । ଯେଉଁଥିରେ ୧୩ ମେଗାପିକ୍ସଲ୍ ମେନ୍ କ୍ୟାମେରା । ଏଥିରେ ୮ ଓ ୫ ମେଗାପିକ୍ସଲର ଅନ୍ୟ କ୍ୟାମେରା ମଧ୍ୟ ରହିଛି । ଏହାସହିତ ୨ ମେଗାପିକ୍ସଲ୍ ଡେପ୍ଥ ସେନ୍ସର ମଧ୍ୟ ରହିଛି । ସେଲ୍ପି ପାଇଁ ୮ ମେଗାପିକ୍ସଲ୍ ଫ୍ରଣ୍ଟ କ୍ୟାମେରା ରହିଛି ।
. ପୋକୋ M2 ର ବ୍ୟାଟେରୀ ଓ କନେକ୍ଟିଭିଟି : ଏହି ଫୋନ୍ରେ ଓ୍ଵାଇଫାଇ, ଡୁଆଲ୍ VoLTE ସପୋର୍ଟ, ବ୍ଲୁଟୁଥ v5.0, ଆଇଆର୍ ଜିପିଏସ୍, ୩.୫ ଏମ୍ଏମ୍ର ହେଡ୍ଫୋନ୍ ଏବଂ ଏଥିରେ 5000mAh ବ୍ୟାଟେରି ବ୍ୟବସ୍ଥା ରହିଛି ।