ସ୍ୱାତୀ ମାଲିଓ୍ଵାଲ ମାରପିଟ୍‌ ମାମଲା : କେଜ୍ରିଓ୍ଵାଲଙ୍କ ପିତାମାତା ଏବଂ ପତ୍ନୀଙ୍କୁ ପଚରାଉଚରା କରିବ ପୋଲିସ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିତାମାତାଙ୍କୁ ଆଜି ସ୍ୱାତୀ ମାଲିଓ୍ଵାଲଙ୍କ ମାମଲାରେ ପଚରାଉଚରା କରିବ ଦିଲ୍ଲୀ ପୋଲିସ । ଆଜି ସିଏମ୍ ହାଉସରେ ପହଞ୍ଚି ଉଭୟଙ୍କୁ ପଚରାଉଚରା କରିବ ପୋଲିସ । ଏହାଛଡା ପୋଲିସ ତାଙ୍କ ପତ୍ନୀ ସୁନୀତାଙ୍କୁ ମଧ୍ୟ ପଚରାଉଚରା କରିବ ପୋଲିସ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିତାମାତାଙ୍କୁ ଆଜି ସ୍ୱାତୀ ମାଲିଓ୍ଵାଲଙ୍କ ମାମଲାରେ ପଚରାଉଚରା କରିବ ଦିଲ୍ଲୀ ପୋଲିସ । ଆଜି ସିଏମ୍ ହାଉସରେ ପହଞ୍ଚି ଉଭୟଙ୍କୁ ପଚରାଉଚରା କରିବ ପୋଲିସ । ଏହାଛଡା ପୋଲିସ ତାଙ୍କ ପତ୍ନୀ ସୁନୀତାଙ୍କୁ ମଧ୍ୟ ପଚରାଉଚରା କରିବ ପୋଲିସ । କ୍ରେଜିଓ୍ଵାଲ ସୋସିଆଲ ମିଡିଆରେ ଲେଖିଛନ୍ତି କି, ଆଜି ଦିଲ୍ଲୀ ପୋଲିସ ତାଙ୍କ ବାପା ମା’ଙ୍କୁ ପଚରାଉଚରା କରିବ । କିନ୍ତୁ କ’ଣ ପାଇଁ ପଚରାଉଚରା କରିବ ତା’ର କାରଣ କହିନାହାନ୍ତି ।

ଖବର ମୁତାବକ, ଗତ ୧୩ ତାରିଖରେ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ କେଜ୍ରିୱାଲଙ୍କ ସରକାରୀ ବାସଭବନକୁ ଯାଇଥିଲେ । ସେଠାରେ କେଜ୍ରିୱାଲଙ୍କ ପିଏ ବିଭବ କୁମାର ତାଙ୍କୁ ଆକ୍ରମଣ କରିଥିବା ସ୍ୱାତୀ ମାଲିୱାଲ ଅଭିଯୋଗ କରିଥିଲେ । ତେବେ ଏହି ମାମଲାରେ ପୋଲିସ କେଜ୍ରିଓ୍ଵାଲଙ୍କ ପିଏ ବିଭବ କୁମାରଙ୍କୁ ଗିରଫ କରିଛି ।

ତେବେ ଏହି ମାମଲାରେ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତୀଶ ସିଂ ଅଭିଯୋଗ କରିଛନ୍ତି କି, ପ୍ରଧାନମନ୍ତ୍ରୀ ମୋଦି ଅରବିନ୍ଦ କେଜ୍ରିଓ୍ଵାଲଙ୍କ ରୋଗାଗ୍ରସ୍ତ ଏବଂ ବୃଦ୍ଧ ମାତା ପିତାଙ୍କୁ ଅତ୍ୟାଚାର କରୁଛନ୍ତି ।

ସୂଚନା ମୁତାବକ, ସ୍ୱାତୀ ମାଲିୱାଲ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଦେଇଥିବା ବୟାନରେ ୧୩ ତାରିଖରେ ସେ ସିଏମ୍ ହାଉସ୍ ଯାଇଥିବା ବେଳେ କେଜ୍ରିୱାଲଙ୍କ ମାତାପିତା ଓ ପତ୍ନୀ ବ୍ରେକଫାଷ୍ଟ କରୁଥିଲେ । ସେମାନଙ୍କୁ ଅଭିବାଦନ ଜଣାଇବା ପରେ ସ୍ୱାତୀ ଡାଇନିଂ ହଲ୍ ଯାଇଥିଲେ ।  ସ୍ୱାତୀ ଡ୍ରଇଂ ରୁମ୍ କୁ ଯାଇ ସୋଫାରେ ବସି ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲେ । ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ବିଭବ କୁମାର ପହଞ୍ଚିଥିଲେ । ସେଠାରେ ବିଭବ କୁମାରଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିବା ବେଳେ ସେ ତାଙ୍କୁ ମାରଧର କରିଥିଲେ ବୋଲି ପୋଲିସ ସମ୍ମୁଖରେ କହିଥିଲେ ।

କ୍ରେଜିଓ୍ଵାଲ ଏହି ମାମଲାରେ ୧୦ ଦିନ ଚୁପ୍‌ ରହିବା ପରେ ନିରପେକ୍ଷ ତଦନ୍ତ ହୋଇ ନ୍ୟାୟ ମିଳିବା ଦରକାର ବୋଲି କହିଛନ୍ତି । ତେବେ ଏହି ମାମଲାରେ କୋର୍ଟରେ ଥିବା ଯୋଗୁଁ ଏହା ବିଷୟରେ ବେଶି କିଛି କହିନଥିଲେ ।

ସୂଚନାଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଜୁନ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପାଇଛନ୍ତି କେଜ୍ରିୱାଲ । ତେବେ କେଜ୍ରିୱାଲଙ୍କୁ ଜୁନ ୨ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.