କୂଅ ସଫା ବେଳେ ଅଘଟଣ, ଶ୍ବାସରୁଦ୍ଧ ହୋଇ ଜଣେ ମୃତ

ଶ୍ବାସରୁଦ୍ଧ ହୋଇ ଜଣେ ମୃତ। କୂଅରୁ ପଙ୍କ ଉଦ୍ଧାର ବେଳେ ଶ୍ବାସରୁଦ୍ଧ ହୋଇ ଗଲା ଜୀବନ ।  ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗଣିଆନାଳରେ ଏହି ଅଘଟଣ ଘଟିଛି। କୂଅ ଭିତରୁ ମାଟି ପଙ୍କ ବାହାର କଲାବେଳେ ଏହି ଅଘଟଣ ଘଟିଥିଲା। ମୃତକ ନରଣପୁର ଗାଁର ଦିବାକର ସାହୁ ବୋଲି ଜଣାପଡିଛି  ।

ଦିଗପହଣ୍ଡି (କେନ୍ୟୁଜ) : ଶ୍ବାସରୁଦ୍ଧ ହୋଇ ଜଣେ ମୃତ ।  କୂଅରୁ ପଙ୍କ ଉଦ୍ଧାର ବେଳେ ଶ୍ବାସରୁଦ୍ଧ ହୋଇ ଗଲା ଜୀବନ ।  ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗଣିଆନାଳରେ ଏହି ଅଘଟଣ ଘଟିଛି। କୂଅ ଭିତରୁ ମାଟି ପଙ୍କ ବାହାର କଲାବେଳେ ଏହି ଅଘଟଣ ଘଟିଥିଲା। ମୃତକ ନରଣପୁର ଗାଁର ଦିବାକର ସାହୁ ବୋଲି ଜଣାପଡିଛି  ।

ସୂଚନା ଅନୁସାରେ ଆଜି ସକାଳୁ ଦୁଇ ଜଣ ଶ୍ରମିକ କୂଅ ଭିତରେ ପଶି ମାଟି, ପଙ୍କ ବାହାର କରୁଥିଲେ ।  ଏତିକି ବେଳେ ସେମାନେ ଅଣନିଶ୍ଵାସୀ ହୋଇପଡିଥିଲେ ।  ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା ଅଗ୍ନିଶମ ବାହିନୀ । ତେବେ ସେଠାରେ ଡାକ୍ତର ଦିବାକରଙ୍କୁ ମୃତ ଘୋଷଣା କରିଥିଲେ ।  ସେହିପରି  ସିଦ୍ଧେଶ୍ୱର ଗ୍ରାମର ଧୃବ ଚରଣ ରାଉତ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି ।

 

Leave A Reply

Your email address will not be published.